Posted inଜାତୀୟ

କଂଗ୍ରେସ ଏମ୍‌ପି ଧୀରଜ ପ୍ରସାଦ ସାହୁଙ୍କ ବିଏମ୍‌ଡବ୍ଲ୍ୟୁ ହେମନ୍ତଙ୍କ ଦିଲ୍ଲୀ ଘରୁ ଜବତ

ରାଞ୍ଚି/ନୂଆଦିଲ୍ଲୀ,୮।୨: ମନିଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଝାଡ଼ଖଣ୍ଡର କଂଗ୍ରେସ ଏମ୍‌ପି ଧୀରଜ ପ୍ରସାଦ ସାହୁଙ୍କୁ ସମନ ଜାରି କରିଛି। ଉକ୍ତ ମାମଲାରେ ଇଡି ନିକଟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଗତ ଡିସେମ୍ବରରେ ରାଜ୍ୟ ସଭା ସଦସ୍ୟ ଧୀରଜଙ୍କର ଓଡ଼ିଶାରେ ଥିବା ବୌଦ୍ଧ ଡିଷ୍ଟିଲେରି ପ୍ରା.ଲିଃରେ ଆୟକର ଚଢ଼ାଉ ବେଳେ ୩୫୧.୮ କୋଟି ଟଙ୍କାର ନଗଦ ଅର୍ଥ ଜବତ ହୋଇଥିଲ, ଯାହା ସର୍ବକାଳୀନ ରେକର୍ଡ ଥିଲା। ତାଙ୍କୁ ଶନିବାର ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

ସୋରେନ୍‌ଙ୍କ ସହ ସମ୍ପୃକ୍ତି ଏବଂ ତାଙ୍କ ବାସଭବନରୁ ଜବତ ହୋଇଥିବା ବିଏମ୍‌ଡବ୍ଲ୍ୟୁ ଏସ୍‌ୟୁଭିକୁ ନେଇ ଇଡି ଧୀରଜଙ୍କ ବିବୃତି ରେକର୍ଡ କରିବାକୁ ଚାହୁଁଛି। ସୋରେନଙ୍କ ଦକ୍ଷିଣ ଦିଲ୍ଲୀ ବାସଭବନରୁ ଇଡି ଅଧିକାରୀମାନେ ବିଏମ୍‌ଡବ୍ଲ୍ୟୁ ଜବତ କରିଥିଲେ। ଉକ୍ତ ଗାଡ଼ି ଧୀରଜଙ୍କର ଏବଂ ଏହାକୁ ବେମାନୀ ଭାବେ ରଖାଯାଇଥିଲା। ଧୀରଜଙ୍କ ଏକ ସଂସ୍ଥା ନାଁରେ ଏହାକୁ ପଞ୍ଜୀକୃତ କରାଯାଇଥିଲା। ଉକ୍ତ ମାମଲାରେ ଅନ୍ୟ କେତେଜଣଙ୍କୁ ମଧ୍ୟ ସମନ କରାଯାଇଛି। ଇଡି ସେମାନଙ୍କୁ ହେମନ୍ତ ସୋରେନଙ୍କ ସହ ମୁହାଁମୁହିଁ ଜେରା କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଜମି ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ସୋରେନଙ୍କୁ ଇଡି ଗତ ୩୧ ତାରିଖରେ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟ ନାହିଁ କି ସଂଘର୍ଷ ନାହିଁ, ହରିଣ ପିଠିରେ ଆରାମରେ ବସି ଯାଉଛି ମାଙ୍କଡ଼, ଭିଡିଓ ଦେଖିଲେ…

ଅନେକ ସମୟରେ ସୋସିଆଲ ମିଡିଆରେ ଏପରି ଭିଡିଓ ସାମ୍ନାକୁ ଆସିଥାଏ ଯାହା ବିଶ୍ୱାସ କରିବା କଷ୍ଟକର। ଆଇଆଇଟି ଚେନ୍ନାଇ ସହିତ ଜଡ଼ିତ ଏପରି ଏକ ଭିଡିଓ...

ଟ୍ରାକ୍ଟର ନେଲା ଜୀବନ: ବେଙ୍ଗଳା ପକାଇବାକୁ ଯାଉଥିବା ବେଳେ…

ଭଦ୍ରକ,୧।୧୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଗଡେଇବିନ୍ଧା ଗ୍ରାମର ଜଣେ ଯୁବକଙ୍କ ଟ୍ରାକ୍ଟର ଧକ୍କାରେ ଶନିବାର ରାତିରେ ମୃତତ୍ୟୁ ଘଟିଛି। ସେ...

ରାଜେଶ ହତ୍ୟାକାଣ୍ଡ:  ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ରାଜପଥ ଅବରୋଧ 

ପରଜଙ୍ଗ,୧୧।୧(ନିଗମାନନ୍ଦ ଦଳବେହେରା): ବହୁ ଚର୍ଚ୍ଚିତ ଫଟୋ ଗ୍ରାଫର୍‌  ରାଜେଶ ପାଣି ହତ୍ୟାକାଣ୍ଡକୁ  ଇତି ମଧ୍ୟରେ ଦୁଇ ମାସ  ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ...

ଭାଜପା କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ: ୧୦ରୁ ଊର୍ଦ୍ଧ୍ୱ ଆହତ, ପୋଲିସ ପହଞ୍ଚିବାରୁ…

ହାଟଡିହୀ,୧୧ା୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏବେ ରାଜନୈତିକ ଅଶାନ୍ତ ଆରମ୍ଭ ହେଲାଣି। ଫଳରେ ଛକାପଞ୍ଝା ବଢ଼ିବାରେ ଲାଗିଛି l ଖବରରୁ ଜଣାଯାଇଛି,...

ଅନ୍‌ କରିବାକୁ ଭୁଲନ୍ତୁ ନାହିଁ INSTGRAMର ଏହି ୩ ସେଟିଂ, ଭାଇରାଲ ହୋଇଯିବ ଆପଣଙ୍କ REEL

ନୂଆଦିଲ୍ଲୀ,୧୧।୧: ଆଜିକାଲି ସମସ୍ତେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ହେବାକୁ ଚାହାନ୍ତି। ଏଥିଲାଗି ସେ ସର୍ବପ୍ରଥମେ ଇନ୍‌ଷ୍ଟାଗ୍ରାମକୁ ବାଛୁଛନ୍ତି। କାରଣ ଏଠାରେ ଭାଇରାଲ ହେବା ସହଜ। ଆପଣଙ୍କ...

ମଥୁରା ଛକରେ ଭୟଙ୍କର ଦୁର୍ଘଟଣା: ଆଖିବୁଜିଲେ ଯୁବ ଆଇନଜୀବୀ

ଜୁନାଗଡ଼,୧୧।୧(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଛକ ନିକଟରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବ ଆଇନଜୀବୀଙ୍କ...

IND vs NZ: ଘୋଷଣା ହେଲା ପନ୍ତଙ୍କ ରିପ୍ଲେସମେଣ୍ଟ, ଓ୍ବାନ ଡେ’ ଟିମରେ ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୧।୧: ଭଦୋଦରାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ପୂର୍ବରୁ ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆରେ ଯୋଡାଯାଇଛି। ଆହତ ରିଷଭ ପନ୍ତଙ୍କ ବଦଳ ଖେଳାଳି ଭାବରେ ଜୁରେଲଙ୍କୁ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଗଞ୍ଜେଇ ଚାଷୀଙ୍କୁ ଡରାଇଲେ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବର ଆଜି ଶେଷ ରାତି।  ଗତ ୪ ଦିନ ଧରି ଏହି ମହୋତ୍ସବ ପାଇଁ ଅଞ୍ଚଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri