Odisha Elections 2024

ହଟିପାରୁନି ରାଜନୈତିକ ପୋଷ୍ଟର

ଭୁବନେଶ୍ୱର,୧।୪ (ବନ୍ଦନା ସେଠୀ): ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ବିଏମ୍‌ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ସହ କାନ୍ଥଲେଖାକୁ ଲିଭାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କୁ ଚିଠି ଲେଖିଥିଲେ। ଏହାପରେ ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଭିନ୍ନ ହୋର୍ଡିଂ ହଟାଯିବା ସହ ଆଉ କେତେକକୁ କଳା କିମ୍ବା ଧଳା କପଡ଼ାରେ ଘୋଡ଼ାଯାଇଥିଲା। ସହରରେ ଲାଗିଥିବା ସମସ୍ତ ହୋର୍ଡିଂ ତୁରନ୍ତ ହଟାଯିବ ବୋଲି ମଧ୍ୟ ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ମାତ୍ର ଆଚରଣ ବିଧି ଲାଗୁ ହେବାର ୧୫ଦିନ ପରେ ବି ସହରର ଅନେକ ସ୍ଥାନରେ ଦଳୀୟ ପୋଷ୍ଟର, ହୋର୍ଡିଂ ଲାଗିଛି। ଅପରପକ୍ଷେ କେତେକ ହାତଗଣତି ପୋଷ୍ଟରକୁ ହଟାଇ ଦେଇ ବିଏମ୍‌ସି ଚୁପ୍‌ ବସିଯାଇଛି।
ମିଶନ୍‌ ଠାରୁ ଆରମ୍ଭ କରି ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଏବଂ ଅନ୍ୟାନ୍ୟ ହୋର୍ଡିଂ ପୂର୍ବଭଳି ରହିଛି। ସହର ମଝିରେ ଆହୁରି ଅନେକ ଦଳୀୟ ପୋଷ୍ଟର, ହୋର୍ଡିଂ ଲାଗିଥିଲେ ମଧ୍ୟ ସେ ସବୁ ବିଏମ୍‌ସିକୁ ଦେଖାଯାଉନି। ଏପରିକି ଗୋଟିଏ ହୋର୍ଡିଂକୁ ଲୁଚାଯାଇଥିଲେ ବି ତା’ ପାଖରେ ଥିବା ଅନ୍ୟ ହୋର୍ଡିଂ ଖୋଲା ରହିଛି। ମଞ୍ଚେଶ୍ୱର ଅଞ୍ଚଳର ଅନେକ ସ୍ଥାନରେ ହୋର୍ଡିଂ ଖୋଲା ଭାବେ ଥିବା ପରିଲକ୍ଷିତ ହୋଇଛି। କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ, ସହରର ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। କାନ୍ଥବାଡ଼ରେ ଥିବା ଲେଖାକୁ ମଧ୍ୟ ଲିଭାଯାଇନାହିଁ। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେହିପରି କାନ୍ଥବାଡ଼, ପୋଲ, ଗଛ ଆଦି ସର୍ବସାଧାରଣ ସ୍ଥାନରେ ପୋଷ୍ଟର, ବିଜ୍ଞାପନ ମାରିଲେ ବିଏମ୍‌ସି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଯାବତ୍‌ ୫୦ରୁ ଊର୍ଦ୍ଧ୍ୱ ସଂସ୍ଥା ନାମରେ ଥାନାରେ ଏତଲା ଦେବା ସହ ୧ଶହରୁ ଊର୍ଦ୍ଧ୍ୱ ସଂସ୍ଥାଙ୍କୁ ନୋଟିସ୍‌ କରିଛି। ଏହାବାଦ୍‌ ଅନେକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରିଛି। ତେବେ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ପାଇଁ କୋର୍ଟ ନିକଟରୁ ଭଞ୍ଜକଳା ମଣ୍ଡପ ପର୍ଯ୍ୟନ୍ତ ରାସ୍ତା ମଝିରେ ଥିବା ବ୍ୟାରିକେଡ୍‌ରେ ମାଳମାଳ ପୋଷ୍ଟର ଲାଗିଥିଲେ ବି ବିଏମ୍‌ସିକୁ ଦିଶୁନି। ସେହିପରି ଅନେକ ସ୍ଥାନରେ ଗଛରେ କଣ୍ଟା ବାଡ଼େଇ ନୋ ପାର୍କିଂ ବୋଲି ଲେଖାଯାଇଛି। ୨ବର୍ଷ ତଳୁ କାନ୍ଥବାଡ଼ରେ ପୋଷ୍ଟର ନ ଲଗାଇବା ପାଇଁ ବିଏମ୍‌ସି ଯେଉଁ ଘୋଷଣା କରିଥିଲା ତାହା ଏବେ ଫମ୍ପା ମାଠିଆର ଶବ୍ଦ ଭଳି ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୦ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ: ସିଇଓ

ଭୁବନେଶ୍ୱର,୧୮।୫: ଦ୍ବିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓ ନିକୁଞ୍ଜ ଧଳ ଶନିବାର ପ୍ରେସମିଟ କରିଛନ୍ତି। ୨ୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର...

ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ: ଏହି ଜିଲାରୁ ଧରାପଡିଲା ସର୍ବାଧିକ

ଭୁବନେଶ୍ୱର,୧୮।୫: ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଶନିବାର ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ...

ନବ ଦାସଙ୍କ ପୁଅଙ୍କ ପିଏଙ୍କ ଘରେ ଆଇଟି ରେଡ୍‌

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ପିଏଙ୍କ ଘରେ ଶନିବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ...

ନବ ଦାସଙ୍କ ପୁଅଙ୍କୁ ୪ ଘଣ୍ଟା ଜେରା କଲା ଆୟକର ବିଭାଗ

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ ଆୟକର ବିଭାଗ ୪ ଘଣ୍ଟା...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

ସଫା ସଫା କହିଦେଲେ ଶାହା, ଏଥର ଆମେ ଓଡ଼ିଶାରେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନ ଏବଂ ୭୫ଟି ବିଧାନସଭା ଆସନ ଜିତିବ ଭାଜପା। ଶୁକ୍ରବାର ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଦମ୍ଭୋକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri