ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌ ଷ୍ଟ୍ରିମିଂ ମାମଲାରେ ସାମିଲ ହୋଇଛି। ମହାରାଷ୍ଟ୍ର ସାଇବର ସେଲ ତମନ୍ନାକୁ ସମନ ପଠାଇଛି। ଅଭିନେତ୍ରୀଙ୍କୁ ଏପ୍ରିଲ ୨୯ ରେ ମହାରାଷ୍ଟ୍ର ସାଇବର ସେଲ୍‌ ପଚରାଉଚରା କରିବ, ଯେଉଁଠାରେ ତାଙ୍କୁ ମାମଲା ସହ ଜଡ଼ିତ ପ୍ରଶ୍ନ ପଚରାଯିବ।

ପ୍ରାପ୍ତ ସୂଚନା ଅନୁଯାୟୀ, ଫେୟାର୍‌ ପ୍ଲେ ଆପରେ ଆଇପିଏଲ୍‌ ୨୦୨୩ର ବେଆଇନ ଷ୍ଟ୍ରିମିଂ ସମ୍ପର୍କିତ ମାମଲାରେ ତମନ୍ନାଙ୍କୁ ପଚରାଉଚରା କରାଯିବ। ଏହି କାରଣରୁ ଭାୟାକମ୍‌ଙ୍କୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା। ତେବେ ଅଭିନେତ୍ରୀଙ୍କୁ ସାକ୍ଷୀ ଭାବରେ ଡକାଯାଉଥିବା କୁହାଯାଉଛି। ଫେୟାର୍‌ ପ୍ଲେ ପାଇଁ ସେ ପ୍ରମୋଶନ କରିଥିବାରୁ କିଏ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଏଥିପାଇଁ ତାଙ୍କୁ କେତେ ଟଙ୍କା ଦିଆଯାଇଥିଲା ବୋଲି ପଚରାଯିବ।

ତେବେ ଏହି ମାମଲାରେ କେବଳ ତମନ୍ନାଙ୍କ ନାମ ଜଡିତ ନୁହେଁ, ତାଙ୍କ ପୂର୍ବରୁ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ସମନ କରାଯାଇଥିଲା। ଯାହାର ଜବାବ ଦେଇ ସଞ୍ଜୟ କହିଥିଲେ ଯେ, ସେ ବର୍ତ୍ତମାନ ମୁମ୍ବାଇରେ ନାହାନ୍ତି,ଏଣୁ ସେ ନିର୍ଦ୍ଧାରିତ ତାରିଖରେ ହାଜର ହୋଇପାରିବେ ନାହିଁ। ଏଣୁ ସେ ତାଙ୍କ ବୟାନ ରେକର୍ଡ କରିବାକୁ ଆଉ ଏକ ତାରିଖ ସହ ସମୟ ଦିଆଯାଉ ବୋଲି ଦାବି କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ସାଇବର ସେଲରେ ଅଭିନେତ୍ରୀଙ୍କ ବିରୋଧରେ ଭାୟାକମ୍‌ ଏହି ଅଭିଯୋଗ ଆଣିଛି। କେବଳ ଏତିକି ନୁହେଁ, ତମନ୍ନା ଏବଂ ସଞ୍ଜୟଙ୍କ ପୂର୍ବରୁ ରାପର ବାଦଶାହାଙ୍କ ବୟାନ ମଧ୍ୟ ଏହି ମାମଲାରେ ରେକର୍ଡ ହୋଇଛି। ଫେୟାର ପ୍ଲେ ଯୋଗୁ ଭାୟାକମ ୧୦୦ କୋଟି ଟଙ୍କା କ୍ଷତି ସହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri