ପିଲାଙ୍କୁ ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଖାନ୍ତୁ ଏସବୁ ଜିନିଷ

ପିଲାଙ୍କୁ ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର…

ପିଲାଙ୍କ ବ୍ୟବହାର ଉପରେ ଦୃଷ୍ଟି ରଖନ୍ତୁ। ପରିବାରର ସମସ୍ତଙ୍କୁ ସେମାନେ କିଭଳି ବ୍ୟବହାର କରୁଛନ୍ତି ଲକ୍ଷ୍ୟ ରଖନ୍ତୁ। କାହା ପ୍ରତି ସେମାନେ ଯଦି କିଛି ବି ଭୁଲ୍‌ ବ୍ୟବହାର କରୁଥାନ୍ତି ତେବେ ସେମାନଙ୍କୁ ଠିକ୍‌ ସମୟରେ ଶିକ୍ଷା ଦିଅନ୍ତୁ।
ପିଲାମାନେ ଚଞ୍ଚଳ ସ୍ବଭାବର ହୋଇଥାନ୍ତି। ସବୁବେଳେ ସେମାନେ ମସ୍ତି ମୁଡ୍‌ରେ ରହିଥାନ୍ତି। କିନ୍ତୁ ସବୁ ସମୟରେ ଏପରି ବ୍ୟବହାର ଠିକ୍‌ ନୁହେଁ ବୋଲି ସେମାନଙ୍କୁ ବୁଝାନ୍ତୁ। ଏକାଠି ଗୋଟିଏ ସ୍ଥାନରେ ବସି କିଛି କରିବା, ଖାଇବା କିମ୍ବା ପଢିବାର ଅଭ୍ୟାସ କରାନ୍ତୁ।
ପରିବାରରେ ଅନ୍ୟ ସଦସ୍ୟଙ୍କ ପ୍ରତି ଠିକ୍‌ ବ୍ୟବହାର କରିବା ଶିଖାନ୍ତୁ। ପରିବାରରେ ସାନମାନଙ୍କ ପ୍ରତି ସ୍ନେହ ଓ ଗୁରୁଜନଙ୍କୁ ସମ୍ମାନ କରିବା ଶିଖାନ୍ତୁ। ସମ୍ପର୍କର ଗୁରୁତ୍ୱ ମଧ୍ୟ ସେମାନଙ୍କୁ ଅନୁଭବ କରିବାକୁ ଦିଅନ୍ତୁ। ଏଥିପାଇଁ ନିଜେ ମଧ୍ୟ ସମସ୍ତଙ୍କ ପ୍ରତି ଠିକ୍‌ ବ୍ୟବହାର କରି ଉଦାହରଣ ଦିଅନ୍ତୁ।
ଘର ସଫାସୁତୁରା ରଖିବା ମଧ୍ୟ ପିଲାଙ୍କୁ ଶିଖାନ୍ତୁ। ପିଲାମାନେ ଅନେକ ସମୟରେ ଖେଳିବା ପରେ ଖେଳନା ଫିଙ୍ଗି ଦେଇଥାନ୍ତି ଏବଂ ସେହିପରି ପଢିବା ପରେ ବହିପତ୍ର ସଜାଡ଼ି ରଖନ୍ତି ନାହିଁ। କିନ୍ତୁ ପ୍ରତି ମୁହୂର୍ତ୍ତରେ ଏପରି ବ୍ୟବହାରକୁ ଆପଣ ନଜର ରଖି ସବୁ ଜିନିଷ ସଜାଡ଼ି ରଖିବା ପାଇଁ କୁହନ୍ତୁ। ଫଳରେ ବଡ଼ ହେବା ପରେ ସେମାନଙ୍କର ଅଭ୍ୟାସରେ ପରିଣତ ହେବ ଏବଂ ସେମାନେ ଶୃଙ୍ଖଳିତ ବ୍ୟବହାର କରିପାରିବେ।
ଏକାଠି ସମସ୍ତଙ୍କ ସହ ଖାଇବାକୁ ଦିଅନ୍ତୁ ଏବଂ ଖାଇବା ସମୟରେ ଠିକ୍‌ ଭାବରେ ଖାଇବା ଶିଖିପାରିବେ।
ବାହାରେ ଲୋକଙ୍କୁ ସାଧାରଣ ଭଦ୍ରାମିରେ କିପରି ବ୍ୟବହାର କରିବାକୁ ହୁଏ କୁହନ୍ତୁ।
କୌଣସି କାମ କରିବା ପୂର୍ବରୁ କିମ୍ବା କୌଣସି ସ୍ଥାନକୁ ଯିବାପୂର୍ବରୁ ଅନୁମତି ନେବାପାଇଁ ପିଲାଙ୍କୁ କୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri