Odisha Elections 2024

ମୋଦି ଅଷ୍ଟ୍ରେଲିଆର ସବୁଠାରୁ ଭଲ ଭାରତୀୟ ବନ୍ଧୁ: ଟୋନି ଆବୋଟ

ନୂଆଦିଲ୍ଲୀ/କାନଭେରା,୨୪।୨: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହାନ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଟୋନି ଆବୋଟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତକୁ ଏକ ଶକ୍ତିଶାଳୀ ଗଣତନ୍ତ୍ର ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ମୋଦିଙ୍କ ସହ କାମ କରି ଅଷ୍ଟ୍ରେଲିଆ ବହୁତ ଖୁସି ହେବ।
ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୋଦି ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଭାରତୀୟ ବନ୍ଧୁ ଅଟନ୍ତି।
ଆଗାମୀ ନିର୍ବାଚନ ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ସ୍ବାଭାବିକ ଭାବରେ ଭାରତ ଏକ ଶକ୍ତିଶାଳୀ ଗଣତନ୍ତ୍ର ଏବଂ ଏହି ଦେଶରେ ସରକାର ସମୟ ସମୟରେ ପରିବର୍ତ୍ତନ କରିଥା’ନ୍ତି। ମୁଁ ଭାରତୀୟ ଲୋକଙ୍କୁ ପରାମର୍ଶ ଦେବାକୁ ଚାହେଁ ନାହିଁ, କିନ୍ତୁ, ମୁଁ ଅଷ୍ଟ୍ରେଲୀୟ ଦୃଷ୍ଟିକୋଣରୁ ଜାଣେ ଯେ ଆଗାମୀ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କାମ କରି ଆମେ ଆନନ୍ଦିତ ହେବୁ। ଆବୋଟ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ମଜବୁତ। ସମୟ ସହିତ ଏହି ସମ୍ପର୍କ ଅଧିକ ଶକ୍ତିଶାଳୀ ହେଉଛି। ଏହା ହେଉଛି ବିଶ୍ୱର ଉଦୀୟମାନ ଗଣତାନ୍ତ୍ରିକ ଶକ୍ତି।
ରଇସିନା ଡାଏଲଗକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରୁଥିବା ଶୋମ୍ବି ଶାର୍ପ କହିଛନ୍ତି ଯେ ମିଳିତ ଜାତିସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଆନନ୍ଦ ଏବଂ ସମ୍ମାନର ବିଷୟ।
ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ରାଇସିନା ଡାଏଲଗର ନବମ ସଂସ୍କରଣ ସମସ୍ତ ପରିବର୍ତ୍ତନରେ ଭାରତର ସଫଳତା ଏବଂ ପ୍ରଭାବଶାଳୀ ନେତୃତ୍ୱକୁ ପ୍ରତିଫଳିତ କରିଥାଏ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହେବାକୁ ଭାରତ ଏକ ଦୃଢ ପ୍ରତିଯୋଗୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରଷ୍ଟାଚାରୀଙ୍କୁ ବାହାରେ ରହିବାକୁ ଦେବି ନାହିଁ: ମୋଦି

କୋଲକାତା,୧୯।୫: ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପୁରୂଲିଆରେ ପହଞ୍ଚିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି...

ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ୍‌, ଫେରାର ଅଛନ୍ତି ଅଭିଯୁକ୍ତ ଏମ୍‌ପି

ନୂଆଦିଲ୍ଲୀ, ୧୯।୫: ଲୋକ ସଭା ଏମ୍‌ପି ପ୍ରଜ୍ଜ୍ୱଳ ରେଭନ୍ନା ଯୌନ ଉତ୍ପୀଡ଼ନ ସହ ଜଡ଼ିତ ଭିଡିଓ ଭାଇରାଲ ହେବା ପରେ ଫେରାର ହୋଇଛନ୍ତି। ଏବେ ଏକ...

ନିର୍ବାଚନ ମଧ୍ୟରେ ରଶ୍ମିକାଙ୍କ ଉପରେ କାହିଁକି ରାଗିଲା କଂଗ୍ରେସ?

ନୂଆଦିଲ୍ଲୀ,୧୯।୫: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ଅଟଳ ବିହାରୀ ବାଜପେୟୀ ସେୱ୍ରି-ନଭା ଶେଭା ଅଟଳ ସେଟୁ’ର ଏକ ପ୍ରମୋସନାଲ ଭିଡିଓ ପୋଷ୍ଟ କରିଥିବାରୁ ଅଭିନେତ୍ରୀ ରଶ୍ମିିକା...

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

କେଜରିଓ୍ବାଲଙ୍କ ଘରୁ ସିଲ ବନ୍ଦ ବାକ୍ସ ଧରି ବାହାରିଲା ପୋଲିସ

ନୂଆଦିଲ୍ଲୀ,୧୯।୫: ଏଏପି ଏମପି ଶ୍ୱାତି ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ସଂପର୍କରେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ କଜେରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା। ପୋଲିସ ଘଟଣାସ୍ଥଳରୁ...

ଅଖିଳେଶ-ରାହୁଲଙ୍କ ଜନସଭାରେ ହଙ୍ଗାମା: ଭାଷଣ ନ ଦେଇ ଫେରିଲେ ଦୁଇ ନେତା

ପ୍ର୍ରୟାଗରାଜ,୧୯।୫: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ବଡ଼ ଖବର ସାମ୍ନାକୁ ଆସିଛି। ଫୁଲପୁର ଲୋକ ସଭା ଆସନରେ ଆୟୋଜିତ କଂଗ୍ରେସ ଏବଂ ସମାଜବାଦୀ ପାର୍ଟୀର ମିଳିତ ଜନସଭାରେ ହଠାତ...

ହାଇଭୋଲ୍‌ଟେଜ୍‌ ଡ୍ରାମାର ନୀରବତା ଭାଙ୍ଗିଲେ କେଜ୍‌ରିଓ୍ବାଲ, କହିଲେ…

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି, ରାଜନୈତିକ କାର୍ଯ୍ୟକଳାପ ଚରମସୀମାରେ ରହିଛି। କିନ୍ତୁ ଗତ ୩-୪ ଦିନ...

ପ୍ରେମ ପାଇଁ କାଙ୍ଗାଳ ହେଲେ କୋଟିପତିଙ୍କ ପୁଅ, ହରାଇଲେ ୭୦ କୋଟି ଟଙ୍କାର ସମ୍ପତ୍ତି

ଜୟପୁର,୧୯ା୫: ରାଜସ୍ଥାନର ଏଆର୍‌ଏଲ ଗ୍ରୁପ ଏବଂ ଅକ୍ଷତ ବିଲଡର୍ସଙ୍କ ବିରୋଧରେ ଆୟକର ବିଭାଗ ଦ୍ୱାରା କରାଯାଇଥିବା ଚଢ଼ାଉରେ ପ୍ରିୟଜନଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା ଘଟଣା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri