Odisha Elections 2024

ବିଜେଡି ଗଡ଼ ପତନ ପାଇଁ ଭାଜପା କରୁଛି ଏମିତି ରଣନୀତି

ଚିକିଟି,୧୦ା୪(ପ୍ରକାଶ ଚନ୍ଦ୍ର ସାହୁ):ଗଞ୍ଜାମ ଜିଲାର ଚିକିଟି ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବରେ ପରିଚିତ। ମନ୍ତ୍ରୀ ଉଷା ଦେବୀ ଦୀର୍ଘ ୨୪ବର୍ଷ ଧରି ଅକ୍ତିଆର କରି ରହିଥିବା ଏହି ଆସନ ପାଇଁ ତାଙ୍କ ସୁପୁତ୍ର ଚିନ୍ମୟାନନ୍ଦ ଶ୍ରୀରୁପ ଦେଓଙ୍କୁ ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଦଳୀୟ ଟିକଟ ମିଳିଛି। ମେ ୧୩ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେଡିର ଗଡ଼କୁ ପତନ ପାଇଁ ଭାଜପାର ପ୍ରୟାସ ଜାରି ରହିଛି। ବର୍ତ୍ତମାନ ବିଜେଡି ଓ ଭାଜପା ନିଜ ନିଜ ସମର୍ଥକଙ୍କୁ ଧରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଆରମ୍ଭ ହୋଇଛି। ନିର୍ବାଚନମଣ୍ଡଳୀରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସ୍ଥିତି ଯାହା ଥିଲା ଏବେ ସ୍ଥିତି ବଦଳି ଯାଇଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାଜପାରେ ଯୋଗଦାନ ପରେ ଭାଜପା କର୍ମୀଙ୍କ ମହଲରେ ବିଦ୍ରୋହର ସ୍ବର ଉଠିଥିବା ଦେଖିବାକୁ ମିଳୁଛି। ଏହି ନିର୍ବାଚନମଣ୍ଡଳୀ ଚିକିଟି ବ୍ଲକର ୧୭ ପଞ୍ଚାୟତ ଓ ପାତ୍ରପୁର ବ୍ଲକର ୨୪ଟି ପଞ୍ଚାୟତକୁ ମିଶାଇ ମୋଟ ୪୧ଟି ପଞ୍ଚାୟତ ନେଇ ଗଠିତ ହୋଇଛି। ୨୦୦୦ ମସିହାରୁ ଆଜି ଯାଏ ଦୀର୍ଘ ୨୪ ବର୍ଷ ହେଲା ଚିକିଟି ଓ ପାତ୍ରପୁର ବ୍ଲକରେ ଉଷା ଦେବୀ କ୍ଷମତାରେ ରହି ନିଜ ସ୍ଥିତି ଜାହିର କରିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ପାତ୍ରପୁର ପଞ୍ଚାୟତ ସମିତି ସମେତ ଗୋଟିଏ ଜିଲା ପରିଷଦ ଆସନ ଭାଜପା ଝୁଲାରେ ପଡିବା ପରେ ଏଠି ସମୀକରଣ ବଦଳିବା ଅନୁମାନ କରାଯାଉଛି। ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାକୁ ବସିଥିବା ବେଳେ କଂଗ୍ରେସ ଓ ଫରୱାର୍ଡ଼ ବ୍ଲକ ପ୍ରାର୍ଥୀ ୨୦୨୪ ନିର୍ବାଚନ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଅନୁମାନ କରାଯାଇଛି। ୨୦୧୯ ନିର୍ବାଚନରେ ଭାଜପା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ୨୦ ହଜାର ଭୋଟରେ ହାରିଥିଲେ। ବିଜେଡିର ଭୋଟ ହାର କମି ଆସୁଥିବା ବେଳେ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନିଜ ବଡ଼ ଭାଇ ରବୀନ୍ଦ୍ର ଦ୍ୟାନ ସାମନ୍ତରା କଂଗ୍ରେସରୁ ପ୍ରାର୍ଥୀ ହେବା ଏବଂ ଫରୱାର୍ଡ ବ୍ଲକରୁ ଯୁବ ଖବରଦାତା ବିଭୂଧେନ୍ଦ୍ର ପାଢ଼ୀ ବିଧାୟକ ପ୍ରାର୍ଥୀ ଭାବେ ପୁଣି ଲଢ଼ୁଛନ୍ତି। ଗତ ନିର୍ବାଚନଗୁଡିକରେ ଅନ୍ୟ ଦଳଗୁଡିକ ଭୋଟ ହାର ବହୁତ କମ ରହିଥିବା ବେଳେ ଏହି ନିର୍ବାଚନରେ ୪ ଜଣ ଯୁବ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଉଥିବାରୁ ଆଗକୁ ନିର୍ବାଚନ ରୋଚକ ହେବା ଏବଂ ସମୀକରଣ ବଦଳିବା ବହୁତ ସମ୍ଭାବନା ରହିଥିବା ରାଜନୀତିକ ସମୀକ୍ଷକ ଅନୁମାନ କରିଛନ୍ତି। ଚଳିତବର୍ଷ ସାଧାରଣ ନିର୍ବାଚନରେ ଚିକିଟି ବ୍ଲକର ୧୭ଗୋଟି ପଞ୍ଚାୟତରେ ମୋଟ ୧ଲକ୍ଷ ୧ ହାଜର ୮୫୨ ଭୋଟ ରହିଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୫୧୪୭୯ ଓ ମହିଳା ଭୋଟର ସଂଖ୍ୟା ୫୦ହଜାର ୩୬୯ ଓ ୪ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି, ଏଥିପାଇଁ ୧୦୯ବୁଥ୍‌ରେ ନିଜର ମତଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri