Odisha Elections 2024

୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୧୫।୩: ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା ଦୂର କରିବା ପାଇଁ ଏକ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଜିଡିଏସମାନେ ଗ୍ରାମାଞ୍ଚଳରେ ଡାକ ବିଭାଗର ମେରୁଦଣ୍ଡ ଭାବରେ କାର୍ଯ୍ୟ କରିଥାନ୍ତି ଏବଂ ଆମ ଦେଶର ଦୁର୍ଗମ ଭାଗକୁ ଡାକ ଏବଂ ଆର୍ଥିକ ସେବା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ପ୍ରତ୍ୟେକ ଗ୍ରାମୀଣ ଡାକ ସେବକଙ୍କୁ ୧୨, ୨୪ ଓ ୩୬ ବର୍ଷର ଚାକିରି ଶେଷ ହେବା ପରେ ଯଥାକ୍ରମେ ବାର୍ଷିକ ୪,୩୨୦/- ଟଙ୍କା, ୫,୫୨୦/- ଟଙ୍କା ଏବଂ ୭,୨୦୦/- ଟଙ୍କାର ତିନୋଟି ଆର୍ଥିକ ପଦୋନ୍ନତି ସୁବିଧା ପ୍ରଦାନ କରାଯିବ।

ଏହା ‘ସମୟ ଆଧାରିତ ନିରନ୍ତରତା ଭତ୍ତା (ଟିଆରସିଏ)’ ଆକାରରେ ଜିଡିଏସ୍ କୁ ପ୍ରଦାନ କରାଯାଉଥିବା ପାରିଶ୍ରମିକ ଅତିରିକ୍ତ ମିଳିବ। ଜିଡିଏସର ସେବା ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏହି ଯୋଜନା ଦ୍ୱାରା ୨.୫୬ ଲକ୍ଷରୁ ଅଧିକ ଜିଡିଏସ ଉପକୃତ ହେବେ ଏବଂ ସେମାନଙ୍କ ସେବାରେ ସ୍ଥାଣୁତା ଦୂର ହେବ ବୋଲି ଆଶା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ହାଇକୋର୍ଟର ୧୪୭ ଏଏସ୍‌ଓ ପଦବୀ ନିମନ୍ତେ ବିଜ୍ଞପ୍ତି, ମେ ୨୦ରୁ ଆବେଦନ

କଟକ,୧୪ା୫ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀ ନିମନ୍ତେ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତନ୍ମଧ୍ୟରୁ ୪୯ଟି ପଦବୀ...

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ୮୧ ହଜାର ଯାଏଁ ଅଛି ଦରମା

ଭୁବନେଶ୍ୱର,୧୪।୫: ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ...

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ,୧୩।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ଘୋଷଣା କରିଛି। ବୋର୍ଡ ଏକାସାଙ୍ଗରେ ଉଭୟ ଶ୍ରେଣୀ ପାଇଁ ଫଳାଫଳ ଘୋଷଣା କରିଛି।...

ଏକ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବ ”ପିଏମ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା”

ନୂଆଦିଲ୍ଲୀ,୧୨ା୫: ୧୦ ନିୟୁତ ଘରକୁ ସୌର ପ୍ୟାନେଲ ଯୋଗାଇବାରେ ସାହାଯ୍ୟ କରିବା ପାଇଁ ସରକାର ସୌର ପ୍ୟାନେଲ ସ୍ଥାପନ ଏବଂ ପରିଚାଳନାରେ ପାରଦର୍ଶୀ ଥିବା ୧୦୦,୦୦୦-ଶକ୍ତିଶାଳୀ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ପାଇଁ ଅବଧି ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୭।୪: ଚଳିତ ଶିକ୍ଷାବର୍ଷରେ ଶିକ୍ଷାଧିକାର ଆଇନ୍‌‌ ଅନୁସାରେ, ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ଅବଧିକୁ ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri