Posted inଜାତୀୟ

ବଣ୍ଡ୍‌ ନମ୍ବର ଦେବାକୁ ଏସ୍‌ବିଆଇ ବାଧ୍ୟ

ନୂଆଦିଲ୍ଲୀ,୧୬ା୩: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନକରି ନ ଥିବାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ଶୁକ୍ରବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଏସ୍‌ବିଆଇ ଗତ ୫ ବର୍ଷରେ ଜାରି ବଣ୍ଡ୍‌ ଉପରେ ପୂରା ବିବରଣୀ ଦାଖଲ କରିବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇଥିବା କମ୍ପାନୀଗୁଡ଼ିକ ସମ୍ପର୍କରେ ଇଂଲିଶ୍‌ ଅକ୍ଷର କ୍ରମାନ୍ବୟ ଓ ସଂଖ୍ୟା ଅନୁଯାୟୀ ବଣ୍ଡ୍‌ ନମ୍ବର ପ୍ରଘଟ କରିବାକୁ ନିର୍ଦ୍ଦେଶ ରହିଛି।

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଇଲେକ୍ଟୋରାଲ ବଣ୍ଡ୍‌ଗୁଡ଼ିକର ସମସ୍ତ ବିବରଣୀ ପ୍ରଦାନ କରିବାକୁ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଶୀର୍ଷ ଅଦାଲତଙ୍କ କଡ଼ା ନିର୍ଦ୍ଦେଶକ୍ରମେ ଏସ୍‌ବିଆଇ ବୁଧବାର ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ତଥ୍ୟ ଦାଖଲ କରିଥିଲା। ଗୁରୁବାର ଇସି ଏହି ତଥ୍ୟକୁ ନିଜ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଏହାର ଦିନକ ପରେ ସିଜେଆଇ କହିଛନ୍ତି, ଦଳଗୁଡ଼ିକୁ ଚାନ୍ଦା ଦେଇଥିବା ବଣ୍ଡ୍‌ କ୍ରେତା ଓ ମୂଲ୍ୟ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ଏସ୍‌ବିଆଇକୁ ପଡ଼ିବ। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ବି.ଆର୍‌. ଗଭାଇ, ଜେ.ବି. ପରଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ପୀଠ ଏଥିଲାଗି ଏସ୍‌ବିଆଇକୁ ନୋଟିସ କରିବା ସହ ଆସନ୍ତା ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ଏସ୍‌ବିଆଇକୁ ଭର୍ତ୍ସନା କରିବାକୁ ଯାଇ ପୀଠ କହିଛନ୍ତି, ବ୍ୟାଙ୍କ ପକ୍ଷରୁ କିଏ ମାମଲା ପରିଚାଳନା କରୁଛନ୍ତି? କାରଣ ଆମ ରାୟରେ ଆମେ ନିର୍ଦ୍ଦିଷ୍ଟ ଭାବେ ବଣ୍ଡ୍‌ କ୍ରେତା, ମୂଲ୍ୟ ଓ କିଣା ତାରିଖ ସମେତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ କହିଥିଲୁ। ସେମାନେ ବଣ୍ଡ୍‌ ନମ୍ବର ମଧ୍ୟ ଦେଇନାହାନ୍ତି। ଏସ୍‌ବିଆଇକୁ ଏହା ପ୍ରଘଟ କରିବାକୁ ପଡ଼ିବ ବୋଲି ସିଜେଆଇ କହିଛନ୍ତି।

ଇଂଲିଶ୍‌ ଅକ୍ଷର କ୍ରମାନ୍ବୟ ଓ ସଂଖ୍ୟା ଅନୁଯାୟୀ ବଣ୍ଡ୍‌ ନମ୍ବରଗୁଡ଼ିକ ସାମ୍ନାକୁ ଆସିଲେ ବଣ୍ଡ୍‌ କ୍ରେତାମାନେ କେଉଁ ଦଳକୁ କେତେ ଟଙ୍କା ଚାନ୍ଦା ଆକାରରେ ଦେଇଛନ୍ତି ତାହା ସ୍ପଷ୍ଟ ହୋଇଯିବ। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସ୍‌ବିଆଇ ଦାଖଲ କରିନାହିଁ, ଯାହାକି ପ୍ରଘଟ ହେବା ଜରୁରୀ ବୋଲି ସିଜେଆଇ କହିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୧୧ ରାୟର ମୁଖ୍ୟାଂଶରେ ପରିବର୍ତ୍ତନ ପାଇଁ ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ଏସ୍‌ବିଆଇ ଦାଖଲ କରିଥିବା ତଥ୍ୟ ଜଉମୁଦ ଲଫାପାରେ ଥିଲା। ଇସି ନିଜ ପାଖରେ ଏହାର କପି ରଖି ନ ଥିବା ଉକ୍ତ ପିଟିଶନରେ ଦର୍ଶାଇଥିଲେ। ଏହାର ଶୁଣାଣି ବେଳେ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri