ଓଡ଼ିଆଙ୍କ ପାଇଁ ପଖାଳ ଅମୃତ ସଦୃଶ

ବ୍ରହ୍ମପୁର,୨୦।୩(ତନୁଶ୍ରୀ ନାହାକ) : ବୁଧବାର ବିଶ୍ୱ ପଖାଳ ଦିବସ। ଏହି ଦିବସ ଆସିଲେ ଓଡ଼ିଆଙ୍କ ପଖାଳ କଂସାର କଥା ମନକୁ ଆସେ। ବିଶେଷ କରି ଖରାଦିନେ ପଖାଳ ଓଡ଼ିଆଙ୍କ ଅତି ଆବଶ୍ୟକ ହେଉଥିବାରୁ ସମସ୍ତେ ଏହି ଦିବସକୁ ସ୍ବାଗତ କରିଥାନ୍ତି।
ସାଧାରଣତଃ ଧନୀଠାରୁ ଗରିବ ପର୍ଯ୍ୟନ୍ତ ସଭିଏଁ ପଖାଳକୁ ପ୍ରାଥମିକତା ଦେଇଥାନ୍ତି। ଏହା ଖରାଦିନରେ ଶରୀରରେ ଜଳୀୟ ଅଂଶ ବୃଦ୍ଧି କରାଇ ସତେଜ ରଖିଥାଏ। ପଖାଳ ସହିତ ଲୋକେ ବଡ଼ି ଚୁରା, ଶୁଖୁଆ, ଶାଗ ଭଜା, ଆଳୁ ଭର୍ତ୍ତା, ଜହ୍ନିପୋଡ଼ା ଆଦି ମିଶାଇ ଖାଇଥାନ୍ତି। ୨୦୧୫ରୁ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଓଡ଼ିଶା ସମେତ ବାହାରେ ରହୁଥିବା ଓଡ଼ିଆମାନେ ଏହି ଦିବସର ମହତ୍ୱକୁ ବୁଝୁଛନ୍ତି। ପଖାଳର ଲୋକପ୍ରିୟତା ବୃଦ୍ଧି ନିମନ୍ତେ ଲୋକେ ହ୍ବାଟସଅପ, ଫେସବୁକ, ଇନଷ୍ଟାଗ୍ରାମରେ ବର୍ଣ୍ଣନା କରି ଏହି ପାରମ୍ପରିକ ଖାଦ୍ୟ ସହ ବ୍ୟଞ୍ଜନର ଫଟୋ ସେୟାର କରୁଥିବା ଦେଖିବାକୁ ମିଳୁଛି।
ଯେବେଠାରୁ ପଖାଳ ଦିବସ ଆରମ୍ଭ ହୋଇଛି ସେବେଠାରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ହୋଟେଲଗୁଡିକରେ ମଧ୍ୟ ପଖାଳର ଚାହିଦା ବୃଦ୍ଧି ପାଇଛି। ତେଣୁ ହୋଟେଲଗୁଡିକରେ ପଖାଳ ସହିତ ଅନ୍ୟାନ୍ୟ ବଞ୍ଜନ ପରଷାଯାଉଛି। ଦହି ପଖାଳ, ଗରମ ପଖାଳ, ତୋରାଣୀ ପଖାଳ ଆଦି ବିଭିନ୍ନ ହୋଟେଲରେ ମିଳୁଛି। ରେଶମ ସହର ବ୍ରହ୍ମପୁରରେ ଖରାଦିନେ ଆସିଲେ ନନ୍ଦନ ହୋଟେଲରୁ ଆରମ୍ଭ କରି ଡ଼ାଲମା, ସତ୍ୟସାଇ, ଭୁବନେଶ୍ୱରୀ ପ୍ରତ୍ୟେକ ହୋଟେଲରେ ପଖାଳ ମିଳୁଛି। ୮ ବର୍ଷ ପୂର୍ବେ ମାତ୍ର ୩୫ ରୁ ୪୦ ଟଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ପଖାଳ କଂସା ଏବେ ସହରରେ ୧୦୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି।
ପଖାଳ ଖାଇବାକୁ ଲୋକଙ୍କ ଭିଡ ମଧ୍ୟ ହେଉଛି। ଏଥିରୁ ପଖାଳର ଚାହିଦା କେତେ
ଅଧିକା ତାହା ଏଥିରୁ ବୁଝି ହେଉଛି।

 

ଖରାଦିନେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପଖାଳ। ୮ ବର୍ଷ ହେଲା ଏହି ହୋଟେଲରେ ପଖାଳ ବ୍ୟବସ୍ଥା କରାଯାଇଛି। ପ୍ରାୟ ସବୁ ସମୟରେ ପଖାଳ ମିଳୁଥିବାବେଳେ ଦିବସ ଆସିଲେ ଚାହିଦା ଅଧିକ ରହୁଛି। ଓଡ଼ିଆଙ୍କ ପାଇଁ ପଖାଳ ଅମୃତ ସଦୃଶ ହୋଇଥିବାରୁ ନିୟମିତ ଅପେକ୍ଷା ୩୦ ପ୍ରତିଶତ ଅଧିକ ଗ୍ରାହକ ପଖାଳ ବରାଦ କରିଥାନ୍ତି। ପୂର୍ବରୁ ୪୦ ଟଙ୍କା ଥିବାବେଳେ ଏବେ ପଖାଳ ଥାଳି ୧୧୦ ଟଙ୍କା ରହିଛି। ପଖାଳ ସହ ଆଳୁଭର୍ତ୍ତା,ବଡ଼ିଚୁରା, ଘାଣ୍ଟ ତରକାରୀ, ଶାଗ, ଆଚାର ନିୟମିତ ରହିଥାଏ। ପଖାଳ ଦିବସ ପାଇଁ ସ୍ବତନ୍ତ୍ର ଭାବେ ଆମିଷର ବି ବ୍ୟବସ୍ଥା ରହିଛି।
କେ.ସତୀଶ, ମାଲିକ (ହୋଟେଲ ଡାଲମା)
ପଖାଳ ଓଡ଼ିଆଙ୍କ ପାରମ୍ପାରିକ ଖାଦ୍ୟ। ଗୃହିଣୀଙ୍କ ପାଇଁ ପଖାଳ ଦିବସ ନିତଦିନିଆ। ଗୃହିଣୀ ମାନେ ଅଧିକାଂଶ ଦିନ ବଳକା ଖାଦ୍ୟ ନଷ୍ଟ କରିବା ପରିବର୍ତ୍ତେ ଏହାକୁ ପଖାଳ ପ୍ରସ୍ତୁତ କରି ଖାଇବାକୁ ଭଲପାଆନ୍ତି। ବର୍ତ୍ତମାନ ଯୁଗରେ ପିଲାମାନେ ପିଜା ବର୍ଗର ଫାଷ୍ଟଫୁଡ଼ ପରିବର୍ତ୍ତେ ପଖାଳକୁ ଆଦରି ନେବା ଜରୁରୀ।
-ସୁପ୍ରଭା ସାମଲ, ଗୃହିଣୀ

ପିଲାଦିନରୁ ପଖାଳ ପ୍ରତି ଦୁର୍ବଳତା ରହିଛି। ବାହାରେ ସାଙ୍ଗସାଥୀ ମେଳରେ ସବୁବେଳେ ଯେତେ ଫାଷ୍ଟଫୁଡ଼, ବିରିୟାନୀ ଅବା ଅନ୍ୟ ପଶ୍ଚାତ୍ୟ ଖାଦ୍ୟ ଖାଇଲେ ସୁଦ୍ଧା ଆମ ଓଡ଼ିଆ ପଖାଳ କଂସାର ଶାନ୍ତି କେଉଁଥିରେ ମଧ୍ୟ ନାହିଁ। ଜାଣି ଶୁଣି ଫାଷ୍ଟଫୁଡ଼ ଖାଇ ଦେହ ଖରାପ କରୁ। କିନ୍ତୁ ପ୍ରତିଦିନ ଘରୁ ବାହାରକୁ ଯିବା ପୂର୍ବରୁ ହେଉ ସକାଳୁ ଘରେ ପଖାଳ କଂସା ସହ ମାଆ ହାତ ତିଆରି ତରକାରୀର ସ୍ବାଦ ନିଆରା ହୋଇଥାଏ। -ଅନିଲ ରେଡ୍ଡୀ (ଗ୍ରାହକ)


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

୨ ରୁବେଲା ଭାଇରସ୍‌ ରୋଗୀ ଚିହ୍ନଟ

ନବରଙ୍ଗପୁର,୮।୫: ନବରଙ୍ଗପୁରରୁ ୨ ରୁବେଲା ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଶିଶୁ ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ଗାଁର ବୋଲି ଜଣାପଡିଛି। ୫ଟି ସାମ୍ପଲରୁ...

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri