Odisha Elections 2024

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ ଠାକୁରାଣୀଙ୍କ ମୁଖ୍ୟ ପୂଜକ ନନ୍ଦକିଶୋର ଧରୁଆଙ୍କ ଘରୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମା’ଙ୍କ ଘଟ କଳସକୁ ପ୍ରଥମେ ଗାଁ ଗୌନ୍ତିଆ ହେମନ୍ତ ପ୍ରଧାନୀ, ବିଘ୍ନ ରାଜ ପ୍ରଧାନୀ ଓ ଗଣ୍ଡା ଗୋବର୍ଦ୍ଧନ ବାଗଙ୍କ ଘରକୁ ନେଇ ପୂଜାର୍ଚ୍ଚନା କରିବା ବିଧି ଅନୁସାରେ ନିୟମ ରହିଛି।

ସେଠାରେ ପୂଜା ପାଇବା ପରେ ମା’ଙ୍କ ଘଟ ନଗର ପରିକ୍ରମାରେ ବାହାରିଥିଲା। ମହିଳା ଶ୍ରଦ୍ଧାଳୁମାନେ ଦାଣ୍ଡ ଦୁଆରକୁ ଲିପାପୋଛା କରିବା, ଝୋଟି ଦେଇ ମୁଆଁ, ନଡ଼ିଆ, ଧୂପ ଦୀପ ଦେଇ ମା’ଙ୍କ ସଦୃଶ କଳସକୁ ବନ୍ଦାପନା କରି ସ୍ବାଗତ କରି ପରିବାର ପାଇଁ ମଙ୍ଗଳ କାମନା କରିଥିଲେ। ଦୁଇ ଦିନ ଧରି ଗ୍ରାମ ପରିକ୍ରମା ପରେ ମଙ୍ଗଳବାର ମା’ଙ୍କ ଏହି ଘଟ ଯାତ୍ରା ଶେଷ ହେବ। କୋକସରା ଗ୍ରାମର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଠାକୁରାଣୀ। ମା’ ଠାକୁରାଣୀଙ୍କ ଉପରେ ଗ୍ରାମବାସୀଙ୍କ ରହିଛି ଅଗାଢ ଆସ୍ଥା ଓ ବିଶ୍ୱାସ।

ବର୍ଷ ତମାମ ଭକ୍ତମାନଙ୍କୁ ମା’ ନିଜ ମନ୍ଦିରରେ ଦର୍ଶନ ଦେଉଥିବା ବେଳେ ମା’ଙ୍କ ଚୈତ୍ର ପର୍ବ ସମୟରେ ମା’ଙ୍କ ପ୍ରତିମା ସରୂପ ଘଟ(କାଳିସୀ)ମନ୍ଦିରରୁ ବାହାରି ନଗର ପରିକ୍ରମା ପୂର୍ବକ ଭକ୍ତଙ୍କ ଦୁଆର ମୁହଁରେ ଦର୍ଶନ ଦେଇଥାନ୍ତି ମା’ ଠାକୁରାଣୀ। ଏହିପର୍ବ ସମୟରେ ୨ଜଣ କୁଆଁରୀ କନ୍ୟାଙ୍କ ଦ୍ୱାରା ମା’ ଠାକୁରାଣୀଙ୍କ ଘଟ ବୁହା ହୋଇ ସହରର ସମସ୍ତ ଘରକୁ ଘର ପରିକ୍ରମା କରାଯାଇଥାଏ। ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ମା’ଙ୍କ ଯାତ୍ରାର ଦିନେ ପୂର୍ବରୁ ମା’ଙ୍କ ଘଟ (କାଳିସୀ) କେଉଁ କୁଆଁରୀ କନ୍ୟା ଧାରଣ କରିବେ ତାହା ଉପରେ ଦେବୀଙ୍କ ମୁଖ୍ୟ ପୂଜକଙ୍କୁ ସପ୍ନାଦେଶ ହୋଇଥାଏ। ତାପରେ ପୂଜକ ସେହି ଘରକୁ ଯାଇ କିଶୋରୀମାନଙ୍କୁ ମନ୍ଦିରକୁ ନେଇ ଆସନ୍ତି। ଏହା ପରେ ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମା’ଙ୍କ ଶିରାଙ୍କ ଦେହରେ କାଳିଶି ରୂପରେ ମା’ଙ୍କ ଆର୍ବିଭାବ ହୋଇଥାଏ। ଏହା ପରେ ମା’ଙ୍କ ଘଟ ନଗର ପରିକ୍ରମା ଅଭିମୁଖେ ବାହାରିଥାଏ।

ଏହି ସମୟରେ ମା’ଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ମଙ୍ଗଳବାର ମା’ଙ୍କ ଘଟ ଯାତ୍ରା ନଗର ପରିକ୍ରମା ସାରି ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ। ପରେ ମାନସିକଧାରୀ ଭକ୍ତମାନେ ଶୁକ୍ଳ ଭୋଗ ସହ ରକ୍ତ ଭୋଗ ମା’ଙ୍କ ନିକଟରେ ଅର୍ପଣ କରିବେ। ଚୈତ୍ର ଯାତ୍ରାରେ ମା’ଙ୍କ ପୂଜକ ଦିଲୀପ ଧରୁଆ, ଦିଲୁ ସିଂ ଧରୁଆ, ଶିରା ଅନୀଲ ରାଉତ, ସେବକ ପୁରୁଷୋତ୍ତମ ନାଏକ, ପରମାନନ୍ଦ ରାଉତ, କେଦାର ମାଝୀ, ବିଜୟ ରାଉତ, ଜଳନ୍ଧର ନାଏକ, ରାମ ପ୍ରସାଦ ନାଏକଙ୍କ ସମେତ ମହିଳାମାନେ ଠାକୁରାଣୀ ଘଟ ଯାତ୍ରାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ...

ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ଭାଜପାକୁ ଭୋଟ୍‌ ଦିଅନ୍ତୁ: ନଡ୍ଡା

ପଦ୍ମପୁର,୧୬।୫: ପଦ୍ମପୁରରେ ଭାଜପା ସଭାପତି ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି, ଚାବି କୁଆଡ଼େ ଗଲା। ରତ୍ନ ଭଣ୍ଡାର...

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

ଧାରଣାସ୍ଥଳରେ ପୋଲିସର ଲାଠିଚାର୍ଜ, ଛତ୍ରଭଙ୍ଗ ଦେଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଖଲ୍ଲିକୋଟ ଥାନା ଆଗରେ ସକାଳ ୯ଟାରୁ ଭାଜପା ସମର୍ଥକଙ୍କ ଧାରଣା ଜାରି ରହିଥିଲା। ୧.୩୦ ସମୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ...

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି, ଜଣେ ଗୁରୁତର

ପୋଲସରା,୧୬।୫: ନିର୍ବାଚନ ଭିତରେ ତେଜୁଛି ନିର୍ବାଚନୀ ହିଂସା। ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି...

ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକ, ଲାଠି ଚାର୍ଜ କଲା ପୋଲିସ

ଖଲ୍ଲିକୋଟ,୧୬।୫: ଗଞ୍ଜାମ ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ହାଟଡିହୀ ବ୍ଲକର ୩୭ନଂ ଜୋନ୍‌ରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ବିଭିନ୍ନ ପଞ୍ଚାୟତ ଗସ୍ତକରି ପ୍ରଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri