Posted inଖେଳ

ଲମ୍ବା କେଶ, ପୂର୍ବରୁ ଅଧିକ ଫିଟ୍‌; ପୁଣିଥରେ ଟାଇଟଲ ଜିତିବା ଲକ୍ଷ୍ୟରେ ଚେନ୍ନାଇ ହିରୋ ଏମ୍‌ଏସ୍‌ ଧୋନୀ !

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୩ରେ ଚାମ୍ପିଅନ୍‌ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)। ଟୁର୍ନାମେଣ୍ଟରେ ମହେନ୍ଦ୍ର ସିଂହ ଧୋନୀ ପୁଣି ଥରେ ନିଜର କ୍ଷମତା ଦେଖାଇଥିଲେ। ଏହି ସିଜନ ପରେ ଧୋନୀ ଆଉ ଖେଳିବେ କି ନାହିଁ ସେନେଇ ପ୍ରଶ୍ନ ଉଠିଥିଲା। ପ୍ରଶଂସକଙ୍କ ଲାଗି ଏଥର ମଧ୍ୟ ସେ ମଇଦାନକୁ ଓହ୍ଲାଇ ଟାଇଟଲ ଜିତିବାକୁ ସ୍ଥିର କରିଛନ୍ତି। ଚଳିତ ସିଜନ ଲାଗି ତାଙ୍କର ଲୁକ୍‌ ବଦଳିଛି। ମନୋବଳ ବଢ଼ିଛି। ଲମ୍ବା କେଶରେ ସେ ପୂର୍ବଭଳି ଯୁବକ ଦେଖାଯାଉଛନ୍ତି। କହିବାକୁ ଗଲେ ସେ ପୁରୁଣା ଦିନକୁ ମନେ ପକାଉଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ ବିଷୟରେ କହିଲେ ଆଗାମୀ ଆଇପିଏଲ୍‌ ୨୦୨୪ରେ ଶୀର୍ଷ କ୍ରମରେ ଡିଭନ୍‌ କନୱେଙ୍କୁ ଅନୁପସ୍ଥିତି ବାରିହେବ। ତେବେ ମେଗା ନିଲାମରେ କିଣିଥିବା ରାଚିନ ରବିନ୍ଦ୍ର ଏବଂ ଡ୍ୟାରିଲ ମିଚେଲଙ୍କ ପରି ଖେଳାଳିମାନେ ଏହାର ବ୍ୟାଟିଂ ଲାଇନ୍‌କୁ ମଜଭୂତ କରିବେ। ଏହି ଦଳରେ ଶୀର୍ଷ କ୍ରମରେ ଋତୁରାଜ ଗାୟକୱାଡ ରହିଛନ୍ତି। ଶେଷ ଓଭରରେ ସ୍କୋର ବୋର୍ଡରେ ରନ ଯୋଡିବାକୁ କିମ୍ବା ମ୍ୟାଚ ଶେଷ କରିବାକୁ ଅଧିନାୟକ ଧୋନୀଙ୍କ ପରି ଜଣେ ଫିନିସର୍‌ ମଧ୍ୟ ଅଛନ୍ତି।

ସିଏସ୍‌କେର ଏକ ବଡ ଶକ୍ତି ହେଉଛି ଏହାର ଅଲରାଉଣ୍ଡର, ଯେଉଁମାନେ ଆଇପିଏଲ୍‌ର ଅନ୍ୟ ଦଳ ଅପେକ୍ଷା ଭଲ ପ୍ରଦର୍ଶନ କରିଥାନ୍ତି। ସିଏସ୍‌କେରେ ଶିବମ୍‌ ଦୁବେ, ମୋଇନ ଅଲି, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର ଏବଂ ରାଜ୍ୟବର୍ଦ୍ଧନ ସିଂ ହାଙ୍ଗରଗେକର ଅଲରାଉଣ୍ଡର ଭାବରେ ରହିଛନ୍ତି। ଚେନ୍ନାଇର ବୋଲିଂରେ ମହୀଶ ତେକ୍ଷାନା, ମାଥିଶ ପାଥିରାନା, ନିଶାନ୍ତ ସିନ୍ଧୁ ଏବଂ ମୁଷ୍ଟିଫିଜୁର ରହମାନ ଭଳିଦମ୍‌ଦାର ପେସର୍‌ ଅଛନ୍ତି। ଆଇପିଏଲ ୨୦୨୪ ନିଲାମରେ ମୁସ୍ତାଫିଜୁର ରହମାନଙ୍କୁ କିଣି ଦଳ ନିଜର ଶକ୍ତି ବୃଦ୍ଧି କରିଛି।

ମୋଟ ଉପରେ ଦେଖିଲେ ହଳଦିଆ ଜର୍ସିରେ ଏକ ଦମ୍‌ଦାର ଟିମ୍‌ ହେଉଛି ସିଏସ୍‌କେ। ଏହାର ଲଗାମ ଏଭଳି ଜଣେ ଅଧିନାୟକଙ୍କ ହାତରେ ରହିଛି ଯିଏ ଖେଳାଳିଙ୍କଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ବାହାର କରିବାରେ ସିଦ୍ଧହସ୍ତ।

ଆଇପିଏଲ ୨୦୨୪ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ଏମ୍‌ଏସ୍‌ ଧୋନି (ଅଧିନାୟକ), ଡିଭୋନ କନୱେ, ଋତୁରାଜ ଗାୟକୱାଡ, ଅଜିଙ୍କ୍ୟ ରାହାନେ, ଶେଖ ରସିଦ, ରବିନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର୍‌, ମୋଇନ ଅଲି, ଶିବମ ଦୁବେ, ନିଶାନ୍ତ ସିନ୍ଧୁ, ଅଜୟ ମଣ୍ଡଳ, ରାଜ୍ୟବର୍ଦ୍ଧନ ହଙ୍ଗେରଗାର୍‌, ଦୀପକ ଚହର, ମହିଷ ତେଖଲାନା


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri