Odisha Elections 2024

ସରିଲା ରାଜ୍ୟ କ୍ୟାବିନେଟ୍‌ ଅନ୍ତିମ ଗୁରୁତ୍ୱପୂର୍ଣ୍ଣ ବୈଠକ: ଜାଣନ୍ତୁ ଆଚରଣ ବିଧି ଲାଗୁ ପୂର୍ବରୁ କେଉଁ ପ୍ରସ୍ତାବ ଉପରେ  ବାଜିଲା ମୋହର  

ଭୁବନେଶ୍ୱର,୧୬।୩: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଶେଷ ହୋଇଛି।  ଏହି ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।  ନିର୍ବାଚନ ତାରିଖ ଘୋଷଣା ତଥା ଆଚରଣ ବିଧି ଲାଗୁ ପୂର୍ବରୁ ଏହା ଥିଲା ରାଜ୍ୟ କ୍ୟାବିନେଟର ଅନ୍ତିମ ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ କେଉଁ କେଉଁ ପ୍ରସ୍ତାବ ଉପରେ ମଞ୍ଜୁର ହୋଇଛି ସେ ନେଇ ଏକ ସ୍ବତନ୍ତ୍ର ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଛି ।
ତେବେ ଏହି ପଞ୍ଚମ ପାଳିର ଶେଷ କ୍ୟାବିନେଟ୍‌ରେ ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଏହା ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାରେ ଏହା ନିର୍ମିତ ହେବ।୧୨୮  କୋଟି ବ୍ୟୟ ଅଟକଳରେ ସେତୁ ନିର୍ମାଣ କରାଯିବ। ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷେ ଚନ୍ଦ୍ରଶେଖରପୁରରେ ଯାଦବ ଭବନ ନିର୍ମାଣ ଲାଗି ଅଧା ଏକର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ  ମନ୍ତ୍ରୀ ଟୁକୁନି ସାହୁ  ସୂଚନା ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ଦେଲେ ଚାଉଳ, ନବୀନ ଦେଲେ ଅଖା’

ଭୁବନେଶ୍ୱର,୧୭।୫: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଘନ ଘନ ପ୍ରଚାର। ଶୁକ୍ରବାର ହିମନ୍ତ କବି ସୂର୍ଯ୍ୟନଗରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ...

ଭୋଟର ତାଲିକାରେ ନାହିଁ ନାଁ, କଂଗ୍ରେସର ନିଆଳି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

ଭୁବନେଶ୍ୱର,୧୭।୫: ଭୋଟର ତାଲିକାରେ ତାଙ୍କ ନାମ ନ ଥିବାରୁ କଂଗ୍ରେସର ନିଆଳି ବିଧାୟକ ପ୍ରାର୍ଥୀ ଜ୍ୟୋତି ରଂଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ କରାଯାଇଛି। ଦୁଇ ଦିନ...

ଓଡ଼ିଶା ପାଇଁ ଭାଜପା ଖୋଜୁଛି ମୁଖ୍ୟମନ୍ତ୍ରୀ ଫେସ୍‌, ଆଗରେ ଅଛନ୍ତି ଧର୍ମେନ୍ଦ୍ରଙ୍କ ସମେତ ଏସବୁ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୫: ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ବିଜୁ...

କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ

ବାରିପଦା,୧୭।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ବୁଢିଖମାରୀ ଠାରେ ଆତଂକ ଖେଳାଉଥିବା କଲରାପତରିଆ ବାଘକୁ ବନବିଭାଗ କାବୁ କରିଛି ।...

ଭୁବନେଶ୍ୱରରେ ପହଞ୍ଚିଲେ ହେମାମାଳିନୀ

ଭୁବନେଶ୍ୱର,୧୭ା୫: ଅଭିନେତ୍ରୀ ତଥା ଭାଜପା ଏମ୍‌ପି ହେମାମାଳିନୀ ଶୁକ୍ରବାର ପୂର୍ବାହ୍ନରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ପହଞ୍ଚି ତାଙ୍କୁ...

ବାରିପଦା ସହରରେ ବୁଲୁଛି ବାଘ

ବାରିପଦା,୧୭ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ବୁଢ଼ିଖମାରୀଠାରେ କଲରାପତରିଆ ବାଘ ଆତଙ୍କ ଖେଳାଇବାରେ ଲାଗିଛି। ବାଘଟି ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା...

ଚଳିତ ମାସ ଶେଷରେ ବଙ୍ଗୋପସାଗରରେ ଆସିପାରେ ବାତ୍ୟା, ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ ?

ଭୁବନେଶ୍ୱର,୧୭।୫: ଚଳିତ ମାସର ଶେଷ ଭାଗରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଯଦିଓ ଭାରତ ପାଣିପାଗ ବିଭାଗ (ଆଇଏମଡି) ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ପୂର୍ବାନୁମାନ...

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ

କଟକ,୧୭।୫: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri