Posted inଜାତୀୟ

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ ହୋଇଛି। ଏମିତିରେ ଶିବସେନା ନେତା ଏବଂ ଏମ୍‌ପି ସଞ୍ଜୟ ରାଉତ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ତାନାଶାହା ବୋଲି କହିବାକୁ ପଛାଇନାହାନ୍ତି।

ପୁଣେରେ ଖବରଦାତାଙ୍କ ସହ ବାର୍ତ୍ତାଳାପରେ ସେ କହିଛନ୍ତି, ଗତ ୧୦ ବର୍ଷ ଧରି ଜଣେ ନାନାଶାହା ଦେଶକୁ ଚଳାଉଛନ୍ତି। ମୋଦିଙ୍କ ପ୍ରତି ବର୍ଷ ଜଣେ ନୂଆ ପ୍ରଧାନମନ୍ତ୍ରୀ ଦେଶ ଚଳାଇବା ବୟାନକୁ ନେଇ ସେ କହିଛନ୍ତି ଯେ ମେଣ୍ଟ ସରକାର ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଥିବା ତାନାଶାହାଙ୍କଠାରୁ ଢେରଗୁଣା ଭଲ। ଦେଶକୁ ଜଣେ ହୁକୁମଶାହା ଚଳାଉଛନ୍ତି। ଯିଏ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହୋଇଥିଲେ ହେଁ ତାନାଶାହା ହୋଇଯାଇଛନ୍ତି।

ସେହିଭଳି ଆମେ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିବୁ ତାହା ଆମର ଇଚ୍ଛା। ଆମେ ୨ ପ୍ରଧାନମନ୍ତ୍ରୀ କରୁ କିମ୍ବା ୪ ପ୍ରଧାନମନ୍ତ୍ରୀ, ଆମ ଇଚ୍ଛା। ଯାହାବି ହେଉନା କାହିଁକି ଏହି ଦେଶକୁ ତାନାଶାହି ଶାସନ ଆଡ଼କୁ ଯିବାକୁ ଦିଆଯାଇ ପାରିବ ନାହିଁ। ଆଗାମୀ ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନରେ ବିଜେତା ହେବ। ୨ ପର୍ଯ୍ୟାୟ ନିର୍ବାଚନ ସରିଲାଣି, ସେଥିରୁ ପ୍ରଧାନମନ୍ତ୍ରୀ ମୋଦି ହାରୁଥିବା ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ମଧ୍ୟପ୍ରଦେଶର ଏକ ନିର୍ବାଚନୀ ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ରିପୋର୍ଟରେ କୁହାଯାଉଛି ଯେ ଇଣ୍ଡିଆ ମେଣ୍ଟରେ ଚର୍ଚ୍ଚା ଚାଲିଛି ଯେ ମେଣ୍ଟରେ ଥିବା ଦଳଗୁଡ଼ିକ ‘ଓ୍ବାନ୍‌ ଇଅର ଓ୍ବାନ୍‌ ପିଏମ୍‌’ ଫର୍ମୁଲା କରିବେ। ଅର୍ଥାତ ବର୍ଷକୁ ଗୋଟିଏ ପ୍ରଧାନମନ୍ତ୍ରୀ, ପରବର୍ଷ ଆଉ ଜଣେ ପ୍ରଧାନମନ୍ତ୍ରୀ, ଏଭଳି ୫ ବର୍ଷରେ ୫ ପ୍ରଧାନମନ୍ତ୍ରୀ। କହିବାକୁ ଗଲେ ଏମାନେ ପ୍ରଧାନମନ୍ତ୍ରୀ ଆସନର ଅକ୍ସନ କରିବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri