Odisha Elections 2024

ଦଳ ଟିକେଟ ଦେଲେ କେନ୍ଦ୍ରାପଡ଼ାରୁ ଲଢ଼ିବି: ସିପ୍ରା 

ଭୁବନେଶ୍ୱର,୧୮।୪: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଜୋର ଧରୁଛି । ବିଭିନ୍ନ ରାଜନେତା କିମ୍ବା ନେତ୍ରୀ ବିଭିନ୍ନ ଦଳରେ ମିଶୁଛନ୍ତି । ଏହି କ୍ରମରେ ବିଜେଡି ଛାଡ଼ି ଗୁରୁବାରି କଂଗ୍ରେସରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। ତେବେ ବାପା କଂଗ୍ରେସର ଥିବାରୁ ଦଳକୁ ଫେରି ଖୁସି ଲାଗୁଛି। ଏପରିକି ସେ କେନ୍ଦ୍ରାପଡ଼ାରୁ ଲଢ଼ିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି।
କଂଗ୍ରେସରେ ଯୋଗଦେବା ପରେ ସିପ୍ରା ପ୍ରତିକ୍ରିୟା ରଖି କହିଛନ୍ତି, ମୋ ବାପା କଂଗ୍ରେସରେ ଥିଲେ। ମୁଁ ମଧ୍ୟ ଏହି ଦଳକୁ ଫେରିଥିବାରୁ ଅତ୍ୟନ୍ତ ଖୁସି। ଟିକେଟ ପାଇଁ ମୁଁ କିଛି ଆଲୋଚନା କରିନାହିଁ। କିନ୍ତୁ କେନ୍ଦ୍ରାପଡ଼ାରୁ ଲଢ଼ିବାକୁ ଆଶା ରଖିଛି। ଯଦି ଦଳ ମୋତେ ସୁଯୋଗ ଦେବ, ତା’ହେଲେ ମୁଁ ନିଶ୍ଚିତ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିବି। ନଚେତ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ତାହାକୁ ସୁଚାରୁ ରୂପରେ ତୁଲାଇବି।
ହିରଖୁଛୁ,୨୦୦୯ରେ କେନ୍ଦ୍ରାପ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସିପ୍ରା। କିନ୍ତୁ ୨୦୧୪ ଓ ୨୦୧୯ରେ ତାଙ୍କୁ ଦଳ ଟିକେଟ ଦେଇ ନ ଥିଲା। ୨୦୧୪ ରେ ବିଜେଡି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କିଶୋର ଚନ୍ଦ୍ର ତରାଇଙ୍କୁ ପ୍ରାର୍ଥୀ କରିଥିବା ବେଳେ ୨୦୧୯ରେ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଥିଲା।  ଏଥର ବିଜେଡିରୁ ଟିକେଟ ପାଇବାକୁ ଆଶାୟୀ ଥିଲେ ସିପ୍ରା। ତେବେ ଦଳ ପକ୍ଷରୁ ତାଙ୍କୁ ସେମିତି କିଛି ସଙ୍କେତ ନ ମିଳିବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ୱର ବେହେରା। ବିଜେଡି ତାଙ୍କୁ କେନ୍ଦ୍ରାପଡ଼ା ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରଦର୍ଶନ ହେବ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର

ଭୁବନେଶ୍ୱର,୨୨।୫(ଶର୍ମିଷ୍ଠା ପାଣିଗ୍ରାହୀ):କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବୁଧବାର ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର ପ୍ରଦର୍ଶନ ହେବାକୁ ଯାଉଛି। ଅପରାହ୍ନ ୪ଟା ୧୫ରେ ଏହା ପ୍ରଦର୍ଶିତ...

୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ...

 ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ନା ବିଜୁ ବାବୁ କରିଥିଲେ, ନା ନବୀନ କରିବେ; ଜାଣନ୍ତୁ ଏଭଳି କାହିଁକି କହିଲେ ପାଣ୍ଡିଆନ…

ଭୁବନେଶ୍ୱର,୨୧।୫: ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri