ନୂଆ ତତ୍ପର, ପୁରୁଖା ଛାନିଆ

ବରଗଡ଼, ୧୦।୩ (ପ୍ରେମାନନ୍ଦ ଖମାରୀ): ଓଡ଼ିଶାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଚାରିଆଡ଼େ ହୁରି ପଡ଼ିଛି। ହେଲେ ବରଗଡ଼ ଜିଲାରେ ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ନିଜ ଢଙ୍ଗରେ ନିର୍ବାଚନୀ ସଜବାଜ ଚଳାଇଛନ୍ତି। ଏଠାକାର ୫ଟି ଯାକ ବିଧାନସଭା ଆସନ ବିଜେଡି ପାଖରେ ଅଛି। ବରଗଡ଼ରେ ଦେବେଶ ଆଚାର୍ଯ୍ୟ, ଅତାବିରାରେ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରେ ସୁଶାନ୍ତ ସିଂ, ବିଜେପୁରରେ ରୀତା ସାହୁ ଏବଂ ପଦ୍ମପୁରରେ ବର୍ଷା ସିଂ ବରିହା ବିଧାୟକ ଅଛନ୍ତି। ବିଜେଡି ପୁଣି ଜିଲାର ସବୁ ଆସନ ବଜାୟ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି। ଆସନଗୁଡ଼ିକରେ ରହିଥିବା ବିଧାୟିକା, ବିଧାୟକଙ୍କୁ ଦଳ ପୁଣି ସୁଯୋଗ ଦେବ ବୋଲି ସେମାନେ ଆଶା ବାନ୍ଧିଛନ୍ତି। ହେଲେ ଦଳ ସେମାନଙ୍କୁ ସୁଯୋଗ ଦେବ ନା ନୂଆ ଚେହେରା ନିର୍ବାଚନ ମଇଦାନକୁ ଆଣିବ, ସେଥିପ୍ରତି ସମସ୍ତଙ୍କ ନଜର ମଧ୍ୟ ରହିଛି। ଭାଜପା, କଂଗ୍ରେସ ଭଳି ବିଜେଡିରେ ଅଧିକ ଆଶାୟୀ ନ ଥିଲେ ମଧ୍ୟ ଶାସକ ଦଳରେ କିଛି ନୂଆ ଚେହେରା ଆସିପାରନ୍ତି ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ନୂଆ ଚେହେରାଙ୍କ ତତ୍ପରତା ଦେଖି ଟିକେଟ୍‌ ଆଶାରେ ଥିବା ପୁରୁଖା ନେତାଙ୍କ ମଧ୍ୟରେ ଛନକା ପଶିଲାଣି।

ବିଜେପୁର ନିର୍ବାଚନମଣ୍ଡଳୀରେ ରୀତାଙ୍କୁ ପୁଣିଥରେ ଦଳ ସୁଯୋଗ ଦେଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ବିଜେଡିର ସାଧାରଣ ସମ୍ପାଦିକା ନୀହାରିକା ଗିରି ଏହି ନିର୍ବାଚନମଣ୍ଡଳୀକୁ ବାରମ୍ବାର ଗସ୍ତ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି। ନୀହାରିକା ପେସାରେ ଆଇନଜୀବୀ ଏବଂ ସେ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ନାତୁଣୀ। ବିଜେପୁର ଆସନ ପାଇଁ ସେ ଦଳର ଆଶାୟୀ ଅଛନ୍ତି। ଏଠାରେ ଆପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ଜିଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫ୍‌, ସବିତା ସାହୁ, ମାନିନୀ ଭୋଇ ବିଜେଡି ଆଶାୟୀ ରହିଥିବା ଆଲୋଚନା ହେଉଛି। ସେହିପରି କଂଗ୍ରେସରେ ଦିଲୀପ ପଣ୍ଡା, ଦୁଷ୍ମନ୍ତ ମେହେର, ଭାଜପାରେ ସନତ ଗଡ଼ତିଆ, ସୁରେନ୍ଦ୍ର ପାତ୍ର, ହଳପାଣି ମାଝି, ଝରଣା ପାଣିଗ୍ରାହୀ ଆଶାୟୀ ରହିଥିବା ଚର୍ଚ୍ଚା ଚାଲିଛି।

ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଅଛନ୍ତି। ଅନ୍ୟପଟେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦାନ କରିବା ପରେ ପୂର୍ବତନ ବିଧାୟକ ନୀହାର ରଞ୍ଜନ ମହାନନ୍ଦଙ୍କ ତତ୍ପରତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପାରେ ଯୋଗଦେବାର ଦିନକ ପରେ ଗୋଡ଼ଭଗାରୁ ଅତାବିରା ପର୍ଯ୍ୟନ୍ତ ଶତାଧିକ ସମର୍ଥକଙ୍କ ଗହଣରେ ନୀହାର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଏବେ ଉକ୍ତ ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମକୁ ଗସ୍ତ କରୁଛନ୍ତି। ଭାଜପା ପକ୍ଷରୁ ଦଳୀୟ ଟିକେଟ ପାଇବା ନିଶ୍ଚିତ ହେବା ପରେ ସେ ଏଭଳି ଅଭିଯାନକୁ ଜୋର୍‌ଦାର୍‌ କରୁଥିବା କୁହାଯାଉଛି। ମାତ୍ର ନୀହାରଙ୍କୁ ଯଦି ଦଳ ଟିକେଟ ଦିଏ, ଦଳରେ ଦୀର୍ଘଦିନର କାର୍ଯ୍ୟକର୍ତ୍ତା ଭାବେ ରହି ଆସିଥିବା ଅନ୍ୟ ଆଶାୟୀଙ୍କ ଭୂମିକା କିଭଳି ରହିବ, ତାହାକୁ ସମସ୍ତେ ଚାହିଁ ବସିଛନ୍ତି। ଏଠାରେ କୁଶ କୁମ୍ଭାର, ରଞ୍ଜନ ସେଠ, ମିଳନ ସେଠଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ନୀହାର ଭାଜପାକୁ ଚାଲିଗଲା ପରେ ଏଠାରେ ଏବେ ପ୍ରାର୍ଥୀ ଖୋଜା କଂଗ୍ରେସ ପାଇଁ ଚିନ୍ତା ପାଲଟିଛି। ପୂର୍ବତନ ଏନଏସି ଅଧ୍ୟକ୍ଷା ସୁନୀତା ବାଗ, ରଞ୍ଜନ ସେଠୀ, ସୁରେଶ ମହାନନ୍ଦ, ରବିନ ସେଠ ପ୍ରମୁଖ ଟିକେଟ ପାଇଁ ଆଶାୟୀ ରହିଥିବା ଆଲୋଚନା ଚାଲିଛି।

ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେବେଶଙ୍କ ସମେତ ଆଶାୟୀଙ୍କ ମଧ୍ୟରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକ, ପୂର୍ବତନ ବିଧାୟକ ପ୍ରଶାନ୍ତ ବେହେରା, ଜିଲା ଓକିଲ ସଂଘର ସଭାପତି ଭୀଷ୍ମଦେବ ସରାଫ୍‌ଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଛି। ଭାଜପାରୁ ଏଠାରେ ଅଶ୍ୱିନୀ ଷଡ଼ଙ୍ଗୀ, ଲିପ୍‌ସିତ ମିଶ୍ର, ଡା. ସଞ୍ଜିତ ମିଶ୍ର, ଅବନୀକାନ୍ତ ପଣ୍ଡାଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କଂଗ୍ରେସରୁ ନିପନ ଦାଶ, ଆନନ୍ଦ ପ୍ରଧାନ, ମନୋହର ପ୍ରଧାନ ଏବଂ ପାଣ୍ଡବ କର୍ଣ୍ଣ ଆଶାୟୀ ରହିଥିବା ଆଲୋଚନା ହେଉଛି ।
ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବର୍ଷାଙ୍କ ସମେତ ପ୍ରୀତମ ମେହେର, ମଞ୍ଜୁଶ୍ରୀ ବଢ଼େଇ, କଂଗ୍ରେସରୁ ଟଙ୍କଧର ସାହୁ, ଗଜରାଜ ସିଂ ପୁଟା, ମୌସୁମୀ ସାହୁ ଏବଂ ଭାଜପାରୁ ପ୍ରଦୀପ ପୁରୋହିତ, ଗୋବର୍ଦ୍ଧନ ଭୋଏଙ୍କ ନାମ ଚର୍ଚ୍ଚାରେ ଚାଲିଛି।

ଭଟଲି ନିର୍ବାଚନମଣ୍ଡଳୀରେ ବିଜେଡିରୁ ସୁଶାନ୍ତ ପୁଣି ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଶୁଣିବାକୁ ମିଳୁଥିବାବେଳେ ଭାଜପାରୁ ଇରାସିସ୍‌ ଆଚାର୍ଯ୍ୟ, ସୁଶାନ୍ତ ମିଶ୍ର ଏବଂ କଂଗ୍ରେସରୁ ସରୋଜ ମହାପାତ୍ର, ସତ୍ୟନାରାୟଣ ଦେବତା, ବ୍ରହ୍ମା ମହାକୁଡ଼ ଦଳୀୟ ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି। ତେବେ ଦଳଗୁଡ଼ିକ ଏଥର ପୂର୍ବ ନିର୍ବାଚନର ପ୍ରାର୍ଥୀଙ୍କୁ ପୁଣିଥରେ ନିର୍ବାଚନ ମଇଦାନକୁ ଛାଡ଼ିବେ ନା ନୂଆ ଚେହେରାକୁ ସୁଯୋଗ ଦେବେ, ତାହା ପ୍ରାର୍ଥୀ ତାଲିକା ଘୋଷଣା ପରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

ବଦଳିଲେ କଂଗ୍ରେସ ଜିଲା ସାଧାରଣ ସମ୍ପାଦକ, ବ୍ଲକ ସଭାପତି

ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନୂତନ କଂଗ୍ରେସ ସଭାପତି ଭାବେ ଭାବେ କୈଳାଶ ଚନ୍ଦ୍ର ବାରିକଙ୍କୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ରାଜଧାନୀରେ ବଡ଼ ଧରଣର ଆଇଟି ରେଡ୍‌, ୨ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର,୯ା୫: ରାଜଧାନୀରେ ଗୁରୁବାର ବଡ଼ ଧରଣର ଆଇଟି ରେଡ୍‌ ହୋଇଛି। ପୁରୁଣ ପୋଷ୍ଟ ଅଫିସ୍‌ ଲେନ୍‌ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଗୁରୁବାର ସଂନ୍ଧ୍ୟାରେ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଦେଲେ ସୂଚନା

ଗଞ୍ଜାମ,୯।୫: ଗୁରୁବାର ଗଞ୍ଜାମ କନିଷିରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri