Posted inଖେଳ

ଗ୍ରୀସ୍‌ରେ ଅଲିମ୍ପିକ୍ସ ମଶାଲ ପ୍ରଜ୍ୱଳିତ

ଆନସିଏଣ୍ଟ ଅଲିମ୍ପିଆ, ୧୭ା୪ (ପି.ଟି.): ଆସନ୍ତା ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଉପଲକ୍ଷେ ପ୍ରଜ୍ୱଳିତ ହୋଇଛି ଅଲିମ୍ପିକ୍ସ ମଶାଲ। ମଙ୍ଗଳବାର ଦକ୍ଷିଣ ଗ୍ରୀସ୍‌ର ଏଥେନ୍ସରେ ଥିବା ପୁରାତନ ଗେମ୍ସ ଭେନ୍ୟୁରେ ପ୍ରତିକୂଳ ପାଗ ସତ୍ତ୍ୱେ ଅଲିମ୍ପିକ୍ସ ମଶାଲରେ ଅଗ୍ନି ସଂଯୋଗ କରାଯାଇଛି। ପ୍ରାଚୀନ ଗ୍ରୀସ୍‌ର ସୂର୍ଯ୍ୟ ଦେବତା ତଥା ଆପୋଲୋଙ୍କ ଅନୁପସ୍ଥିତିରେ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ଆକାଶ ମେଘାଚ୍ଛନ୍ନ ଥିବାରୁ ପାରମ୍ପରିକ ଢଙ୍ଗରେ ଏହି ପ୍ରକ୍ରିୟା ସମ୍ଭବ ହୋଇ ନ ଥିଲା। ଜଣେ ଅଭିନେତ୍ରୀ ପୂଜକଙ୍କ ପୋଷାକରେ ଆପୋଲୋଙ୍କୁ ପୂଜା କରିବା ପରେ ହିଁ ଅଗ୍ନି ସଂଯୋଗ ହୋଇଥାଏ। ତେବେ ଆକାଶ ମେଘାଚ୍ଛନ୍ନ ଥିବାରୁ ବିକଳ୍ପ ବ୍ୟବସ୍ଥା ଆପଣାଇଥିଲେ ଆୟୋଜକ। ସାଧାରଣତଃ ଅଗ୍ନି ଏକ ମାଟିପାତ୍ରରେ ରଖାଯାଇଥାଏ। ସୂର୍ଯ୍ୟକିରଣ ଏକ ଦର୍ପଣରୁ ପ୍ରତିଫଳିତ ହୋଇ ଏହି ପାତ୍ର ଉପରେ ପଡିବା ପରେ ଏହାକୁ ମଶାଲରେ ସଂଯୋଗ କରାଯାଏ। ତେବେ ସୂର୍ଯ୍ୟ ଦୃଶ୍ୟମାନ ହୋଇ ନ ଥିବା କାରଣରୁ ସିଧାସଳଖ ମଶାଲରେ ଅଗ୍ନି ସଞ୍ଜୋଗ କରାଯାଇଥିଲା। ତେବେ ଏହି ଅଗ୍ନି ସଂଯୋଗ କାର୍ଯ୍ୟକ୍ରମର କିଛି ମିନିଟ ପରେ ପାଗ ସୁଧୁରିବା ସହ ସୂର୍ଯ୍ୟ ଦୃଶ୍ୟମାନ ହୋଇଥିଲେ। ପ୍ୟାରିସ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଗ୍ରୀସ୍‌ରୁ ବାହାରିଥିବା ଅଲମ୍ପିକ୍ସ ମଶାଲ ଶୋଭାଯାତ୍ରା ୩୧୦୦ ମାଇଲ ବା ୫୦୦୦ କି.ମି. ଯାତ୍ରା କରିବା ପରେ ଏପ୍ରିଲ ୨୬ରେ ଏଥେନ୍ସରେ ପ୍ୟାରିସ ଆୟୋଜକଙ୍କୁ ହସ୍ତାନ୍ତର କରାଯିବ। ଆନ୍‌ସିଏଣ୍ଟ ଅଲିମ୍ପିଆରେ ଏହି ଘଟଣା ଆମକୁ ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଅବଗତ କରାଉଛି ବୋଲି କହିଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ମୁଖ୍ୟ ଥୋମାସ୍‌ ବାକ୍‌। ବର୍ତ୍ତମାନ ସମଗ୍ର ବିଶ୍ୱ ଯୁଦ୍ଧର ବିଭୀଷିକାରେ ଆତଙ୍କିତ ହେଉଥିବା ବେଳେ ଘୃଣା ଓ ନକାରାତ୍ମକତାରେ ଲୋକମାନେ ହତୋତ୍ସାହିତ ହୋଇପଡିଛନ୍ତି। ଏହି ମଶାଲ ଯାତ୍ରା ଲୋକଙ୍କ ମନରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିବ ବୋଲି କହିଛନ୍ତି ବାକ୍‌। ଖ୍ରୀଷ୍ଟପୂର୍ବ ୭୭୬ରୁ ୩୯୩ ଖ୍ରୀଷ୍ଟାବ୍ଦ ଯାଏ ଆନ୍‌ସିଏଣ୍ଟ ଅଲିମ୍ପିଆରେ ଅଲିମ୍ପିକ୍ସ ଗେମ୍‌ ଆୟୋଜିତ ହୋଇଥିଲା। ମଙ୍ଗଳବାର କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମ ଦେଖିବାକୁ ଉପସ୍ଥିତ ଥିଲେ।
୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ଗ୍ରୀସ୍‌ ରୋୟର ଷ୍ଟେଫାନୋସ ଡୋସକୋସ ପ୍ରଥମ ବାହକ ଭାବରେ ଅଲିମ୍ପିକ୍ସ ମଶାଲ ଧରିବାର ଗୌରବ ଅର୍ଜନ କରିଥିଲେ। ଏଥେନ୍ସର ଐତିହାସିକ ଫ୍ରେଞ୍ଚ ବାରନ୍‌ ପିଅର୍‌ ଡି କୁବେର୍ଟିନ୍‌ ପର୍ଯ୍ୟନ୍ତ ସେ ମଶାଲ ବାହକ ହୋଇଥିଲେ। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ୩ ପଦକ ବିଜୟିନୀ ଫ୍ରାନ୍ସର ଲୌରେ ମାନାଉଡୋଉ ଦ୍ୱିତୀୟ ଆଥଲେଟ ଭାବରେ ମଶାଲ ଧରିଥିଲେ। ପରେ ୟୁରୋପିଆନ୍‌ ୟୁନିୟନ ଅଧିକାରୀ ମାର୍ଗାରିଟିସ୍‌ ଶିନାସଙ୍କୁ ଏହା ହସ୍ତାନ୍ତର କରାଯାଇଥିଲା। ଏହି ମଶାଲଟି ଏଥେନ୍ସରୁ ପୋର୍ଟ ଅଫ୍‌ ପିରାଉସ୍‌ ଯାତ୍ରା କରିବା ପରେ ୧୮୯୬ରେ ନିର୍ମିତ ଜାହାଜରେ ଏହାକୁ ପ୍ୟାରିସ୍‌ ନିଆଯିବ। ମେ ୮ ତାରିଖରେ ଏହା ପ୍ୟାରିସ୍‌ରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri