ଏଥର ବୈଜୟନ୍ତଙ୍କ ସହ ଅଂଶୁମାନ୍‌ଙ୍କ ମୁକାବିଲା

କେନ୍ଦ୍ରାପଡ଼ା,୨୮ା୩ (ଜଗନ୍ନାଥ ଧଳ)ଆସନ୍ତା ଜୁନ୍‌ ୧ ତାରିଖରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ସାଧାରଣ ନିର୍ବାଚନ ହେବ ା ୭ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଏହି ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି ା ଭାଜପାର ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ାର ପୂର୍ବତନ ଏମ୍‌ପି ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ା ବିଜେଡି ଏହାର ଜବାବ୍‌ରେ ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ବୁଧବାର ପ୍ରାର୍ଥୀ ଭାବେ ଘୋଷଣା କରିଛି ା ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ମଧ୍ୟରୁ ୨ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ଏଥିରେ ପଛରେ ପଡ଼ିଛି।
ପୂର୍ବତନ ଏମ୍‌ପି ବୈଜୟନ୍ତ ୨୦୦୯ ଓ ୨୦୧୪ରେ ଏହି ସଂସଦୀୟ କ୍ଷେତ୍ରରୁ ବିଜେଡି ଟିକେଟରେ ଜିତିଥିଲେ ା ମାତ୍ର ୨୦୧୯ରେ ଭାଜପାରୁ ସେ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ହାରିଥିଲେ ା ଅପରପକ୍ଷେ ନିର୍ବାଚନରେ ପରାଜୟ ସତ୍ତ୍ୱେ ଜିଲାରେ ଦଳୀୟ ସଂଗଠନକୁ ନିଜ ହାତମୁଠାରେ ରଖିଛନ୍ତି ା ଜିଲାରୁ ପଞ୍ଚାୟତସ୍ତରର କର୍ମକର୍ତ୍ତା ବୈଜୟନ୍ତଙ୍କ ନିୟନ୍ତ୍ରଣରେ ଅଛି ା ମାତ୍ର ବିଭିନ୍ନ ବିଧାନସଭା କ୍ଷେତ୍ରରେ ବିଧାୟକ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳୀୟ ବିଦ୍ରୋହର ସମ୍ମୁଖୀନ ହେବା ଆଲୋଚନା ଆରମ୍ଭ ହୋଇଛି ା ଏପରି କି ଦଳରେ ଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ନିକଟରେ ବିଜେଡିରେ ଯୋଗ ଦେଇ ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ସରିଛି ା ବିଜୟଙ୍କ ଜିଲାରେ ଏକ ବଡ଼ ଧରଣର ନିଜସ୍ବ ସଂଗଠନ ଅଛି ା ଏହି ସଂଗଠନ ଏବେ କାହାକୁ ସମର୍ଥନ ଦେବ, ତାହାର ତର୍ଜମା ହେଉଛି ା ବିଜେଡି ପ୍ରାର୍ଥୀ ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁବାବୁଙ୍କ ସାଥୀ ସ୍ବର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ା ନଳିନୀକାନ୍ତ ଜନତା ଦଳରେ ରହି ନିର୍ବାଚନ ଜିଣିବା ସହିତ ମନ୍ତ୍ରୀ ପଦ ପାଇଥିଲେ ା ମାତ୍ର ଶେଷ ସମୟରେ କଂଗ୍ରେସକୁ ଯାଇ ନିର୍ବାଚନ ଲଢ଼ିଥିଲେ ା ବାପାଙ୍କ ପଦାଙ୍କ ଅନୁସରଣ କରିଥିଲେ ଅଂଶୁମାନ ା କଂଗ୍ରେସରୁ ରାଜନଗର ବିଧାନସଭା ଆସନ ପାଇଁ ୨୦୧୪ରେ ଲଢ଼ି ବିଜୟୀ ହୋଇଥିଲେ ା ତେବେ ୨୦୧୯ରେ ବିଜେଡି ପ୍ରାର୍ଥୀ ଧୃବ ସାହୁ ତାଙ୍କୁ ପରାଜିତ କରିଥିଲେ ା ଅଂଶୁମାନ କଂଗ୍ରେସରେ ଥିବା ବେଳେ ଦଳୀୟ ସଂଗଠନକୁ ସୁଦୃଢ଼ ପାଇଁ ଜିଲା ସଭାପତି ଭାବେ କାର୍ଯ୍ୟ କରିଛନ୍ତି ା ଏଥିସହିତ ବିଗତ ୧୦ ବର୍ଷରେ ତାଙ୍କର ଅନୁଗତଙ୍କ ସଂଖ୍ୟା ବହୁ ଅଧିକ ା ବିଜେଡିରେ ଗତ ଦୁଇ ସପ୍ତାହ ପୂର୍ବେ ଯୋଗ ଦେଇ ଦଳୀୟ ସଂଗଠନକୁ ଆଗକୁ ନେଉଛନ୍ତି ା ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ ା ରାଜନିତୀରେ ଧୂରୀଣ ଏହି ଦୁଇ ନେତାଙ୍କ ମଧ୍ୟରେ ବଡ଼ ଧରଣର ରାଜନୈତିକ ମୁକାବିଲା ଏଥର ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଜିଲାରେ ଆଲୋଚନା ଆରମ୍ଭ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

ଗୋପାଳପୁର,୯ା୫(ନବୀନ ରାଜ ଆଚାରୀ): ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ଆକ୍ରମଣର ଶିକାର ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଗୁରୁବାର ଉଭୟଙ୍କ...

ବିଜେଡିର ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ, ଏସଏଚ୍‌ଜି ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

ବିଜେଡି ନିର୍ବାଚନୀ ଇସ୍ତାହାର : ଯୁବତୀଯୁବକଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

ସରକାରଙ୍କ ଅଣଦେଖା: ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଭବାନୀପାଟଣା,୯ା୫(ଉତ୍ତମ କୁମାର ଦାଶ): ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ...

ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେଡି, ମାଗଣା ବିଜୁଳି ସହ BSKY କାର୍ଡକୁ ନେଇ ହେଲା ବଡ଼ ଘୋଷଣା

ଭୁବନେଶ୍ୱର,୯।୫: ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷଣା ପତ୍ରରେ...

୧୩ରେ ପ୍ରଥମ ମତଦାନ: ୭୦୩ କେନ୍ଦ୍ରର ହେବ ଓ୍ବେବ୍‌କାଷ୍ଟ

ଛତ୍ରପୁର,୯ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାରେ ଆଉ ତିନି ଦିନ ପରେ ୧୩ ତାରିଖ ଦିନ ବ୍ରହ୍ମପୁର ଲୋକସଭା ଏବଂ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି...

ଖର୍ଚ୍ଚ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ଆସିଲେ ତୁରନ୍ତ ଜଣାଅ

ଭଦ୍ରକ,୯।୫ (ସନାତନ ରାଉତ)-ଭଦ୍ରକ ଲୋକ ସଭା ଓ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି।...

ବିଧାୟକ, ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରୁଛନ୍ତି କେସିଙ୍ଗା ନଗରପାଳ

କେସିଙ୍ଗା,୯ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଓ୍ବାର୍ଡ ନମ୍ବର ୬ରେ ନଗରପାଳ ନୃପରାଜ ଯାଦବ ପ୍ରଚଣ୍ଡ ଟାଣଖରାକୁ ଖାତିର ନ କରି ଓ୍ବାର୍ଡ ନଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri