ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଟାର୍ଗେଟ ଏହାପରେ ତା’ର କାଉଣ୍ଟରରେ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ରାଜ୍ୟ ସଭା ଏମପି ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର। ଦୁଇଜଣ ଏହି ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଏବେ ଏହି ଲୁଙ୍ଗିକୁ ନେଇ ରାଜନୀତିରେ ମହାଭାରତ ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଯୋଡିଶଙ୍ଖ ଭିଡିଓ ପରେ ରାଜ୍ୟରେ ଲୁଙ୍ଗି ରାଜନୀତି ତେଜିବାରେ ଲାଗିଛି। ସୋମବାର ରାତିରେ ନିଜ ଇନଷ୍ଟା ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ଏହି ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ଥିବାର ନଜର ଆସିଥିଲେ। ଯାହାକୁ କିଛି ସମୟ ଭିତରେ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗି ପିନ୍ଧିବା ଭିଡିଓକୁ ନେଇ କଡ଼ା ସମାଲୋଚନା କରିଥିଲେ ଧର୍ମେନ୍ଦ୍ର। ମଙ୍ଗଳବାର ଝାରସୁଗୁଡ଼ା ଲଇକରାର ଏକ ସଭାରେ ଯୋଗଦେଇ ସେ କହିଥିଲେ ଯେ, ଗତକାଲିର ଏକ ଭିଡିଓରେ ନବୀନ ବାବୁ ଲୁଙ୍ଗି ପିନ୍ଧି ଆସିଥିଲେ ଓ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଲୁଙ୍ଗି ନ ପିନ୍ଧାଇ କୁର୍ତ୍ତା ପାଇଜାମା ପିନ୍ଧାଇ ଭିଡିଓ କରିଥିଲେ ଭଲ ହୋଇଥାନ୍ତା ବୋଲି କହି କଟାକ୍ଷ କରିଥିଲେ ଧର୍ମେନ୍ଦ୍ର। ଯାହାକୁ ମଙ୍ଗଳବାର ପ୍ରେସମିଟ କରି କାଉଣ୍ଟର କରିଛି ବିଜେଡି।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ‘ନବୀନ ପିନ୍ଧିଥିବା ଲୁଙ୍ଗି ସମ୍ବଲପୁରୀ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ। ଶହ ଶହ ବୁଣାକାର ଶ୍ରମ ଦେଇ ଏହି ଲୁଙ୍ଗି ପ୍ରସ୍ତୁତ କରିଥାନ୍ତି। ଏହା ଆମ ପରମ୍ପରା। ଗ୍ରାମାଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଓଡିଆ ଲୁଙ୍ଗି ପିନ୍ଧନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଲୁଙ୍ଗିକୁ ନୁହେଁ ବୁଣାକାରଙ୍କୁ ଅସମ୍ମାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେବଳ ସେତିକି ନୁହେଁ ସେ ସମ୍ବଲପୁରୀ ସଂସ୍କୃତିକୁ ମଧ୍ୟ ଆଘାତ ଦେଇଛନ୍ତି’। ତେଣୁ ସେ ରାଜ୍ୟର ବୁଣାକାରଙ୍କୁ କ୍ଷମା ମାଗନ୍ତୁ ବୋଲି ସସ୍ମିତ ଦାବି କରିଛନ୍ତି। ଏହାସହ ବିଜେଡି ମୁଖପାତ୍ର ସ୍ବଂୟପ୍ରକାଶ ମହାପାତ୍ର ମଧ୍ୟ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁଞ୍ଚିଲା OTET ପେପର-୨ ପରୀକ୍ଷା ସମୟ; ଜାଣନ୍ତୁ ନୂଆ ସମୟସୂଚୀ

ନୂଆଦିଲ୍ଲୀ,୧୫ା୧୨: ଆସନ୍ତା ଡିସେମ୍ବର ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ...

ଭୁବନେଶ୍ୱରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର, ଭିଡିଓ ରେକର୍ଡ କରି…

ଭୁବନେଶ୍ୱର,୧୫ା୧୨: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୧୦ ତାରିଖରେ ଧଉଳି...

ଡାକ୍ତରଙ୍କ ମୁହଁରୁ ହିଜାବ ଟାଣିଦେଲେ ନୀତୀଶ କୁମାର, ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଲା ବିରୋଧୀ

ନୂଆଦିଲ୍ଲୀ,୧୫।୧୨: ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କିଛି ସପ୍ତାହ ପରେ, ନୀତୀଶ କୁମାର ଏକ ସରକାରୀ କାର୍ଯ୍ୟକ୍ରମରେ ଜଣେ ମହିଳା...

ବିହାର ନିର୍ବାଚନ ପରେ ପୁଣି ଏକାଠି ହେଲେ ପ୍ରିୟଙ୍କା ଗାନ୍ଧୀ, ପ୍ରଶାନ୍ତ କିଶୋର! ହେଲା ଦୀର୍ଘ ସମୟ ଆଲୋଚନା

ନୂଆଦିଲ୍ଲୀ,୧୫।୧୨: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ନୂଆ ଦଳ ‘ଜନ ସୁରାଜ’ର ଶୋଚନୀୟ ପରାଜୟ ପରେ ଏବେ ଏକ...

ଦୋକାନ ଆଗରୁ ବାଇକ୍‌ ଚୋରିକରି ଛାଡ଼ିଥିଲେ ଗାଁ, ଫେରିବା ଜାଣି…

ଦିଗପହଣ୍ଡି,୧୫୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଏଏସଆଇ ସି. ତାରକେଶ୍ୱର ରାଓ ଲାଲମେଣ୍ଟା ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଭଗବାନ ପ୍ରଧାନଙ୍କୁ ବାଇକ ଚୋରି...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri