Posted inଜାତୀୟ

ଭାଜପାର ମାଷ୍ଟର ଷ୍ଟ୍ରୋକ୍‌, ମହୁଆଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଲେ ରାଜମାତା

କୋଲାକାତା,୨୫।୩: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର (୨୪ ମାର୍ଚ୍ଚ) ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ୧୧୧ ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଦଳ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ରାଜମାତା ଅମୃତା ରୟଙ୍କୁ ଟିକେଟ ଦେଇଛି। ସେ ଟିଏମସି ନେତା ମହୁଆ ମୋଇତ୍ରାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଅମୃତା ରୟ କୃଷ୍ଣନଗରର ରାଜବାଡି (ରୟାଲ ପ୍ୟାଲେସ) ର ରାଣୀ ମାତା।ଗତ କିଛି ଦିନ ହେବ ତାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ କଳ୍ପନାଜଳ୍ପନା କରାଯାଉଥିଲା। ସେ ଚଳିତ ମାସ ୨୦ରେ ଭାଜପାରେ ଯୋଗ ଦେଇଥିଲେ। ସେ ଶୁଭେନ୍ଦୁ ଆଧିକାରୀଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଥିଲେ।
ନିର୍ବାଚନ ବିଶେଷଜ୍ଞଙ୍କ ମତରେ ଅମୃତା ରୟଙ୍କ ପ୍ରାର୍ଥୀ ହେବା ରାଜ୍ୟରେ ଭାଜପାକୁ ମଜବୁତ କରିବ। ଭାଜପା ସୂତ୍ର ଅନୁଯାୟୀ ଜିଲା ନେତୃତ୍ୱ ପ୍ରଥମେ ଅମୃତାଙ୍କୁ ପ୍ରାର୍ଥୀ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ପରେ ଦଳ ତାଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଏଥି ସହିତ ଯେତେବେଳେ ଅମୃତାଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଇଥିଲା ସେତେବେଳେ ସେ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲା ବିତର୍କ ପାଇଁ ମୁଁ ପ୍ରସ୍ତୁତ, ମୋଦି ରାଜି ତ: ରାହୁଲ

ନୂଆଦିଲ୍ଲୀ,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ଆହ୍ବାନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଗ୍ରହଣ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ବିତର୍କରେ ସାମିଲ...

ଝାଡ଼ଖଣ୍ଡର ଆଦିବାସୀଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ? ଆସାମ ମୁଖ୍ୟମନ୍ତ୍ରୀ କହିଲେ କାରଣ…

ଦିସ୍‌ପୁର,୧୧।୫: ଆସାମ ଏବଂ ପଶ୍ଚିମବଙ୍ଗ ଭଳି ସୀମାନ୍ତ ରାଜ୍ୟ ପାଇଁ ବାଂଲାଦେଶର ଅନୁପ୍ରବେଶକାରୀମାନେ ଚିନ୍ତାର ବିଷୟ ପାଲଟିଛନ୍ତି। ଅନୁପ୍ରବେଶକାରୀଙ୍କ ଯୋଗୁ ଏହି ରାଜ୍ୟଗୁଡ଼ିକର ସୀମାନ୍ତ ଜିଲାଗୁଡ଼ିକର...

ଭାଜପା ସମ୍ବିଧାନରେ ବୟସକୁ ନେଇ କୌଣସି ବ୍ୟବସ୍ଥା ନାହିଁ- ମୋଦିଙ୍କ ଅବସରକୁ ନେଇ ଜବାବ ରଖିଲେ ନଡ୍ଡା

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦାବିକୁ ନେଇ ଭାଜପା ପ୍ରତିକ୍ରିୟା ରଖିଛି। ଜେଲରୁ ମୁକୁଳିବା ପରେ କେଜ୍‌ରିଓ୍ବାଲ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସରକୁ ନେଇ...

ଭାଜପା ନିଜ ନେତାଙ୍କୁ ଛାଡ଼ିନାହିଁ, ଏଥର ନିର୍ବାଚନ ଜିତିଲେ ସବୁ ବିରୋଧୀ ଦଳ ନେତା ଜେଲ ଯିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଯଦି...

ଆସନ୍ତାକାଲି ବଡ଼ ବୈଠକ ଡାକିବେ କେଜ୍‌ରିଓ୍ବାଲ, ଏଜେଣ୍ଡାକୁ ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ,୧୧ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଶୁକ୍ରବାର ସୁପ୍ରିମକୋର୍ଟଙ୍କଠାରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଛନ୍ତି। ଏହା ସହ ଜେଲ୍‌ରୁ ବାହାରିବା ପରେ...

ପାକିସ୍ତାନର ପରମାଣୁ ବୋମାକୁ ଭାରତ ଡରେ ନାହିଁ: ଶାହା

ନୂଆଦିଲ୍ଲୀ,୧୧ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର କଂଗ୍ରେସ ଏବଂ ଏହାର ନେତାଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ତେଲଙ୍ଗାନାରେ ଏକ ନିର୍ବାଚନୀ ସମାବେଶକୁ...

ଜେଲ୍‌ ଯିବା ପରେ କାହିଁକି ଦେଇ ନ ଥିଲେ ଇସ୍ତଫା, ପ୍ରେସମିଟ୍‌ କରି ବଡ଼ ବୟାନ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ଜାମିନ ପାଇବାର ଦିନେ ନ ଯାଉଣୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା...

ଭାରତମାତା, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବରଗଡ଼,୧୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଶନିବାର ଅପରାହ୍ନରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବରଗଡ଼ରେ ପହଞ୍ଚିଛନ୍ତି। ମୋଦି ବରଗଡ଼ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri