Odisha Elections 2024

ମହଙ୍ଗା ହେଉଛି ଡ଼ାଲି

ଭୁବନେଶ୍ୱର,୭।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ପିଆଜ, ଆଳୁ, ଟମାଟୋ, ଖାଇବା ତେଲ ଆଦି ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହେଉଥିବାବେଳେ ଡାଲି ମୂଲ୍ୟ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଡାଲି କଳାବଜାର ଏବଂ ବେଆଇନ ମହଜୁଦ ଆଶଙ୍କା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀ ଡାଲି ବ୍ୟବସାୟୀଙ୍କ ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ଡାଲି ବ୍ୟବସାୟୀମାନେ ଡାଲିର ଷ୍ଟକ୍‌ ସମ୍ପର୍କରେ ବିବରଣୀ ଦେବାକୁ ସରକାର ବାଧ୍ୟତାମୂଳକ କରିପାରନ୍ତି।

ହରଡ଼, ମଟର, ବିରି ଆଦି ବ୍ୟବସାୟ କରୁଥିବା ଉଭୟ ବଡ଼ ବ୍ୟବସାୟୀ ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଇଁ ସେମାନଙ୍କ ଷ୍ଟକ୍‌ ପ୍ରକାଶ କରିବାକୁ ସରକାର ବାଧ୍ୟତାମୂଳକ କରିବାକୁ ଯୋଜନା କରୁଥିବା କୁହାଯାଉଛି। ଏହା ଷ୍ଟକ୍‌ ପରିଚାଳନା ତଥା ଡାଲିର ମୂଲ୍ୟ ନିୟନ୍ତ୍ରଣ କରିବାରେ ସରକାରଙ୍କୁ ସାହାଯ୍ୟ କରିପାରିବ। ଗତ କିଛି ସପ୍ତାହ ମଧ୍ୟରେ ବିଭିନ୍ନ ଡାଲି, ବିଶେଷକରି ମଟର, ହରଡ଼ ଏବଂ ବିରିର ମୂଲ୍ୟ ବୃଦ୍ଧି ହୋଇଛି। ଏପ୍ରିଲ ଆରମ୍ଭରେ କେତେକ ବଜାରରେ ହରଡ଼ ଡାଲି କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ ମାସ ତୁଳନାରେ ମୂଲ୍ୟରେ ୧୦୦ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢ଼ିଛି। ଡାଲି ମଧ୍ୟରେ ହରଡ଼ର ସର୍ବାଧିକ ମୂଲ୍ୟ ରହିଛି । ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ହରଡ଼ ଡାଲିର ହାରାହାରି ମୂଲ୍ୟ କିଲୋଗ୍ରାମ ପ୍ରତି ୧୬୦ ଟଙ୍କା ରହିଛି। ମୁଗ ଏବଂ ମସୁର ଡାଲି କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଡାଲିର ମୁଦ୍ରାସ୍ଫୀତି ସରକାରଙ୍କ ପାଇଁ ଏକ ସମସ୍ୟା ହୋଇ ରହିଛି। ଜାନୁଆରୀରେ ଡାଲିର ହୋଲ୍‌ସେଲ ମୁଦ୍ରାସ୍ଫୀତି ୧୬.୦୬% ଥିଲା। ହୋଲ୍‌ସେଲ ମୂଲ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ଫେବୃଆରୀରେ ୧୮.୪୮%କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ହୋଣ୍ଡାର ସ୍ମାର୍ଟ ଓ୍ବାର୍କଶପ୍‌

ଭୁବନେଶ୍ୱର,୨୬।୫ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ଅଭିଯାନ ‘ସ୍ମାର୍ଟ ଓ୍ବାର୍କଶପ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଗ୍ରାହକଙ୍କୁ ଗୁଣାତ୍ମକ ଓ ବିକ୍ରି ପରବର୍ତ୍ତୀ...

ଜୟ ଆଲୁକ୍କାସ୍‌ର ହ୍ୟୁଷ୍ଟନ୍‌ ଆଉଟ୍‌ଲେଟ୍‌ ପୁନଃ ଉଦ୍‌ଘାଟିତ

ଭୁବନେଶ୍ୱର,୨୬।୫ (ଅଭୟ ଦାଶ)ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଗହଣା ବ୍ରାଣ୍ଡ୍‌ ‘ଜୟ ଆଲୁକ୍କାସ’ର ଆମେରିକାସ୍ଥିତ ହ୍ୟୁଷ୍ଟନ୍‌ଠାରେ ଥିବା ଆଉଟ୍‌ଲେଟର ପୁନଃ ଉଦ୍‌ଘାଟନ ନିକଟରେ...

୩୮.୨୩୮ କୋଟିର ନୂଆ ପ୍ରିମିୟମ

ଭୁବନେଶ୍ୱର,୨୬।୫ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ୨୦୨୩-୨୪ ଆର୍ଥିକ ବର୍ଷରେ ୨୯% ବୃଦ୍ଧି ସହ ୩୮,୨୩୮କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ...

ପିଆଜ ଦରବୃଦ୍ଧିରେ ଲଗାମ କଷିବେ ସରକାର

ଭୁବନେଶ୍ୱର,୨୬।୫(ଅନୁରାଧା ମହାରଣା)ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟର ପନିପରିବା ବଜାରରେ ପିଆଜ ଦର ବୃଦ୍ଧି ପାଉଛି। ବିଭନ୍ନ ରାଜ୍ୟରେ ପିଆଜ କିଲୋଗ୍ରାମ ପ୍ରତି ପ୍ରାୟ ୫୦ରୁ ୬୦...

ଟେକ୍ନୋ ଇଣ୍ଡିଆ ସହ ଗୁଗଲ କ୍ଲାଉଡ୍‌ର ସହଭାଗିତା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ ଏବଂ ଗୁଗଲ କ୍ଲାଉଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ର...

ଫିକି ଫ୍ଲୋ ଭୁବନେଶ୍ବରର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୨୫।୫: ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମହିଳା ଶାଖା ସହ ଅନୁବନ୍ଧିତ ପ୍ରତିଷ୍ଠାନ ଫିକି ଫ୍ଲୋ ଭୁବନେଶ୍ୱର ପକ୍ଷରୁ...

ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର

ଭୁବନେଶ୍ୱର,୨୫।୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି...

ଡିଆଇଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଡାବର ଇଣ୍ଡିଆ ଲିମିଟେଡ୍‌ (ଡିଆଇଏଲ୍‌)ର ନୂତନ ଉତ୍ପାଦ ‘ଡାବର ଗ୍ଲୁକୋପ୍ଲସ୍‌-ସି ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌’ର ଶୁଭାରମ୍ଭ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri