Odisha Elections 2024

ଫିଲ୍ମ ନିର୍ଦ୍ଦେଶନାକୁ ଫେରିଲେ ଅନୁପମ୍‌

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ୍‌ ଖେର୍‌ ସୋସିଆଲ୍‌ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଭିନ୍ନ ସାମାଜିକ ଏବଂ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଥିବା ପ୍ରସଙ୍ଗରେ ସେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ନିଜର ଶାଣିତ ମତ ରଖିଥାନ୍ତି। ତେବେ ଗୁରୁବାର ଏହି ଭେଟେରାନ୍‌ ଅଭିନେତା ଜଣକ ନିଜର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ଏକ ବଡ ଘୋଷଣା କରିଛନ୍ତି। ନିକଟରେ ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଥିବା ଅନୁପମ କହିଛନ୍ତି। ସେ ନିଜ ମା’ଙ୍କ ଆଶୀର୍ବାଦ ଗ୍ରହଣ କରି ଏହି ଚଳଚ୍ଚିତ୍ରର ନାମ ‘ତନ୍‌ଭି ଦି ଗ୍ରେଟ୍‌’ ହୋଇଥିବା ସୂଚନା ଦେଇଛନ୍ତି। ଏନେଇ ଅନୁପମ୍‌ ଗୁରୁବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆଇଡିରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଏହି ଚଳଚ୍ଚିତ୍ରର ସଫଳତା କାମନା କରି ତାଙ୍କ ମା’ଙ୍କ ଠାରୁ ଆଶୀର୍ବାଦ ନେଉଥିବାର ନଜର ଆସୁଛନ୍ତି। ଗତ ୩ ବର୍ଷ ଧରି ଏହି ଚଳଚ୍ଚିତ୍ରର କାହାଣୀ ଉପରେ ସେ କାର୍ଯ୍ୟ କରୁଥିବା ଅନୁପମ କହିଛନ୍ତି। ଶୁକ୍ରବାର ମହାଶିବରାତ୍ରିର ଶୁଭ ଅବସରରେ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ ବୋଲି ସେ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ତେବେ ଉକ୍ତ ଚଳଚ୍ଚିତ୍ରକୁ ଅନୁପମ୍‌ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଏଥିପାଇଁ ସେ ନିଜ ପ୍ରଶଂସକଙ୍କ ଠାରୁ ଆଶୀର୍ବାଦ ମଧ୍ୟ ଲୋଡ଼ିଛନ୍ତି। ଅନୁପମ୍‌ ପୂର୍ବରୁ ମଧ୍ୟ କିଛି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ବେଳେ, ଗତ କିଛି ବର୍ଷ ଧରି ସେ ଫିଲ୍ମ ନିର୍ଦ୍ଦେଶନାରୁ ଦୂରେଇ ରହିଥିଲେ। ୨୦୦୨ରେ ସେ ପ୍ରଥମ ଥର ପାଇଁ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ନିର୍ମାତାଙ୍କ ଝିଅ ସହ କାମ କରିବେ ଅମୀରଙ୍କ ପୁଅ

ମୁମ୍ବାଇ: ‘ମହାରାଜ’ ଏବଂ ସାଇ ପଲ୍ଲବୀଙ୍କ ସହିତ ଅନ୍‌ଟାଇଟେଲ୍ଡ ଫିଲ୍ମ ସମେତ ତାଙ୍କର ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ସମାପ୍ତ କରିବା ପରେ ଅମୀର ଖାନଙ୍କ ପ୍ରତିଭାବାନ...

ବୋର୍ଡ ଅଛି, ପାଠ ପଢ଼… ଟ୍ରୋଲରଙ୍କୁ ଦଶମରେ ୮୩% ନମ୍ବର ରଖି ଜବାବ ଦେଲେ ‘ମୁନ୍ନି’

ବମ୍ବେ: ସଲମାନ ଖାନ୍‌ଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନି ଭୂମିକାରେ ଅଭିନୟ କରି ବାହାବାଃ ସାଉଁଟିଥିଲେ ଅଭିନେତ୍ରୀ ହର୍ଷାଳି ମଲହୋତ୍ରା। ଏବେ ସେ ବଡ଼ ହୋଇଥିବା...

ଓଡ଼ିଶା ଆସୁଛନ୍ତି ହେମାମାଳିନୀ

ଭୁବନେଶ୍ୱର,୧୫ା୫: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। କେନ୍ଦ୍ରରୁ ଓଡ଼ିଶାକୁ ଭାଜପାର ହେଭିଓ୍ବେଟ୍‌ ନେତା ଘନଘନ ପ୍ରଚାରରେ ଆସୁଛନ୍ତି।  ବଲିଉଡ୍‌ ଅଭିନେତ୍ରୀ ତଥା...

ଉତ୍କଣ୍ଠା ବଢ଼ାଇଲା ‘ଚନ୍ଦୁ ଚାମ୍ପିୟନ’; କାର୍ତ୍ତିକଙ୍କୁ ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ରିଲିଜ ହୋଇଛି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଂ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ନୂଆ ପୋଷ୍ଟର। ଏଥିରେ ଅଭିନେତାଙ୍କ ଲୁକ୍‌ ପ୍ରଶଂସକଙ୍କ ହୃଦୟ ଜିତୁଛି।...

‘ଉଚ୍ଚତା କମ୍‌ ବୋଲି କ’ଣ ବିବାହ କରିବା ମନା’; ଟ୍ରୋଲରଙ୍କୁ ରାଗରେ ଏଭଳି କହିଲେ ଅବ୍ଦୁ…

ବମ୍ବେ: ନିର୍ବନ୍ଧ ଫଟୋ ଶେୟାର କରିବା ପରଠାରୁ ଟ୍ରୋଲ ହେଉଛନ୍ତି ବିଗ୍‌ ବସ୍‌ ଫେମ୍‌ ଅବ୍ଦୁ ରୋଜିକ୍‌। ଅନେକେ ତାଙ୍କ ଖୁସିରେ ଖୁସି ହୋଇ ଶୁଭେଚ୍ଛା...

୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍‌ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?

ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍‌ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ...

କଙ୍ଗନାଙ୍କୁ ପରାଜୟ ଭୟ: ନାମାନଙ୍କ ପତ୍ର ଦାଖଲ ପରେ ଏମିତି କହିଲେ…

ମଣ୍ଡି,୧୪।୫: ଭାଜପା ପ୍ରାର୍ଥୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କର ପୂର୍ବତନ ହିମାଚଳ...

ଭିଡୁ କହି ଆଉ ଜ୍ୟାକି ଶ୍ରଫଙ୍କୁ କେହି କରିପାରିବେନି ନକଲ? ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଅଭିନେତା

ନୂଆଦିଲ୍ଲୀ,୧୪।୫: ବଲିଉଡର ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଶୁଣା । ତାଙ୍କରଷ୍ଟାଇଲ ଏବଂ କଥାବାର୍ତ୍ତା କରିବାର ଶୈଳୀ ଯାହା ତାଙ୍କୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri