Posted inଜାତୀୟ

୭୫ତମ ସାଧାରଣତନ୍ତ୍ର ଦିବସପାଳନ ପୂର୍ବରୁ ୧,୧୩୨ ପୋଲିସଙ୍କୁ ମିଳିଲା ବୀରତ୍ୱ, ସେବା ମେଡାଲ

ନୂଆଦିଲ୍ଲୀ,୨୫।୧: ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବ ସନ୍ଧ୍ୟାରେ ଦେଶର ୧,୧୩୨ ଜଣ ପୋଲିସ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ବୀରତ୍ୱ ଓ ସେବା ମେଡାଲରେ ସମ୍ମାନିତ କରାଯାଇଛି। ସେଥିରେ ୨୭୭ ବୀରତ୍ୱ ମେଡାଲ ରହିଛି। ପୋଲିସ କର୍ମଚାରୀଙ୍କ ସମେତ ଅଗ୍ନିଶମ କର୍ମଚାରୀ, ହୋମଗାର୍ଡ, ସିଭିଲ୍‌ ଡିଫେନ୍ସ ଏବଂ ସୁଧାରାତ୍ମକ ସେବାର କର୍ମଚାରୀମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ୧୬ ବୀରତ୍ୱ ଓ ସେବା ମେଡାଲକୁ ଏବେ ଏକତ୍ର କରି ୪ଟିରେ ପରିଣତ କରାଯାଇଛି। ସେଗୁଡ଼ିକ ହେଲେ ରାଷ୍ଟ୍ରପତି ବୀରତ୍ୱ ମେଡାଲ(ପିଏମ୍‌ଜି), ବୀରତ୍ୱ ମେଡାଲ(ଜିଏମ୍‌), ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ମେଡାଲ (ପିଏସ୍‌ଏମ୍‌) ଏବଂ ପ୍ରଶଂସନୀୟ ସେବା ମେଡାଲ(ଏମ୍‌ଏସ୍‌ଏମ୍‌)। ୨୭୭ ବୀରତ୍ୱ ପୁରସ୍କାରରୁ ୧୧୯ଟି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ନିୟୋଜିତ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅନ୍ୟ ୧୩୩ଟି ଜମ୍ମୁ-କଶ୍ମୀର ଅଞ୍ଚଳର ଯବାନଙ୍କୁ ପ୍ରଦାନ କରାଯିବ। ଜାତିସଂଗ ପକ୍ଷରୁ କଙ୍ଗୋରେ ଶାନ୍ତିରକ୍ଷା ପାଇଁ ନିୟୋଜିତ ଥାଇ ନିହତ ହୋଇଥିବା ବିଏସ୍‌ଏଫ୍‌ ହେଡ୍‌ କନ୍‌ଷ୍ଟେବଲ ସନଓ୍ବାଲା ରାମ ବିଷ୍ଣୋଇ ଏବଂ ଶିଶୁପାଳ ସିଂଙ୍କୁ ମରଣୋତ୍ତର ଭାବେ ରାଷ୍ଟ୍ରପତି ବୀରତ୍ୱ ସମ୍ମାନ ପ୍ରଦାନ କରାଯିବ। ଜମ୍ମୁ-କଶ୍ମୀର ପୋଲିସକୁ ସର୍ବାଧିକ ୭୨ ବୀରତ୍ୱ ମେଡାଲ ମିଳିବାକୁ ଥିବାବେଳେ ୬୫ଟି ସିଆର୍‌ପିଏଫ୍‌ ଯବାନଙ୍କୁ ମିଳିବ। ଏହା ବ୍ୟତୀତ ମହାରାଷ୍ଟ୍ରରୁ ୧୮, ଛତିଶଗଡ଼ରୁ ୨୬, ଝାଡ଼ଖଣ୍ଡରୁ ୨୩, ଓଡ଼ିଶାରୁ ୧୫, ଦିଲ୍ଲୀରୁ ୮ ଏବଂ ସଶସ୍ତ୍ର ସୁରକ୍ଷା ବଳ(ଏସ୍‌ଏସ୍‌ବି)ରୁ ୨୧ ଯବାନଙ୍କୁ ବୀରତ୍ୱ ସମ୍ମାନରେ ସମ୍ମାନିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍‌ କଲା ଇଭିଏମ୍‌, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...

କଳିଯୁଗର ପୁଅ: ନିଜ ବାପାଙ୍କୁ ହତ୍ୟା କରିବାକୁ ଦେଇଥିଲେ ୫ ଲକ୍ଷ ଟଙ୍କା ସୁପାରି, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ଗୁଳିମାଡ଼ ଘଟଣାରେ ଗାଜିଆବାଦ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ଦାବି କରିଛି ଯେ...

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri