Odisha Elections 2024
Posted inଜାତୀୟ

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ ମାରି ଦେବା ପାଇଁ ଯୋଜନା ହୋଇଥିବା ଆପ ପକ୍ଷରୁ ଅଭିଯୋଗ କରାଯାଇଛି।

ଆପ ନେତ୍ରୀ ଆତିଶୀ କହିଛନ୍ତି, ବିଗତ କିଛି ଦିନ ହେଲାଣି କେଜରିୱାଲଙ୍କ ବ୍ଲଡ ସୁଗାର ୩୦୦ରୁ ଉପରେ ରହିଛି। ସେ ଇନସୁଲିନ ପାଇଁ ଦାବି କରୁଥିଲେ ହେଁ ତିହାର ଜେଲ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉ ନାହାନ୍ତି। ୩୦ ବର୍ଷ ଧରି ଡାଇବେଟିସ ରୋଗରେ ପୀଡିତ ଥିବା ଜଣେ ବ୍ୟକ୍ତିଙ୍କୁ ଇନସୁଲିନ ନ ଦେଇ କି ପ୍ରକାରର ଷଡଯନ୍ତ୍ର ଚାଲିଛି? କ’ଣ ସେମାନେ ଅରବିନ୍ଦ କେଜରିୱାଲଙ୍କୁ ମାରି ଦେବାକୁ ଚାହୁଁଛନ୍ତି?

କେଜରିୱାଲଙ୍କୁ ଭାଜପା ନିର୍ବାଚନରେ ହରାଇ ପାରିବ ନାହିଁ। ଏବେ ସେହି କେଜରିୱାଲଙ୍କୁ ଜେଲରେ ଭର୍ତ୍ତି କରି ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚଳାଇଥିବା ଆତିଶୀ ଅଭିଯୋଗ କରିଛନ୍ତି। କେଜରିଓ୍ବାଲ ଟାଇପ ୨ ମଧୁମେହ ରୋଗରେ ପୀଡିତ। ସେ ତାଙ୍କ ରକ୍ତ ସର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଦୈନିକ ୫୪ ୟୁନିଟର ଇନସୁଲିନ ନିଅନ୍ତି। କେଜରିୱାଲଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ଘରର ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ କହିଥିଲେ। ଏନେଇ ଇଡି କୋର୍ଟରେ ଅଭିଯୋଗ କରିଛି ବୋଲି ଆତିଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ ଦୁର୍ଘଟଣା, ଶ୍ରଦ୍ଧାଳୁଙ୍କ ବସ୍‌ରେ ନିଆଁ, ଜୀବନ୍ତ ଜଳିଗଲେ ୮ ଯାତ୍ରୀ

ଚଣ୍ଡିଗଡ଼,୧୮।୫: ଶୁକ୍ରବାର ବିଳମ୍ବିତ ରାତିରେ ହରିୟାଣାର ନୁହ ନିକଟ କେଏମପି ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭକ୍ତମାନଙ୍କ ଦ୍ୱାରା ଭର୍ତ୍ତି ଏକ ବସରେ କୌଣସି...

ସାମ୍ବିଧାନିକ ପୀଠଙ୍କ ରାୟ ଅନ୍ୟ ଖଣ୍ଡପୀଠ ପାଇଁ ମାନ୍ୟ

ନୂଆଦିଲ୍ଲୀ,୧୮ା୫ (ପି.ଟି.): ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍‌ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ...

ବିଭବଙ୍କୁ ଖୋଜୁଛି ୮ ପୋଲିସ ଟିମ୍‌

ନୂଆଦିଲ୍ଲୀ,୧୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟ ସଭା ସଦସ୍ୟା ସ୍ବାତୀ ମାଲିଓ୍ବାଲ ଆଣିଥିବା ସଙ୍ଗିନ...

ଭାଜପା ସମର୍ଥନରେ ଆସିଲା ଆଉ ଏକ ଦଳ, କଲା ଘୋଷଣା

ନୂଆନିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ଚାରୋଟି ପର୍ଯ୍ୟାୟ ମତଦାନ ସରିଯାଇଛି। ରାଜ୍ୟର ୩୯ ଟି ଲୋକ ସଭା ଆସନରେ ଭୋଟ ଶେଷ ହେବା...

ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ…

ରାଏବରେଲି,୧୭।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଶୁକ୍ରବାର ରାଏବରେଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୁଅ ରାହୁଲଙ୍କୁ ଆପଣମାନଙ୍କୁ ଦେଉଛି, ତାଙ୍କ କଥା ବୁଝିବେ...

ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୫: କଂଗ୍ରେସର ଲୋକ ସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ...

ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ

ଅମେଠି,୧୭ା୫: ରାଏବରେଲିରୁ ନିର୍ବାଚିତ ହେଲେ ଉଭୟ ଅମେଠି ଓ ରାଏବରେଲିର ବିକାଶ ପାଇଁ ସମାନ ଧ୍ୟାନ ଦେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।...

ଭାଜପାର ଏଜେଣ୍ଟ କହିବାରୁ ସ୍ବାତୀ ମାଲିଓ୍ବାଲଙ୍କ କାଉଣ୍ଟର, କେଜରିଓ୍ବାଲଙ୍କୁ କହିଲେ ଗୁଣ୍ଡା

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ଅଡ଼ୁଆ ବଢିବାରେ ଳାଗିଛି। କାରଣ ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ବିବାଦ ଏବେ ଉଗ୍ର ରୂପରେ ମୁଣ୍ଡ ଟେକିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri