ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର

 

‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ ଏହିପରି। ଥରେ ଜଣେ ଗୃହସ୍ଥଙ୍କ ଘରେ ଚୋରଟିଏ ପଶିଲା। ସେ ଚୋରି କରିବାକୁ ଉଦ୍ୟତ ହେଉଥିଲାବେଳେ ଘରର ପୁଅଟିଏ ତାକୁ କୌଶଳରେ ଧରିପକେଇ ଉଚ୍ଚସ୍ବରରେ ଡାକ ପକେଇଲା, ବାପା, ଆମଘରେ ଚୋର ପଶିଛି। ମୁଁ ତାକୁ କାବୁ କରିନେଇ କୁଣ୍ଢେଇ ଧରିଛି। ତୁମେ ଶୀଘ୍ର ରଶିଟିଏ ଆଣ, ତାକୁ ବାନ୍ଧି ପକେଇବା। ଅନ୍ୟଘରେ ଥିବା ବାପା ଉଚ୍ଚସ୍ବରରେ ଜବାବ ଦେଲେ, ତାକୁ ଭଲଭାବରେ ଜାବୁଡ଼ିଧରିଥା, ଯେମିତି ସେ ଖସିପାରିବନି। ମୁଁ ତାକୁ ଏମିତି ଧରିଛି ଯେ ସେ ମୋଟେ ହଲଚଲ ହୋଇପାରୁନି, ଖସିଯିବ କ’ଣ! ଠିକ୍‌ଅଛି, ତାକୁ ଏମିତି ଧରିଥା ଯେପରି ସେ ମୁହଁ ବୁଲେଇ ତୋ ପିଠିକି କାମୁଡି ପାରିବନି! ଅକଳିଆରେ ପଡ଼ିଯାଇ ଛାଟିପିଟି ହେଉଥିବା ଚୋରଟି ମୁକୁଳିବାକୁ କିଛି ଉପାୟ ନ ପାଇ ଅସହାୟ ହୋଇପଡ଼ୁଥିବା ବେଳେ ଗୃହସ୍ଥଙ୍କ କଥା ତା’କାନରେ ପଡ଼ିଲା । ଏବେ ତାକୁ ଉପାୟ ମିଳିଗଲା ଏବଂ କାଳବିଳମ୍ବ ନ କରି ତତ୍‌କ୍ଷଣାତ୍‌ ତା’ର ସମସ୍ତ ଶକ୍ତି ସଞ୍ଚୟକରି ପୁଅର ପିଠିକୁ ସେ ଏତେ ଜୋରରେ କାମୁଡି ଧରିଲା ଯେ ଯନ୍ତ୍ରଣାରେ ଚିତ୍କାର କରି ପୁଅଟି ତାକୁ ଛାଡି ତା’ପିଠି ଆଉଁସିବାକୁ ହାତ ବଢ଼େଇଲା। ସଙ୍ଗେସଙ୍ଗେ ଚୋରଟି ଯଥାଶୀଘ୍ର ଦ୍ରୁତଗତିରେ ଘରୁ ବାହାରି ଦୌଡ଼ି ପଳେଇଲା।
ଅନ୍ୟର କଥା ବା କାମରୁ ନିଜକୁ କିପରି ଉପକାର ମିଳେ ଏହି ବାର୍ତ୍ତାବହନ କରୁଥିବା ସମ୍ପୃକ୍ତ ସୂକ୍ତିଟି ଏବେ ଆମର ନିତିଦିନିଆ ଜୀବନକୁ ପ୍ରଭାବିତ କରୁଛି, ଯାହାର ଦୃଷ୍ଟାନ୍ତର ଅଭାବ ନାହିଁ । ନୂଆ ଚାକିରିଆଟିଏ ନିରୀହ ଭାବରେ ନିଜର କାମକୁ ଖୁବ୍‌ ଆଗ୍ରହର ସହିତ କରୁଥିବାବେଳେ ତା’କାମ ଦ୍ୱାରା ଉପକୃତ ହେଉଥିବା ଲୋକେ ଖୁସିରେ ଓ ବିନା ଯାଚଜ୍ଞାରେ ନିଜଆଡୁ ତାକୁ କିଛି ଉପଢ଼ୌକନ, ପୁରସ୍କାର, ଉପହାର, ଭେଟି ଏପରି କି ପାନଖଣ୍ଡେ ଦେଇ କୃତଜ୍ଞତା ପ୍ରକାଶ କରନ୍ତି। ଧୀରେ ଧୀରେ ଏସବୁ ତା’ର ଅଭ୍ୟାସରେ ପଡ଼ିଯାଇ ଦାବିରେ ପରିଣତ ହୋଇଯାଏ ଏବଂ ଯିଏ ତା’ର ଦାବିକୁ ପୂରଣ ନ କରେ ତା’ର କାମହୁଏନା। ଏହିପରି ଭାବରେ ଉତ୍କୋଚ, ଲାଞ୍ଚ ବା ଘୁସ୍‌ ସୃଷ୍ଟି ହୁଏ, ଯାହା ବଡ଼ବଡ଼ ଦୁର୍ନୀତି ପାଇଁ ପଥ ପ୍ରଶସ୍ତ କରିଦିଏ। ସାଧାରଣ ଲୋକମାନେ ହିଁ ନିଜର ସ୍ବାର୍ଥ ପାଇଁ ନୀତିକୁ ବୁଲେଇ ବଙ୍କେଇ ଦୁର୍ନୀତିରେ ପରିଣତ କରିବାକୁ ପ୍ରଶ୍ରୟ ଦିଅନ୍ତି। ସେହିପରି ଜଣେ ଲୋକଠାରୁ ସତକଥା ଜାଣିବା ପାଇଁ ତା’ ଆଗରେ ଜାଣିଶୁଣି କିଛି ମିଥ୍ୟା ତଥ୍ୟ ପ୍ରକାଶ କଲେ ପ୍ରତିବାଦସ୍ବରୂପ ହେଉ କି ସଂଶୋଧନ କରିବା ପାଇଁ ହେଉ ତା’ ମୁହଁରୁ ସତ କଥା ବାହାରିପଡ଼େ। ଦୁଇଜଣଙ୍କ ଭିତରେ କଳିଝଗଡ଼ା ଲାଗିଥିଲା ବେଳେ ଅତ୍ୟଧିକ ଉତ୍ତେଜନାବଶତଃ ଜଣେ ଅପରପକ୍ଷ ବିରୋଧରେ କି ପଦକ୍ଷେପ ନେବ ତାହା ପ୍ରକାଶ କରିଦିଏ। ଫଳରେ ସମ୍ପୃକ୍ତ ପକ୍ଷଟି ଚାଲାକ ହୋଇଯାଇ ତା’ର ପ୍ରତିକାର ପାଇଁ ବ୍ୟବସ୍ଥା କରେ। କେବେ କେବେ ସେବା ଶୁଶ୍ରୂଷା କରି ତ କେବେ ଅତି କୋମଳ ମଧୁର କଥା କହି କିମ୍ବା ନିଶା କି ମାଦକଦ୍ରବ୍ୟର ସାହାରା ନେଇ ଅସଲକଥା ଆଦାୟ କରିହୁଏ। କିଛି ଲୋକ ଅନ୍ୟ ଲୋକ ମନରେ ବିଶ୍ୱାସ ଜନ୍ମେଇ ଗୁପ୍ତ କଥା ଆଦାୟ କରି ନିଅନ୍ତି ତ କିଛି ଲୋକ ପରକୁ ଅତି ଆପଣାର କରିବା ପାଇଁ ଗୁମର କଥା ଖୋଲି କହିଦିଅନ୍ତି। ହନିଟ୍ରାପିଂ ଏହାର ଏକ ଉଦାହରଣ। ସମ୍ପ୍ରତି ଯେତେସବୁ ସାଇବର୍‌ ଅପରାଧ ଘଟୁଛି ତା’ର ମୂଳକାରଣ ଅନ୍ୟଠାରୁ ସଂଗୃହୀତ ସୂଚନା। ଯେନତେନପ୍ରକାରେଣ କୌଣସି ଲୋକଠାରୁ ତା’ର ବ୍ୟାଙ୍କ ବିବରଣୀ, ପାସ୍‌ ୱାର୍ଡ, ସିକ୍ରେଟ କୋଡ୍‌, କେୱାଇସି ଇତ୍ୟାଦି ହାସଲକରି ତାକୁ ସର୍ବସ୍ବାନ୍ତକରିବା କିମ୍ବା ତା’ର ଏଟିଏମ୍‌ ହ୍ୟାକିଂ କରିବା ଭଳି ଅପରାଧ ଆଜିକାଲି ବଢ଼ିବଢ଼ି ଚାଲିଛି। ଏହାର ଏକ କାରଣ ସାଧାରଣ ଲୋକଟିଏ ଅଜ୍ଞତାବଶତଃ ନିଜର ଗୁପ୍ତତଥ୍ୟ ଅନ୍ୟକୁ ପ୍ରଦାନ କରି ତାକୁ ଚାଲାକ କରିଦିଏ। ଆଉ କିଛିଲୋକ ନିଜ ଲୋକଙ୍କ ମାଧ୍ୟମରେ ଅନ୍ୟମାନଙ୍କର ବ୍ୟକ୍ତିଗତ ବିବରଣୀ ସଂଗ୍ରହକରି ପ୍ରଥମେ ସେମାନଙ୍କ ମନରେ ତାଙ୍କ ପ୍ରତି ଗଭୀର ବିଶ୍ୱାସ ଜନ୍ମାନ୍ତି ଏବଂ ତା’ପରେ ନିଜକୁ ଆତ୍ମଘୋଷିତ ବାବା କିମ୍ବା ଭଗବାନ୍‌ ବୋଲି ପରିଚୟ ସୃଷ୍ଟିକରି ସେମାନଙ୍କୁ ଠକି ଚାଲନ୍ତି। ତେଣୁ ଉଦ୍ଦେଶ୍ୟ ସାଧନ ପାଇଁ ଠକମାନେ ଯେତେସବୁ ଉପାୟ ଅବଲମ୍ବନ କରନ୍ତି ପ୍ରାୟ ଅଧିକାଂଶ କ୍ଷେତ୍ରରେ ଅନ୍ୟର ସହଯୋଗ ସେଥିରେ ସହାୟତା ଯୋଗାଏ ।
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିକ୍ଷକ ଚାକିରି ଛାଡ଼ି ରସିକ ନାକୌମ ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ (ହାଇଡ୍ରୋପୋନିକ) ପଦ୍ଧତିରେ ଚାଷ କରୁଛନ୍ତି। କେବଳ ଏତିକି ନୁହେଁ, ରସିକ ଗତ...

ଜଙ୍ଗଲ ନିଆଁ ଓ ବନ୍ୟପ୍ରାଣୀ ସଂରକ୍ଷଣ

ତ୍ରିଲୋଚନ ସାହୁ   ରାଜ୍ୟରେ ଏବେ ଗ୍ରୀଷ୍ମ ଲହର। ଜନଜୀବନ ଅସ୍ତବ୍ୟସ୍ତ। ଆସନ୍ତାବର୍ଷ ଅଥବା ଆଉ ଦୁଇ ଚାରି ବର୍ଷ ପରେ ତାପମାତ୍ରା ୫୦ ଡିଗ୍ରୀରେ...

ଆମରି ନାଆରେ ଆମେ ନାଉରି

ଅଜୟ ବେହୁରା   ଶୀର୍ଷକଟିକୁ ପଢ଼ିଲା ପରେ ପୂର୍ବ ପଦର ଆଭାସ ମନକୁ ଆସୁଥିବ ନିଶ୍ଚୟ। ତାହା ହେଉଛି ‘ଆମେ ଚଳାଉଚୁ ଦେଶ ଆମରି, ଆମରି...

ଆମେରିକାରେ ଗାଜା ପ୍ରତିବାଦକାରୀ

ଇଆନ୍‌ ବୁରୁମା   ପାଲେଷ୍ଟିନୀୟମାନେ ସେମାନଙ୍କ ଭୂମିରେ ସ୍ବାଧୀନ ଭାବେ ବଞ୍ଚିବା ଲାଗି ଏକ ମୁକ୍ତ ପାଲେଷ୍ଟାଇନ୍‌ ଦାବି କରୁଛନ୍ତି ଆମେରିକାର କଲେଜ ପ୍ରତିବାଦକାରୀମାନେ। ଦେଶର...

ଏଇ ଭାରତରେ

ପଚାଶ କି ଶହେ ନୁହେଁ, ୨୩୦ କିସମର ଆମ୍ବ ଚାଷକରି ବର୍ଷକୁ ୪୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଗୁଜରାଟର ସୁମିତ ଝରିଆ । ୧୨.୫...

ଆଦର୍ଶ ମଦ୍ୟପ

ମଦ ପିଇ ମାତାଲ ହେଉଥିବା ମଦ୍ୟପ ବା ମଦୁଆ। ସେହି ମଦ୍ୟପ ସମାଜରେ ବିଭିନ୍ନ ଅସାମାଜିକ କାର୍ଯ୍ୟ କରେ। ତା’ ଘରଠାରୁ କାର୍ଯ୍ୟକ୍ଷେତ୍ର କିମ୍ବା ବିଚରଣ...

ନିର୍ବାଚନ ପ୍ରଚାରରେ ଡିପ୍‌ଫେକ୍‌ ଭିଡିଓ

କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମ୍ପର୍କରେ ଡିପ୍‌ଫେକ୍‌ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ିଥିବା ୫ ତେଲଙ୍ଗାନା କଂଗ୍ରେସୀ କର୍ମୀଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ...

ଠକ ଓ ଜାଲିଆତି

ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାଶନାଲ ଏଲିଜିବିଲିଟି କମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri