‘ଭିନ୍ନ କରିବାର ନିଶା ସଫଳତା ଆଣିଦେଇଛି’

ଜଣେ ଯୁବ ଉଦ୍ୟୋଗୀ ଭାବେ ଅନେଶ ଅଗ୍ରୱାଲ ଓଡ଼ିଶାର ଜଣେ ଜଣାଶୁଣା ଚେହେରା। ବାରିପଦାରୁ ସ୍କୁଲ ପାଠପଢ଼ା ସାରିବା ପରେ ଚେନ୍ନାଇରେ ଦ୍ୱାଦଶ ଏବଂ ବେଙ୍ଗାଲୁରୁରୁ ବିବିଏମ୍‌ ଓ ଏମ୍‌ବିଏ ସମାପ୍ତ କରିଥିଲେ। ସେଠାରେ ବଡ଼ ପଦବୀରେ ନିଯୁକ୍ତି ମଧ୍ୟ ପାଇଥିଲେ। ମାତ୍ର ପରିବାରର ଚାପରେ ଓଡ଼ିଶା ଫେରି ପାରିବାରିକ କାରବାରକୁ ଆଗକୁ ନେବାକୁ ପଡ଼ିଥିଲା। ପରେ ହୋଣ୍ଡା ଡିଲରଶିପ୍‌ କରି ସଫଳତାର ଶିଡ଼ି ଚଢ଼ିବା ଆରମ୍ଭ କରିଥିଲେ। ଏକ ଦଶନ୍ଧିରୁ ଅଧିକ ସମୟର ଏହି ଯାତ୍ରାରେ ସେ ଅନେକ ଅଭିଜ୍ଞତା ସାଉଁଟିଥିବାବେଳେ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ଯାତ୍ରା ସମ୍ପର୍କରେ ଅନେଶଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

 

ପ୍ର- ଗ୍ରାମାଞ୍ଚଳରେ ବିକ୍ରି ବୃଦ୍ଧି ହେତୁ ଭାରତରେ ଦୁଇଚକିଆ ଯାନର ବଜାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଆପଣ ଓଡ଼ିଶା ବଜାରରେ ମଧ୍ୟ ବିକ୍ରି ବୃଦ୍ଧି ଦେଖୁଛନ୍ତି କି?
ଉ-ନିଶ୍ଚିତ ଭାବେ ଗ୍ରାମାଞ୍ଚଳରେ ଦୁଇଚକିଆ ଯାନ ବିକ୍ରି ସଂଖ୍ୟା ବଢ଼ୁଛି। ଏକ ଗ୍ରାମୀଣ ଜିଲା ହୋଇଥିଲେ ମଧ୍ୟ ମୟୂରଭଞ୍ଜରେ ଦୁଇଚକିଆ ଯାନ ବିକ୍ରି ବଢ଼ୁଥିବାରୁ ଏହା ଅର୍ଥନୀତିର ଅଭିବୃଦ୍ଧି ଏବଂ ବିକାଶରେ ସହାୟକ ହେବ। ହଁ, ଓଡ଼ିଶା ବଜାରରେ ବିକ୍ରିରେ ବୃଦ୍ଧି ଘଟିଛି। ମାତ୍ର କୃଷି କ୍ଷେତ୍ର ପ୍ରଭାବିତ ହେବା, ପାଣିପାଗର ପରିବର୍ତ୍ତନ ଗ୍ରାମୀଣ ବଜାର ଉପରେ ଅଧିକ ପ୍ରଭାବ ପକାଇଥାଏ। ତେଣୁ ଆମେ କେବଳ ଗ୍ରାମୀଣ ପୃଷ୍ଠଭୂମି ଉପରେ ନିର୍ଭର ନ କରି ଅନ୍ୟ ଉପାୟ ଖୋଜିବାକୁ ପଡ଼ିଥାଏ।
ପ୍ର-ମୟୂରଭଞ୍ଜ ଜିଲାରେ ଏକ ଅଗ୍ରଣୀ ଡିଲର ହୋଇଥିବାବେଳେ କେଉଁ ସବୁ ସମସ୍ୟା ବା ଆହ୍ବାନର ସାମ୍ନା କରିବାକୁ ପଡ଼ିଥାଏ?
ଉ-ଗତ ୨ ବର୍ଷ ମଧ୍ୟରେ ହୋଣ୍ଡା ପରିବାର ଯୋଗାଣ କ୍ଷେତ୍ରରେ ଏକ ବଡ଼ ସଙ୍କଟର ସାମ୍ନା କରିଛି। ଯେଉଁ କାରଣରୁ ଚାହିଦା ଓ ଯୋଗାଣ ମଧ୍ୟରେ ସମନ୍ବୟ ରକ୍ଷା ପୂର୍ବକ ବଜାରରେ ଅଗ୍ରଣୀ ଭାବେ ସ୍ଥିତି ବଜାୟ ରଖିବା ସହଜ ନ ଥିଲା। କୁଶଳୀ ମାନବ ଶକ୍ତିର ଉପଲବ୍ଧତା ଓ ଗ୍ରାହକଙ୍କ ଆବଶ୍ୟକତା ପୂରଣ ବର୍ତ୍ତମାନ ଇଣ୍ଡଷ୍ଟ୍ରିର ବଡ଼ ଆହ୍ବାନ।
ପ-ଗତବର୍ଷ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏହାର ଇଭି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲା। ବୈଦ୍ୟୁତିକ ଯାନ(ଇଭି) ସମ୍ପର୍କରେ ଆପଣଙ୍କ ମତ କ’ଣ?
ଉ-ଭାରତରେ ଇଭି ବ୍ୟବସାୟିକ ଢାଞ୍ଚାର ବିକାଶ ସବିଶେଷ ଯୋଜନା ଆଧାରିତ। ଏଥିରେ ନୂତନ ଇଭି ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ଅନ୍ତର୍ଭୁକ୍ତ ରହିଛି। ମୁଁ ଉତ୍କଣ୍ଠାର ସହ ହୋଣ୍ଡା ଇଭିର ଶୁଭାରମ୍ଭକୁ ଅପେକ୍ଷା କରିଛି। ବିଶ୍ୱ ପାଇଁ ଏହି ସବୁଜ ରୂପାନ୍ତରଣ ଯଥେଷ୍ଟ ଆବଶ୍ୟକତା ରହିଛି। କମ୍‌ ଖର୍ଚ୍ଚରେ, ଶୂନ୍ୟ ‘ଟେଲ୍‌ପାଇପ୍‌’ ନିର୍ଗମନ, ବାୟୁ ଓ ଶବ୍ଦ ପ୍ରଦୂଷଣ କମ୍‌ କରିବା ଭଳି ସୁବିଧା ଗ୍ରାହକ ପାଇପାରିବେ। ଏହି ଯାନଗୁଡ଼ିକର ରକ୍ଷଣାବେକ୍ଷଣାର ମଧ୍ୟ ବିଶେଷ ଖର୍ଚ୍ଚ କରିବାକୁ ପଡ଼ିବନି।
ପ୍ର-ଦୀର୍ଘ ବର୍ଷର ଯାତ୍ରାରେ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ କେଉଁ ସୂତ୍ର ଆପଣାଇଛନ୍ତି?
ଉ-ମୋ ପାଇଁ ଏହା ଏକ ଖୁବ୍‌ ସୁନ୍ଦର ଯାତ୍ରା। ଦୀର୍ଘବର୍ଷ ମଧ୍ୟରେ ମୁଁ ଅନେକ କଥା ଶିଖିଛି, ଆଗକୁ ମଧ୍ୟ ଶିକ୍ଷା ଜାରି ରହିବ। ତେବେ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବା ଆମ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଆହ୍ବାନପୂର୍ଣ୍ଣ ବିଷୟ। ଗ୍ରାହକମାନେ ସବୁଠାରୁ ଉତ୍କୃଷ୍ଟ ସେବା ଆମଠାରୁ ପାଇବେ ବୋଲି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ପଡ଼େ। ଏଥିପାଇଁ ଗ୍ରାହକଙ୍କୁ ଆଶାନୁରୂପ ସେବା ପ୍ରଦାନରେ ଆମେ କେବେ ଅବହେଳା କରୁନାହୁଁ।
ପ୍ର-ଜଣେ ଉଦ୍ୟୋଗୀ ଭାବେ ଏହି ବ୍ୟବସାୟକୁ କାହିଁକି ବାଛିଲେ? ଅନ୍ୟମାନଙ୍କୁ କ’ଣ ପରାମର୍ଶ ଦେବେ?
ଉ-ରାଇସ୍‌ ମିଲ୍‌ ଏବଂ ଟ୍ରେଡିଂ ଆମ ପାରିବାରିକ ବ୍ୟବସାୟ। ମାତ୍ର ମୁଁ ନିଜେ କିଛି କରିବାକୁ ଚାହଁୁଥିଲି ଏବଂ କିଛି ଭିନ୍ନ କରିବାକୁ ଚାହଁୁଥିଲି। ହୋଣ୍ଡାର ଉପତ୍ାଦଗୁଡ଼ିକ ଉନ୍ନତମାନର ହୋଇଥିବାରୁ ମୁଁ ଏହି କ୍ଷେତ୍ର ଚୟନ କରିଛି। ଏହାବ୍ୟତୀତ ହୋଣ୍ଡା ବିଶ୍ୱସ୍ତରରେ ବଜାର ସୃଷ୍ଟି କରିପାରିଛି। ତେବେ ଯୁବ ଉଦ୍ୟୋଗୀଙ୍କୁ କହିବାକୁ ଚାହିଁବି, ଏକ୍ଷେତ୍ରରେ ପାଦଦେବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ମାର୍କେଟିଂକୁ ଗୁରୁତ୍ୱ ଦେବା ସାଙ୍ଗକୁ ଗ୍ରାହକଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରର ଯଥେଷ୍ଟ ଆବଶ୍ୟକତା ରହିଛି। ବିଜ୍‌ନେସ୍‌ରେ ସଫଳତା ପାଇଁ ମିଡିଆ ସହ ଯୋଡ଼ିହୋଇ ରହିବା ମଧ୍ୟ ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri