ଅଧାପନ୍ତରିଆ ରାସ୍ତାର ଉଦ୍‌ଘାଟନ

ବାଲେଶ୍ୱର,୨୦।୩(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅଧୀନ କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘଦିନର ଦାବି କ୍ରମେ ଦତ୍ତ ଘର ମୁଖ୍ୟରାସ୍ତାଠାରୁ ଗୌରାଙ୍ଗ ଦଳେଇ ଘର ଦେଇ ସାରଙ୍ଗଦେବ ମନ୍ଦିର ପର୍ଯ୍ୟନ୍ତ ୫ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରଠାରୁ ଆରମ୍ଭ ହୋଇଥିଲା। ୬ କୋଟି ୧୨ଲକ୍ଷ ଟଙ୍କାର ରାସ୍ତା କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜଙ୍ଗଲ ଜମିର ଆଳ ଦେଖାଇ ନିର୍ମାଣ ଅଧାଅଧିରୁ ବନ୍ଦ କରିଦେଇଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଠିକ୍‌ ପୂର୍ବରୁ ଉଦ୍‌ଘାଟନ କରାଯାଇଛି। ଜଙ୍ଗଲ ବିଭାଗଠାରୁ ଅନୁମତି ମିଳିଛି କି ନାହିଁ। ପୁଣି ଅଳ୍ପ କିଛି କାମ ପରେ ବନ୍ଦ ହେବାର ଆଶଙ୍କାରେ ଉକ୍ତ ପଞ୍ଚାୟତର ଲୋକମାନେ ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ମଙ୍ଗଳବାର ଜିଲା ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।
ପଞ୍ଚାୟତବାସୀ ନିର୍ବାହୀଯନ୍ତ୍ରୀ ଇଂ. ତପନ କୁମାର ବେହେରାଙ୍କୁ ସାକ୍ଷାତ ସହ ରାସ୍ତା ନିର୍ମାଣକୁ ନେଇ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘ ଦିନର ଦାବି କ୍ରମେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରଠାରୁ ଆରମ୍ଭ ହୋଇଥିଲା।ପୂର୍ବରୁ ଜଙ୍ଗଲ ଜମି ବାବଦରେ ଅନୁଧ୍ୟାନ ନ କରି ନିର୍ମାଣ କାର୍ଯ୍ୟ କେମିତି ଆରମ୍ଭ ହୋଇଥିଲା। ଆକ୍ରୋଶ ମୂଳକ ଭାବେ ରାସ୍ତାଟକୁ ଅସମ୍ପୂର୍ଣ୍ଣ ରଖାଯାଇଛି। ଅନ୍ୟପକ୍ଷରେ ନିର୍ବାଚନକୁ ଆଖି ଆଗରେ ରଖି ଅସମ୍ପୂର୍ଣ୍ଣ ରାସ୍ତାକୁ ଉଦ୍‌ଘାଟନ କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି। ତୁରନ୍ତ ଜଙ୍ଗଲ ବିଭାଗ ସହିତ ଆଲୋଚନା କରି ଗ୍ରାମବାସୀଙ୍କ ଆପତ୍ତି ସମାଧାନ ପାଇଁ ଦାବି କରିଛନ୍ତି। ଏହି ଘେରାଉରେ ଦିଲୀପ କୁମାର ପାତ୍ର, ଭାରତ ଦେଳଇ, କାହ୍ନୁ ବାରିକ, ନିଗମାନନ୍ଦ ପାତ୍ର, ବୁଧିଆ ବେହରା, ନିରଞ୍ଜନ ଦାସ, ଭୋଳାନାଥ ବେହରା, ଗୋପୀନାଥ ବେହରା, କାହ୍ନୁ ମଣ୍ଡଳ, ଶଙ୍କଷର୍ଣ ମଲ୍ଲିକ, ଏକାଦଶୀ ଦଳେଇ ଓ ଧନଞ୍ଜୟ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀ ଇଂ ତପନ କୁମାର ବେହେରା ପଚାରିବାରୁ କେବଳ ଜଙ୍ଗଲଜମିକୁ ବାଦ ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିିଛି। ରାସ୍ତା ନିର୍ମାଣ ବାବଦରେ ଜଙ୍ଗଲ ବିଭାଗକୁ ଚିଠି ଦିଆଯାଇଛି, ଉତ୍ତର ମିଳିବା ପରେ ଅସମ୍ପୂର୍ଣ୍ଣ ଥିବା ଭାଗରେ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ଉତ୍ତର ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ

ଭୁବନେଶ୍ୱର,୯।୫: ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଡେରା ପକେଇବାରେ ଲାଗିଛନ୍ତି। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ...

ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲା ଗସ୍ତରେ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ...

ପଳାଶୁଣି ଫୁଟ ଓଭରବ୍ରିଜ୍‌ ହେଉନି, ଜୀବନ ଯାଉଛି

ଭୁବନେଶ୍ୱର,୯।୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀର ପଳାଶୁଣି ଛକ ଦୁର୍ଘଟଣାର ହଟସ୍ପଟ ପାଲଟିଛି। ଫୁଟ୍‌ ଓଭରବ୍ରିଜ୍‌ ନ ଥିବାରୁ ରାସ୍ତା ପାରି ହେବା, ବେପରୁଆ ଗାଡ଼ି ଚାଳନା ଏବଂ ପାର୍କିଂ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri