ଭଣ୍ଡାରିପୋଖରୀରୁ ପ୍ରଫୁଲ୍ଲ ଗଲେ, ଭଦ୍ରକରୁ ସଞ୍ଜୀବ ଆସିଲେ

ଭଦ୍ରକ(ସନାତନ ରାଉତ)/ବନ୍ତ(ହରି ନାରାୟଣ ମହାନ୍ତି),୨୮ା୩ବୁଧବାର ବିଜେଡ଼ିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ଜିଲାର ଭଦ୍ରକ ଓ ଭଣ୍ଡାରିପୋଖରୀରେ ବିଧାୟକଙ୍କ ଅଦଳ ବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭଣ୍ଡାରିପୋଖରୀର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ବିଧାନସଭା ଓ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ଅପରପକ୍ଷେ ଭଣ୍ଡାରିପୋଖରୀରୁ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭଦ୍ରକରେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଗୋଟିଏ ଗୋଷ୍ଠୀ ବାରମ୍ବାର ବିରୋଧ କରି ଆସୁଥିବା ବେଳେ ତାଙ୍କୁ ଟିକେଟ ନ ଦେବାକୁ ମଧ୍ୟ ଦାବି କରି ଆସୁଥିଲେ। ସେହି କାରଣରୁ ସଞ୍ଜୀବଙ୍କୁ ଭଦ୍ରକ ବଦଳରେ ଭଣ୍ଡାରିପୋଖରୀ ଏବଂ ପ୍ରଫୁଲ୍ଲଙ୍କୁ ଭଦ୍ରକ ଆସନରେ ପ୍ରାର୍ଥୀ କରାଯାଇଥିବା ଚର୍ଚ୍ଚା ହେଉଛି। ପ୍ରଫୁଲ୍ଲଙ୍କ ପ୍ରାର୍ଥୀତ୍ୱ ପରେ ଭଦ୍ରକରେ ଥିବା ଗୋଷ୍ଠୀ କନ୍ଦଳ କେତେ ପରିମାଣରେ ହ୍ରାସ ପାଇବ ତାହା ନିର୍ବାଚନର ଫଳାଫଳ ପରେ ଜଣାପଡ଼ିବ। ସୂଚନାଯୋଗ୍ୟ ଭଣ୍ଡାରିପୋଖରୀ ପୂର୍ବରୁ ପ୍ରଫୁଲ୍ଲ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ୧୯୯୦ ଓ ୧୯୯୫ରେ ବିଧାୟକ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସତି କଲୋନୀ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ

ଯାଜପୁର/କାଳିଆପାଣି(ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୧୩ା୫: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବସବାସ କରୁଥିବା ମାଙ୍କଡ଼ିଆ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବସତି କଲୋନୀର ଅଧାପନ୍ତରିଆ ଗୃହ ଏବେ ଅସାମାଜିକଙ୍କ...

୩ ମାସ ତଳେ ନିର୍ମାଣ ହୋଇଥିବା କଲଭର୍ଟ ଭୁଶୁଡ଼ିଲା

ଚଣ୍ଡିଖୋଲ,୧୩ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତର କୋହ୍ଲା ଗ୍ରାମ ନିକଟରେ ୩ ମାସ ତଳେ ନିର୍ମାଣ ହୋଇଥିବା କଲଭର୍ଟ ଶନିବାର ଭୁଶୁଡ଼ିପଡିଛି।...

ଇଭିଏମ୍‌ରେ ତ୍ରୁଟି, ବିଳମ୍ବରେ ମତଦାନ ଆରମ୍ଭ

ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌର ପରିଷଦ ଅଞ୍ଚଳ କୁମୁଟିଗୁଡ଼ା ପୋଲିଂ କେନ୍ଦ୍ରରେ ଭୋଟ୍‌ ଦେବା ପାଇଁ ସକାଳ ୭ଟାରେ ମହିଳା ପୁରୁଷ ଭୋଟରଙ୍କ ପ୍ରବଳ ଭିଡ଼...

ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଭାଜପା, ସୂଚନା ଦେଲେ ପ୍ରଣବ

ଭୁବନେଶ୍ୱର,୧୩ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ବିଜୁ ଜନତା ଦଳ ବାରମ୍ବାର ପ୍ରଶ୍ନ କରୁଥିଲା ବେଳେ ଏହାକୁ ନେଇ ବଡ ଖବର ସାମ୍ନାକୁ...

କେସିଙ୍ଗାରେ ଚାଲିଛି ମତଦାନ

କେସିଙ୍ଗା,୧୩ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ସାଧାରଣ ନିର୍ବାଚନ ସୋମବାର ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳା ସହ ଆରମ୍ଭ ହୋଇଛି। ଭବାନୀପାଟଣା ନିର୍ବାଚନ ମଣ୍ଡଳୀ...

Featured Video Play Icon

ବିପଦରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ

ବିପଦରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ, ମଳିନ ଦିଶୁଛି ମହାପ୍ରଭୁଙ୍କ ଶ୍ରୀମୁଖ। ଶ୍ରୀଅଙ୍ଗ ରେ ଲାଗି ହେଉଥିବା କସ୍ତୁରୀ ଅଭାବରୁ ଏବେ ଚନ୍ତାରେ ଶ୍ରୀମନ୍ଦିର ପ୍ରଶାସନ।

କେନ୍ଦ୍ରମନ୍ତ୍ରୀ ଥାଇ ଦେବଗଡ଼ ପାଇଁ କ’ଣ କରିଛନ୍ତି: ପ୍ରଣବ

ଦେବଗଡ଼,୧୩।୫(ଶଶାଙ୍କ ଶେଖର ଝାଙ୍କର): ନିର୍ବାଚନୀ ପ୍ରଚାର ପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀ ଓ ବ୍ଲକ ବୁଲି ସଭାରେ ଯୋଗଦେଉଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା...

‘ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା ଖଟୁଛନ୍ତି’

ଖୋର୍ଦ୍ଧା,୧୨ା୫(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧାରେ ରବିବାର ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ ନିର୍ବାଚନୀ ପ୍ରଚାର କରିଛନ୍ତି। ସେ ସନ୍ଧ୍ୟା ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ମୁକୁନ୍ଦପ୍ରସାଦଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri