Odisha Elections 2024
Posted inଜାତୀୟ

କଂଗ୍ରେସକୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧।୪: କଂଗ୍ରେସକୁ ସୋମବାର ଏକ ବଡ଼ ଆଶ୍ୱସ୍ତି। ଇନକମ୍‌ ଟ୍ୟାକ୍ସ ରିକଭରୀ ବିରୋଧରେ କଂଗ୍ରେସର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଦଳକୁ ଏଠାରେ ଆଶ୍ୱସ୍ତି ମିଳିଛି। ଦେଶର ସର୍ବୋଚ୍ଚ ଅଦାଲତରେ ଅନୁଷ୍ଠିତ ଶୁଣାଣିରେ କୁହାଯାଇଛି ଯେ, ବର୍ତ୍ତମାନ ଆମେ ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ। ନିର୍ବାଚନ ଶେଷ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖାଯାଇପାରିବ। ସୁପ୍ରିମକୋର୍ଟ କହିଛନ୍ତି, କଂଗ୍ରେସକୁ ଦିଆଯାଇଥିବା ବିଜ୍ଞପ୍ତି ବିରୋଧରେ ଦାଖଲ ହୋଇଥିବା ଆବେଦନ ଜୁଲାଇ ୨୪ରେ ଶୁଣାଣି ହେବ।
ଶୁଣାଣି ସମୟରେ ଆୟକର ବିଭାଗ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିଲେ। ସେ କହିଛନ୍ତି, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ କୌଣସି ଦଳ ସମସ୍ୟାର ସମ୍ମୁଖୀନ ହେବାକୁ ଚାହୁଁନାହୁଁ, ତେଣୁ ବର୍ତ୍ତମାନ ସୁଦ୍ଧା ୧୭୦୦ କୋଟି ଟଙ୍କା ଫେରସ୍ତ ପାଇଁ କୌଣସି ପଦକ୍ଷେପ ନିଆଯିବ ନାହିଁ। ସଲିସିଟର ଜେନେରାଲ ଜଷ୍ଟିସ ବିଭି ନାଗରତ୍ନାଙ୍କ ବେଞ୍ଚକୁ କହିଛନ୍ତି ଯେ, ନୋଟିସ ବିରୋଧରେ ମାମଲାର ଶୁଣାଣି ନିର୍ବାଚନ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବହୁମତ ହାସଲ ନ କଲେ କ’ଣ ରହିବ ଭାଜପାର ପ୍ଲାନ୍‌ ବି: ଜାଣନ୍ତୁ କ’ଣ କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୭।୫: ଲୋକ ସଭା ନିର୍ବାଚନର ଚାରୋଟି ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏନଡିଏ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଦାବି କରିଛି ଭାଜପା।...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଶସ୍ତା ହେଲା ୪୧ ଔଷଧର ଦାମ୍‌

ନୂଆଦିଲ୍ଲୀ,୧୭।୫:ମଧୁମେହ, ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ, ସଂକ୍ରମଣ ଏବଂ ଆଲର୍ଜି ପାଇଁ ଔଷଧ ଶସ୍ତା ହୋଇଛି। କେନ୍ଦ୍ର ସରକାର ଏହିସବୁ ଔଷଧ ଗୁଡିକର ନୂତନ ମୂଲ୍ୟ ସ୍ଥିର...

୩ ବର୍ଷର ଝିଅକୁ କାର୍‌ ଭିତରେ ଛାଡି ମା’ବାପା ଗଲେ ବିବାହ ଭୋଜି: ପରେ ଆସି ଦେଖିବାରୁ…

କୋଟା, ୧୭।୫:ରାଜସ୍ଥାନର କୋଟାରେ ଗୁରୁବାର ଏକ ବନ୍ଦ କାର୍‌ରେ ଜଣେ ୩ ବର୍ଷୀୟା ଝିଅର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ପ୍ରଦୀପ ନାଗର...

ରଶ୍ମିକା ମନ୍ଦନାଙ୍କ ପୋଷ୍ଟ ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୫: ଅଭିନେତ୍ରୀ ରଶ୍ମିକା ମନ୍ଦନା ନ୍ୟାଶନାଲ କ୍ରସ ଜଣାଶୁଣା। ତାଙ୍କୁ ଶେଷ ଥର ପାଇଁ ଆନିମଲ ଫିଲ୍ମରେ ପରଦାରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କର ଅଭିନୟକୁ...

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ମମତା ବାନାର୍ଜୀ

କୋଲକତା,୧୭।୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ୨୪ ଘଣ୍ଟା ମଧ୍ୟରେ ତାଙ୍କ ବିବୃତ୍ତିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ସେ କହିଥିଲେ...

ଜିତିଲେ ସିବଲ, ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ,୧୬।୫: ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ...

ସୋସିଆଲ ମିଡିଆରେ କଂଗ୍ରେସ ହିଟ! କଂଗ୍ରେସର ମନିଫେଷ୍ଟୋକୁ ୮୮ ଲକ୍ଷଥର କରାଯାଇଛି ଡାଉନଲୋଡ

ନୂଆଦିଲ୍ଲୀ,୧୬।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ କେବଳ ମଇଦାନରେ କରାଯାଉନାହିଁ, ସୋସିଆଲ ମିଡିଆ ମଧ୍ୟ ଏହାର ପ୍ରଚାର ପାଇଁ ଏକ ପ୍ରମୁଖ ମାଧ୍ୟମ...

ଗୋଟିଏ ମଞ୍ଚରେ ଏକାଠି ନଜର ଆସିବେ ମୋଦି-ରାଜ ଠାକରେ

ମୁମ୍ବାଇ,୧୬।୫: ଭାଜପା ଏହାର ସହଯୋଗୀ ତଥା ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ସହ ମହାରାଷ୍ଟ୍ରର ଅବଶିଷ୍ଟ ୧୩ ଟି ସିଟ ଉପରେ ବାଜି ଲଗାଇବାକୁ ପ୍ରସ୍ତୁତ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri