ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ବିବାଦୀୟ ଅଞ୍ଚଳରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଏବଂ ସୀମା ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ମତ ବିନିମୟ ହୋଇଥିଲା।

କୂଟନୈତିକ ଏବଂ ସାମରିକ ଚ୍ୟାନେଲ ଜରିଆରେ ଉଭୟ ପକ୍ଷ ନିୟମିତ ଯୋଗାଯୋଗ ଜାରି ରଖିବାକୁ ରାଜି ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷର ସୂଚନା ମିଳିନାହିଁ। ବେଜିଂରେ ଭାରତ-ଚାଇନା ସୀମା ବ୍ୟାପାର ଉପରେ ପରାମର୍ଶ ଓ ସମନ୍ବୟ ପାଇଁ କାର୍ଯ୍ୟକାରୀ ବ୍ୟବସ୍ଥା (ଡବ୍ଲ୍ୟୁଏମ୍‌ସିସି)ର ୨୯ତମ ବୈଠକରେ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ନେଇ ଜୋର୍‌ଦାର ଆଲୋଚନା ହୋଇଥିଲା ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।

ବହିର୍ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ଏସିଆ ଦୟିତ୍ୱରେ ଥିବା ଯୁଗ୍ମ ସଚିବ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବାବେଳେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ସୀମା ଓ ମହାସାଗର ବିଭାଗର ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଚାଇନା ପ୍ରତିନିଧି ଦଳ ଯୋଗଦେଇଥିଲେ। ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ କୂଟନୈତିକ ଓ ସାମରିକ ଚ୍ୟାନେଲ ଜରିଆରେ ନିୟମିତ ଯୋଗଯୋଗ ଜାରି ରଖିବା ଲାଗି ଉଭୟ ଅନ୍ତରୀଣ ଭାବେ ରାଜି ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଜନସଂଖ୍ୟା ବୃଦ୍ଧିରେ ଲାଗିଲା ରୋକ, ଅବସ୍ଥା ଖରାପ

ନୂଆଦିଲ୍ଲୀ,୯।୫: ନେପାଳର ଜନସଂଖ୍ୟା ବୃଦ୍ଧି କ୍ରମାଗତ ଭାବେ ହ୍ରାସ ପାଉଛି। ଗତ ଦଶନ୍ଧିରେ ନେପାଳର ଜନସଂଖ୍ୟା ଅଭିବୃଦ୍ଧି ହାର ପ୍ରତିବର୍ଷ ୦.୯୨ ପ୍ରତିଶତ ରହିଛି। ଗତ...

ଶୋଇଥିଲେ ଶ୍ରମିକ, ଗୁଳିବର୍ଷଣ କଲେ ଆତଙ୍କବାଦୀ: ୭ ମୃତ

ନୂଆଦିଲ୍ଲୀ,୯।୫: ଆଜିକାଲି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ପୁଣି ଥରେ ଆତଙ୍କବାଦୀମାନେ ଗ୍ବାଦ୍‌ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଭାରତ ପାଇଁ ଆମେରିକାକୁ ଗାଳି କଲା ରୁଷିଆ

ମସ୍କୋ/ନୂଆଦିଲ୍ଲୀ,୯।୫: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି। ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରରେ ଭାରତ ବିରୋଧରେ...

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri