ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର ହୋଇଛି। ହେଲେ ୨୨ ଏପ୍ରିଲରେ ଗୁଜରାଟର ସୁରଟ ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭାଜପା)ର ମୁକେଶ ଦଲାଲ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଅବଶ୍ୟ ତାଙ୍କ ନାମକୁ କୌଣସି ଭାବେ କଦର୍ଥ କରିବା ଉଚିତ ନୁହେଁ। ସେଠାକାର କଂଗ୍ରେସ ପ୍ରାର୍ଥୀଙ୍କ ମନୋନୟନ ପତ୍ର ପ୍ରତ୍ୟାଖ୍ୟାତ ହେବା ଓ ଅନ୍ୟ ପ୍ରାର୍ଥୀମାନେ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ ଦଲାଲ ବିଜୟୀ ହୋଇଛନ୍ତି। ଲୋକ ପ୍ରତିନିଧି ଆଇନ ୧୯୫୧ ଧାରା ୫୩ (୩) ଅନୁଯାୟୀ ଜଣେ ପ୍ରାର୍ଥୀ କେଉଁ ପରିସ୍ଥିତିରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଘୋଷିତ ହୋଇପାରିବେ, ସେ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି। ଅର୍ଥାତ୍‌ ଯଦି କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଜଣେମାତ୍ର ପ୍ରତିଦ୍ୱନ୍ଦ୍ୱିତାରେ ଥିବେ, ସେହି କ୍ଷେତ୍ରରେ ତାଙ୍କୁ ବିଜୟୀ ବୋଲି ଘୋଷଣା କରାଯିବ। ଏଠାରେ ସୁରଟ ଲୋକ ସଭା ଆସନରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଦଲାଲ ନିର୍ବାଚିତ ହେବାକୁ କେତେକେ ପ୍ରାୟୋଜିତ ବୋଲି କହୁଛନ୍ତି। ଯୁକ୍ତି ଉପସ୍ଥାପନ କରାଯାଉଛି ଯେ, ଯଦି କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଭରିବାରେ ଭୁଲ୍‌ ଥିଲା ପରବର୍ତ୍ତୀ ସମୟରେ ଅନ୍ୟ ପ୍ରାର୍ଥୀମାନେ କେଉଁ ପରିସ୍ଥିତିରେ ପଡ଼ି ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ।
ଏଭଳି ସ୍ଥଳେ ପ୍ରଖ୍ୟାତ ପ୍ରେରଣାଦାୟୀ ଲେଖକ ଶିବ ଖେରାଙ୍କ ସୁପ୍ରିମକୋର୍ଟରେ ନୋଟା (ନନ୍‌ ଅଫ୍‌ ଦି ଏବଭ) ସଂକ୍ରାନ୍ତରେ କରିଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ନେଇ ବିତର୍କ ଆରମ୍ଭ ହୋଇଛି। ସେ ନିଜ ଆବେଦନରେ କହିଛନ୍ତି, ଯଦି କୌଣସି ପ୍ରାର୍ଥୀ ନୋଟାଠାରୁ କମ୍‌ ଭୋଟ ପାଆନ୍ତି , ତାହା ହେଲେ ତାଙ୍କୁ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରେ ବାରଣ କରାଯିବା ଉଚିତ। ଏଥିସହିତ ନୋଟାକୁ ନିର୍ବାଚନ କମିଶନ ଫିକ୍ସୋନାଲ କ୍ୟାଣ୍ଡିଡେଟ୍‌ ବା କାଳ୍ପନିକ ପ୍ରାର୍ଥୀ ଭାବେ ବିବେଚନା କରିବା ଲାଗି କହିଛନ୍ତି। ଖେରା ତାଙ୍କ ଆବେଦନରେ ଉଦାହରଣ ଦେଇ କହିଛନ୍ତି, ୨୦୧୮ରେ ମହାରାଷ୍ଟ୍ର ଓ ହରିୟାଣା ରାଜ୍ୟ ନିର୍ବାଚନ କମିଶନ ନୋଟାକୁ ଏକ କାଳ୍ପନିକ ପ୍ରାର୍ଥୀ ଭାବେ ଅଭିହିତ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ କୁହାଯାଇଥିଲା ଯଦି ନୋଟା ଅନ୍ୟ ପ୍ରାର୍ଥୀଙ୍କଠାରୁ ଅଧିକ ଭୋଟ ପାଏ, ତାହା ହେଲେ ସେହି ନିର୍ବାଚନକୁ ରଦ୍ଦ କରାଯିବ। ସର୍ବୋଚ୍ଚ ଅଦାଲତ ଖେରାଙ୍କ ଆବେଦନକୁ ପ୍ରାରମ୍ଭିକ ଅବସ୍ଥାରେ ବିଚାରକୁ ନେବାରେ ଅନିଚ୍ଛୁକ ଥିଲେ। ହେଲେ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ ସୁରଟର ଭାଜପା ପ୍ରାର୍ଥୀଙ୍କ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ସମ୍ବନ୍ଧୀୟ ପ୍ରସଙ୍ଗ ଉପସ୍ଥାପନ କରିବା ପରେ ସର୍ବୋଚ୍ଚ ଅଦାଲତ ନିର୍ବାଚନ କମିଶନକୁ ଏହା ଉପରେ ମତ ରଖିବାକୁ କହିଛନ୍ତି। ଶଙ୍କରନାରାୟଣଙ୍କ ଯୁକ୍ତି ହେଉଛି, ଇଲେକ୍‌ଟ୍ରୋନିକ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ନୋଟା ବିକଳ୍ପ ରହିଥିବାରୁ ଭାଜପା ପ୍ରାର୍ଥୀ ଯଦି ସେହି କାଳ୍ପନିକ ପ୍ରାର୍ଥୀଙ୍କ ସହ ଲଢ଼ିଥାଆନ୍ତେ, ତେବେ ତାଙ୍କ ପ୍ରତି ଜନମତ କ’ଣ ରହିଛି ଜଣାପଡ଼ିଥାଆନ୍ତା।
ଉପରୋକ୍ତ ଯୁକ୍ତି ନିଶ୍ଚିତ ତର୍ଜମାଯୋଗ୍ୟ। ଲୋକ ପ୍ରତିନିଧି ଆଇନ ଅନୁଯାୟୀ ଜଣେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇପାରିବେ। କିନ୍ତୁ ଉକ୍ତ ପ୍ରାର୍ଥୀ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ କେତେ ଗ୍ରହଣୀୟ ତାହା ଅସ୍ପଷ୍ଟ ରହିଯାଉଛି। ନିୟମକୁ ଧରି ରଖି ନିର୍ବାଚନ କମିଶନ ମୁକେଶ ଦଲାଲଙ୍କୁ ବିଜୟୀ ଘୋଷିତ କରିପାରନ୍ତି। କିନ୍ତୁ ଯଦି ଶଙ୍କରନାରାୟଣନ୍‌ଙ୍କ ଯୁକ୍ତିକୁ ଆଇନସିଦ୍ଧ କରାଯାଏ, ତେବେ ମୁକେଶ ଦଲାଲଙ୍କୁ ନିର୍ବାଚନ ରଣାଙ୍ଗନର ସାମ୍ନା କରିବାକୁ ପଡ଼ିଥାଆନ୍ତା। ତାହା ହୋଇଥିଲେ, ନୋଟାର ବାସ୍ତବତା ପ୍ରମାଣ ହୋଇଥାଆନ୍ତା। ସମସ୍ତେ ଜାଣନ୍ତି ଗଣତନ୍ତ୍ରରେ ସଂଖ୍ୟା ବଳ ହେଉଛି ବଡ଼ କଥା। ତେବେ ଅନେକେ ପ୍ରାର୍ଥୀ ଥାଆନ୍ତି ସେମାନେ ସମୁଦାୟ ମତଦାନର ୩୦ ପ୍ରତିଶତ ଭୋଟ ନ ପାଇ ମଧ୍ୟ ନିର୍ବାଚିତ ହୋଇଥାଆନ୍ତି। ଅର୍ଥାତ୍‌ ବାକି ଭୋଟର ସମ୍ପୃକ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାତ କଲେ ବୋଲି ଧରାଯିବା କଥା। କିନ୍ତୁ ତାହା ହେଉନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ନିର୍ବାଚନକୁ ନେଇ ବହୁ ପରୀକ୍ଷାନିରୀକ୍ଷା ହେଉଥିବାରୁ ଏବେ ସମୟ ଆସିଲାଣି ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେଉଥିବା ପ୍ରାର୍ଥୀଙ୍କ ଲୋକପ୍ରିୟତା ମାପିବା ଲାଗି କିଛି ପଦ୍ଧତି ବାହାର କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri