ମହେଶ୍ୱରଙ୍କ ପରେ ଶୂନ୍ୟସ୍ଥାନ

ପୁରୀ ୨୮।୧( ଅଜିତ୍‌ ମହାନ୍ତି): ସାଧାରଣ ନିର୍ବାଚନକୁ ମାସ କେଇଟା ଅଛି।  ପୁରୀ ଜିଲାରେ ଥିବା ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୪ଟିରେ ଜିତିଥିବା ବେଳେ ଭାଜପା ଦୁଇଟି ଅକ୍ତିଆର କରିଥିଲା। ଏଥିମଧ୍ୟରୁ ପୁରୀ ସଦର ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବେ ପରିଚିତ ଥିବା ବେଳେ ବିଜେଡିରୁ ଆସି ଜୟନ୍ତ ଷଡ଼ଙ୍ଗୀ ଶେଷ ମୁହୂର୍ତ୍ତରେ ଭାଜପା ଟିକେଟରୁ ଲଢ଼ି ବିଜୟୀ ହୋଇଥିଲେ। ସେହିପରି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ଭାଜପାର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର  ହରାଇଦେଇଥିଲେ। ତେଣୁ ବିଜେଡି ହରାଇଥିବା ଆସନକୁ ଫେରିପାଇବାକୁ ଏବେ ଚେଷ୍ଟା କରୁଛି। ଇତିମଧ୍ୟରେ ବିଜେଡିର ଅନ୍ୟତମ ତୁଙ୍ଗ ନେତା ତଥା ପୂର୍ବତନ ଜିଲା ସଭାପତି ମହେଶ୍ୱର ମହାନ୍ତିଙ୍କ ପରଲୋକ ହୋଇଯାଇଛି; ଯାହା ବିଜେଡିକୁ ପୁରୀରେ ବଡ଼ କ୍ଷତି ପହଞ୍ଚାଇଛି। ମହେଶ୍ୱରଙ୍କ ମୃତ୍ୟୁ ପରେ ପୁରୀ  ବିଜେଡି  ମୁରବିଶୂନ୍ୟ ହୋଇଯାଇଥିବା ପ୍ରତୀୟମାନ ହେଉଛି। ତାଙ୍କ ମୃତ୍ୟୁ ପାଖାପାଖି ୩ ମାସ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଜେଡି ଜିଲା ସଭାପତିଙ୍କ ନାମ  ଘୋଷଣା ହୋଇପାରି ନାହଁି। କିଏ ସଭାପତି ହେବେ ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି।
ପୁରୀ ଜିଲାରେ ମହେଶ୍ୱରଙ୍କ ବେଶ୍‌ ପ୍ରଭାବ ରହିଥିଲା। ତେଣୁ  ଜଣେ ପ୍ରଭାବଶାଳୀ ନେତା ଜିଲା ଦାୟିତ୍ୱ ନେଲେ ଦଳ ଲାଭ ପାଇପାରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ପୂର୍ବ ନିର୍ବାଚନକୁ ଦେଖିଲେ ବିଜେଡି ଜିଲାରେ ତା’ର ଦୁଇଟି ସିଟ୍‌ ଯଥା ପୁରୀ ସଦର ଓ ବ୍ରହ୍ମଗିରି ହରାଇଥିବା ବେଳେ ଲୋକ ସଭା ନିର୍ବାଚନରେ ଅଳ୍ପ ମାର୍ଜିନ୍‌ରେ  ବିଜୟ ଲାଭ କରିଥିଲା। ତେଣୁ କିଏ ନୂତନ ସଭାପତି ହେବେ ତାଙ୍କ ଉପରେ ଦଳୀୟ ନେତା ଓ କର୍ମୀଙ୍କ ନଜର ରହିଛି। ଯଦି ଦେଖାଯାଏ, ଜିଲାରେ ଦଳୀୟ ବରିଷ୍ଠତା ଭିତ୍ତିରେ ସଞ୍ଜୟଙ୍କ ନାମ ରହିଛି। ମାତ୍ର ତାଙ୍କ ସହ ସାଂସଦ ପିନାକୀ ମିଶ୍ର ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପର୍କ ଭଲ ନ ଥିବା ଜଣାଯାଏ। ଅପରପକ୍ଷରେ ଅନେକ ଦିନ କୋଣଠେସା ହେବା ପରେ ସଞ୍ଜୟ ଏବେ ଧୀରେ ଧୀରେ ପୁଣି ତାଙ୍କର ରାଜନୈତିକ ପତିଆରା ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି। ତେଣୁ ତାଙ୍କୁ ସଭାପତି ପଦ ମିଳିବାର ସମ୍ଭାବନା ରହିଛି ବୋଲି ତାଙ୍କ ସମର୍ଥକ କହୁଛନ୍ତି। ତେବେ ସବୁକିଛି ଦଳ ମୁଖିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ସେହିପରି  ଅନ୍ୟ ଜଣେ ବରିଷ୍ଠ ନେତା ହେଉଛନ୍ତି ନିମାପଡ଼ା ବିଧାୟକ  ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ  ଦାସ। ମାତ୍ର ସେ ବର୍ତ୍ତମାନ ବିଜେଡି ସଭାପତିଙ୍କ ଗୁଡ୍‌ ବୁକ୍‌ରେ ନ ଥିବା ଆଭାସ ମିଳୁଛି।  କିଛି  ବର୍ଷ ହେବ ସମୀର ମଧ୍ୟ ବିଭିନ୍ନ ବିବାଦରେ ଛନ୍ଦି ହୋଇଛନ୍ତି। ଏପରି କି ନିର୍ବାଚନମଣ୍ଡଳୀରେ ସେ ଦଳରୁ ବିରୋଧର ଶିକାର ହେଉଥିବା ଶୁଣିବାକୁ ମିଳୁଛି। ତେଣୁ ଯାହା ଚର୍ଚ୍ଚା ହେଉଛି, ତାଙ୍କୁ ଏଥର ଦଳ ଟିକେଟ ନ ଦେଇ ସନ୍ତୁଷ୍ଟ କରିବା ପାଇଁ ଜିଲା ସଭାପତି ପଦ ଦେଇପାରେ। ଅପରପକ୍ଷରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଙ୍ଗଠନ ସେତେଟା ସୁଦୃଢ଼ ନ ଥିବା କର୍ମୀଙ୍କ ମହଲରୁ ଶୁଣିବାକୁ ମିଳୁଛି। ଏପରି କି ସତ୍ୟବାଦୀରୁ ତାଙ୍କୁ ଟିକେଟ ନ ଦେଇ ଦଳ ସଞ୍ଜୟଙ୍କୁ ଟିକେଟ ଦେଇପାରେ ବୋଲି ଆକଳନ କରାଯାଉଛି। ଏଭଳି ସ୍ଥଳେ ଉମାକାନ୍ତ ସଭାପତି ହେବା ନେଇ ସମ୍ଭାବନା କମ୍‌ ରହିଛି। ସେହିପରି କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଏବଂ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୁବ ନେତା ହୋଇଥିବାରୁ ଦଳ ସେମାନଙ୍କୁ ଜିଲା ସଭାପତି ଦାୟିତ୍ୱ ନ ଦେବା ପ୍ରାୟ ଜଣାପଡୁଛି । ସେହିପରି ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ତଥା ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ସୁନୀଲ ମହାନ୍ତି ନୂଆ ରାଜନୀତିରେ ପାଦ ଥାପିଥିବାରୁ ତାଙ୍କୁ ସଭାପତି ପରି ଗୁରୁତ୍ୱପୂର୍ଣ୍ଣ ପଦ ନ ଦିଆଯାଇ ଯୁବ ସଙ୍ଗଠନ ପ୍ରତି ଧ୍ୟାନ ଦେବାକୁ କୁହାଯାଇପାରେ। ସେହିପରି ପୁରୀ ସଦର ନିର୍ବାଚନମଣ୍ଡଳୀରେ  ନିଜର ଉପସ୍ଥିତିକୁ  ଜାହାରି କରୁଥିବା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ମଧ୍ୟ ସଭାପତି ଦାୈଡ଼ରେ ନ ଥିବା ଜଣାପଡ଼ିଛିଛି।
ଅପରପକ୍ଷରେ ଦୀର୍ଘ ଦିନ ଧରି ଦଳ ପାଇଁ କାର୍ଯ୍ୟ କରି ଆସୁଥିବା କିଛି ବରିଷ୍ଠ ନେତାଙ୍କ ଉପରେ ମଧ୍ୟ ଦଳର ନଜର ରହିଛି। ସେହିପରି ବିଜେଡି ଛାଡ଼ି ଅନ୍ୟ ଦଳକୁ ଯାଇଥିବା  ଅଭିଜ୍ଞତାପୂର୍ଣ୍ଣ ନେତାକୁ ବିଜେଡି ଘର ବାହୁଡ଼ା କରାଇ ଦଳ ସଙ୍ଗଠିତ କରିବା ସହ ସେମାନଙ୍କ ମଧ୍ୟରୁ କାହାଙ୍କୁ ଜିଲା ସଭାପତି କରି ବିରୋଧୀଙ୍କୁ ମେସେଜ୍‌ ଦେବାକୁ ଚାହୁଥିବା ଚର୍ଚ୍ଚା ହେଉଛି। ତେବେ ଦୀର୍ଘ ବର୍ଷ ଧରି ବିଧାୟକ, ମନ୍ତ୍ରୀ, ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇବା ସହ ଜିଲାରେ ସଙ୍ଗଠନକୁ ସୁଦୃଢ଼ ରଖିଥିବା  ମହେଶ୍ୱରଙ୍କ ବିକଳ୍ପ ଭାବେ ବିଜେଡି ସୁପ୍ରିମୋ କାହାକୁ ଜିଲା ବିଜେଡିର ସଭାପତି ଭାବରେ  ମଙ୍ଗ ଧରିବାକୁ  ଦେଉଛନ୍ତି, ତାହାକୁ ନେଇ ସମସ୍ତେ ଏକପ୍ରକାର ଉକତ୍ଣ୍ଠାର ସହକାରେ ଚାହିଁ ରହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri