Posted inଖେଳ

ବିରାଟ କୋହଲିଙ୍କ ହାତରେ ଲାଗିଲା ବଡ଼ ଲଟେରି: ଏଣିକି କୋଟି କୋଟି….

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟର ବିରାଟ କୋହଲି ପୁମା କମ୍ପାନୀ ସହ ଏକ ବଡ ଚୁକ୍ତି କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ପୁମା କମ୍ପାନୀ ସହିତ ୮ ବର୍ଷ ପାଇଁ ୧୧୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯେକୌଣସି ବ୍ରାଣ୍ଡ ସହିତ ଏଭଳି ଚୁକ୍ତି ବିରାଟ କୋହଲି ପ୍ରଥମ ଭାରତୀୟ କ୍ରିକେଟର ହୋଇପାରିଛନ୍ତି।କି, ଏହା ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂ ଧୋନୀ ୧୦୦ କୋଟିରୁ ଅଧିକ ମୂଲ୍ୟର ଏଣ୍ଡୋର୍ସମେଣ୍ଟ ଚୁକ୍ତି ସ୍ବାକ୍ଷର କରିଥିଲେ, କିନ୍ତୁ ସେମାନେ ଏକରୁ ଅଧିକ କମ୍ପାନୀ ପାଇଁ ଥିଲେ।
ପ୍ରସିଦ୍ଧ ପୁମା କମ୍ପାନୀ ଜାମାଇକା ସ୍ପ୍ରିଣ୍ଟର ଉସେନ ବୋଲ୍ଟ-ଆସଫା ପାୱେଲ, ଫ୍ରାନ୍ସର ଫୁଟବଲର୍‌ ଥିଏରି ହେନେରୀ-ଅଲିଭିଆର ଜିରାଡଙ୍କୁ ସ୍ବାକ୍ଷର କରିଥିଲେ। ପୁମା କମ୍ପାନୀ ଏହି ଆଥଲେଟ୍‌ମାଙ୍କ ସହିତ ଏକ ବଡ ଚୁକ୍ତି କରିଥିଲା। ବର୍ତ୍ତମାନ ଏହି ତାଲିକାରେ ବିରାଟ କୋହଲିଙ୍କ ନାମ ଯୋଡି ହୋଇଛି।
ଏହା ପରେ ବିରାଟ କୋହଲି କହିଛନ୍ତି ଯେ, ମୁଁ ଗର୍ବିତ ଅନୁଭବ କରୁଛି କାରଣ ଅନେକ ମହାନ ଆଥଲେଟ ପୁମାଙ୍କୁ ସମର୍ଥନ କରନ୍ତି। ଉସେନ ବୋଲ୍ଟଙ୍କ ବ୍ୟତୀତ ଏହି କମ୍ପାନୀରେ ପେଲେ, ମାରାଡୋନା, ଥିଏରି ହେନେରୀ ଏବଂ ଅନ୍ୟାନ୍ୟ ମହାନ ବ୍ୟକ୍ତି ଅଛନ୍ତ। ପୁମା ପାଇଁ ବିଜ୍ଞାପନ କରିବା ଏକ ଗର୍ବର ବିଷୟ।ମୁଁ ଏବଂ ପୁମା ଏକ ଦୀର୍ଘ ଭାଗିଦାରୀ ପାଇଁ ପ୍ରତିବଦ୍ଧ। କମ୍ପାନୀ ହାସଲ କରିଥିବା ଲୋକପ୍ରିୟତାକୁ ନେଇ ମୁଁ ବହୁତ ପ୍ରଭାବିତ। ସୂଚନାଯୋଗ୍ୟ ଯେ ବିରାଟ କୋହଲି ୨୦୨୩ରେ ତିନି ବର୍ଷ ପାଇଁ ଆଡିଡାସ ସହିତ ୩୦ କୋଟି ଟଙ୍କା ଚୁକ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri