Odisha Elections 2024

ନିର୍ଦ୍ଦେଶନା ଦେବେ ସାରା!

ମୁମ୍ବାଇ: ଇଣ୍ଟରନେଟରେ ସକ୍ରିୟ ଥିବା କଳାକାରମାନଙ୍କ ମଧ୍ୟରେ ଅଭିନେତ୍ରୀ ସାରା ଅଲି ଖାନ ଅନ୍ୟତମ। ନିକଟରେ ତାଙ୍କୁ ‘ମର୍ଡର ମୁବାରକ’ ଏବଂ ‘ଏ ଓ୍ବତନ ମେରେ ଓ୍ବତନ’ ମୁଭିରେ ଦେଖିବାକୁ ମିଳିଛି। ସାରା ତାଙ୍କ ଫିଲ୍ମର ସୁଟିଂ ପୂର୍ବରୁ ଇନଷ୍ଟାଗ୍ରାମରେ କ୍ଲାପ ଦେଇ ତାଙ୍କ ଫଟୋ ପୋଷ୍ଟ କରନ୍ତି।

ସୂଚନାଯୋଗ୍ୟ, ଶୁଟିଂ ସମୟରେ, ପ୍ରତ୍ୟେକ ଦୃଶ୍ୟର ସୁଟ ପୂର୍ବରୁ ଏକ କ୍ଲାପର୍‌ ବୋର୍ଡ ଦେଖାଯାଏ, ଏହା ଉପରେ ସିନ ଓ ଟେକ୍‌ର ନମ୍ବରର ସୂଚନା ଲେଖାଥାଏ। କ୍ଲାପର୍‌ ବୋର୍ଡ ସହିତ ଫଟୋ ପୋଷ୍ଟ କରିବା ବିଷୟରେ ସାରା କୁହନ୍ତି, ମୁଁ ପସନ୍ଦ କରେ ଯେ ମୁଁ ବିଭିନ୍ନ ପ୍ରକାର ଫିଲ୍ମ କରିସାରିଛି। ସମସ୍ତଙ୍କର ଅଲଗା ଅଲଗା କ୍ଲାପ ଅଛି।
ଏବେ ଅନୁରାଗଙ୍କ ଫିଲ୍ମ ‘ମେଟ୍ରୋ … ଇନ ଦିନୋ’ର କ୍ଲାପ ବି ପୋଷ୍ଟ କରିଛନ୍ତି। ଏହା ଏକ ସ୍ମୃତି ରହିଯାଏ। ଯେତେବେଳେ ମୋତେ ଏକ କ୍ଲାପବୋର୍ଡ ସହିତ ଏକ ଦୃଶ୍ୟ କରିବାକୁ କୁହାଯାଏ, ମୋ ଭିତରେ ଥିବା ଚରିତ୍ର ଜାଗ୍ରତ ହୁଏ। ଏହା ପରେ ସାରାଙ୍କୁ ପଚରାଯାଇଥିଲା କି ସେ କେବେ ନିର୍ଦ୍ଦେଶନା ଦେବାକୁ ଚାହୁଁଛନ୍ତି କି? ଏହାର ଉତ୍ତରରେ ସାରା ଅଲି ଖାନ ନକାରାତ୍ମକରେ ମୁଣ୍ଡ ହଲାଇ କହିଛନ୍ତି ଯେ ବର୍ତ୍ତମାନ ମୋର ଏହି ଦିଗକୁ ଯିବାର ଉଦ୍ଦେଶ୍ୟ ନାହିଁ।
ମୁଁ କେବଳ ଅଭିନୟରେ ଖୁସି ଅଛି। ଆଗାମୀ ଦିନରେ ସାରା ଅନୁରାଗ ବସୁଙ୍କ ଫିଲ୍ମ ମେଟ୍ରୋ … ଇନ ଦିନୋ ଏବଂ ଜଗନ ଶକ୍ତିଙ୍କ ଫିଲ୍ମରେ ନଜର ଆସିବେ। ଜଗନଙ୍କ ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।
କିଛି ସମୟ ପୂର୍ବରୁ ଅନୁଭବ ସିଂ ବାସିଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀଙ୍କୁ ପଚରାଯାଇଥିଲା ଯେ ସେ ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବେ କି। ଏହାର ଉତ୍ତରରେ ଅଭିନେତ୍ରୀ କହିଛନ୍ତି ଯେ ହଁ, ମୁଁ ନିଶ୍ଚିତ କରିବି । କେବଳ ଏତିକି ନୁହେଁ, ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଥିଲେ ଯେ ସେ ଭବିଷ୍ୟତରେ ରାଜନୀତି କରିବାକୁ ପସନ୍ଦ କରିବେ। ତଥାପି, ଯେପର୍ଯ୍ୟନ୍ତ ଦର୍ଶକମାନେ ମୋତେ ବଲିଉଡରେ ପସନ୍ଦ କରନ୍ତି, ମୁଁ ଏଠାରୁ କୌଣସି ସ୍ଥାନକୁ ଯାଉନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri