ଜବତ ଖଣିଜକୁ ମିଳୁନି ପରିବହନ ଅନୁମତି, ରାଜସ୍ବ ହରାଉଛନ୍ତି ସରକାର

ଯୋଡ଼ା,୨୫ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଦୁଇଟି ରେଳ ସାଇଡିଂରୁ ଦାବିଦାର ନ ଥିବା ଲୁହାପଥରକୁ ଗତ ଡିସେମ୍ବରରେ ଖଣି ବିଭାଗ ଜବତ କରିଥିଲା। ଇତି ମଧ୍ୟରେ ତାହା ନିଲାମ ହୋଇସାରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ଖଣିଜଗୁଡ଼ିକର ପରିବହନ ଅନୁମତି ମିଳିପାରୁନାହିଁ। ଦକ୍ଷିଣ ପୂର୍ବ ରେଳ ପଥର ଚକ୍ରଧରପୁରସ୍ଥିତ ଡିଭିଜନ ଅନ୍ତର୍ଗତ ଏହି ରେଳ ସାଇଡିଂ ଆସୁଥିବାରୁ ଜବତ ଖଣିଜର ଗଚ୍ଛିତ ଭଡ଼ା ଏବେ ଚକ୍ରଧରପୁରସ୍ଥିତି ଡିସିଏମ କାର୍ଯ୍ୟାଳୟ ଦାବି କରୁଛି। ଯାହାକି ଆଇନ ପରିସର ବହିର୍ଭୁତ ବୋଲି ଖଣି ବିଶେଷଜ୍ଞ ମତ ଦେଉଛନ୍ତି। ଅପରପକ୍ଷରେ ଖଣିଜ ନିଲାମୀର ଦେଢ଼ ମାସ ପରେ ବି ନିଲାମଧାରୀ ପରିବହନ କରିପାରୁ ନ ଥିବାରୁ ସରକାର ରାଜସ୍ବ ହରାଉଛନ୍ତି।

ସୂଚନା ଅନୁଯାୟୀ, ଜୁରୁଡି ରେଳ ସାଇଡିଂର ଗୋଟିଏ ପ୍ଲାଟ୍‌ଫର୍ମରୁ ୧୩୨୪୩.୮୯୦ ମେଟ୍ରିକ୍‌ ଟନ ଓ ବାଂଶପାଣି ରେଳ ସାଇଡିଂର ଗୋଟିଏ ପ୍ଲାଟଫର୍ମରୁ ୩୯୮୧୮.୦୬୦ ମେଟ୍ରିକ ଟନ୍‌ ଦାବିଦାର ନ ଥିବା ଲୁହାପଥରକୁ ଖଣି ବିଭାଗ ଗତ ଡିସେମ୍ବରରେ ଜବତ କରିଥିଲା। ଏହା ପରେ ଉକ୍ତ ଲୁହାପଥରକୁ ଓଡ଼ିଶା ଖଣି ନିଗମ ମାଧ୍ୟମରେ ନିଲାମ କରାଯାଇଥିଲା। ଜୁରୁଡ଼ି ରେଳ ସାଇଡିଂରେ ଜବତ ଲୁହାପଥରକୁ ୫ କୋଟି ୮୧ ଲକ୍ଷ ଟଙ୍କା, ବାଂଶପାଣି ରେଳ ସାଇଡିଂ ରେଳ ସାଇଡିଂଠାରେ ଜବତ ଲୁହାପଥରକୁ ପ୍ରାୟ ୧୬ କୋଟି ଟଙ୍କାରେ ନିଲାମ କରାଯାଇଥିଲା। ନିଲାମ ନେଇଥିବା ବ୍ୟବସାୟୀମାନେ ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟରୁ ପରିବହନ ଅନୁମୋଦନ ନେଇ ୨ ରେଳ ସାଇଡିଂରୁ ଲୁହାପଥରକୁ ପରିବହନ କରିବାକୁ ପ୍ରସ୍ତୁତ ହେଉ ଥିବା ବେଳେ ରେଳ ମନ୍ତ୍ରଣାଳୟ ପରିବହନ ଅନୁମତି ଦେଉନାହିଁ। ଏ ନେଇ ଖଣି ବିଭାଗ ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ଏକ ଶୀତଳଯୁଦ୍ଧ ଆରମ୍ଭ ହୋଇଛି। ଚୋରା ଖଣିଜ କାରବାରର ଏକ ମାଧ୍ୟମ ରେଳ ଦ୍ୱାରା ହୋଇଥାଏ ବୋଲି ଅତୀତରେ ନଜିର ରହିଛି। ୨୦୦୯ରୁ ୨୦୧୩ ମଧ୍ୟରେ ଅନେକ ଲକ୍ଷ ଟନ୍‌ ଦାବିଦାର ନ ଥିବା ଲୁହାପଥର ରେଳ ସାଇଡିଂରୁ ଜବତ ହୋଇଥିଲା। ସେତେବେଳେ ବହୁ ଅସାଧୁ ପରିବହନ ଠିକାଦାର, ରେଳ ଲୋଡିଂ ଠିକାଦାର ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ। ସେହି ଘଟଣା ଲୋକ ଲୋଚନରୁ ଲିଭି ନ ଥିବା ବେଳେ ପୁନଃ କିଛି ଅସାଧୁ ଲୋଡିଂ ଠିକାଦାର, ଅସାଧୁ କର୍ମଚାରୀ ରେଳ ସାଇଡିଂରେ ଜମା ଲୁହାପଥରକୁ ଲୋଡିଂ ବେଳେ ଖଣିଜ ନିଅଣ୍ଟ ହେଲେ ଜମା ଖଣିଜରୁ ଅସାଧୁ ଉପାୟରେ ଆଣି ରେଳ ରେକ୍‌ରେ ବୋଝେଇ କରି ଥାଆନ୍ତି ବୋଲି ଖଣି ବିଭାଗ ପକ୍ଷରୁ କୁହାଯାଇଛି।

ଏ ସଂକ୍ରାନ୍ତରେ ଯୋଡ଼ା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ କହିଛନ୍ତି, ରେଳ ମନ୍ତ୍ରଣାଳୟ ପରିବହନ ଅନୁମତି ଦେଉ ନ ଥିବାରୁ ସେ ଝାଡ଼ଖଣ୍ଡ ରାଜ୍ୟ ଚକ୍ରଧରପୁରସ୍ଥିତ ରେଲଓ୍ବେ କାର୍ଯ୍ୟାଳୟକୁ ୨୨ ଡିସେମ୍ବର ୨୦୨୩ରେ ଡିଭି ଜୋନାଲ ରେଲୱେ ମ୍ୟାନେଜର(ଡିଆରଏମ)ଙ୍କୁ ଚିଠି ଲେଖିଥିଲେ। ତେବେ ଚିଠିର କୌଣସି ଉତ୍ତର ସେ ପାଇ ନ ଥିବା କହିଛନ୍ତି। ଅନ୍ୟପକ୍ଷେ ରେଲ୍‌ଓ୍ବେର ଡମ୍ପ୍‌ ଆଣ୍ଡ ଲୋଡ୍‌ ପଲିସି ଅର୍ଥାତ୍‌ ଖଣିଜକୁ ଜମା ନ ରଖି ତୁରନ୍ତ ପରିବହନ ନିୟମ ରହିିଥିବା ବେଳେ କେବଳ ଗୋଟିଏ ପ୍ଲାଟ୍‌ଫର୍ମରେ ଏତେ ପରିମାଣର ଲୁହାପଥର କିପରି ଜମା ରହିଲା, ଏ ନେଇ ସେ ରେଳ ମନ୍ତ୍ରଣାଳୟକୁ ପ୍ରଶ୍ନ କରିଛନ୍ତି। ଖଣିଜ ରଖିବା ପାଇଁ ଆବଶ୍ୟକ ଷ୍ଟୋରିଂ ଲାଇସେନ୍ସ ଖଣି ବିଭାଗ ପକ୍ଷରୁ ଦିଆଯାଇଥାଏ। ତାହା ମଧ୍ୟ ରେଳ ମନ୍ତ୍ରଣାଳୟ ପାଖରେ ନ ଥିବା ସେ ସୂଚନା ଦେଇଛନ୍ତି। ଷ୍ଟୋରିଂ ଲାଇସେନ୍ସ ନ ଥାଇ ଖଣିଜକୁ ଜମା ରଖିବା ନିୟମ ବିରୋଧ। ଏ ସଂକ୍ରାନ୍ତରେ ଖଣି ବିଭାଗ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଉପ ନିର୍ଦ୍ଦେଶକ ଅଗ୍ରୱାଲ କହିଛନ୍ତି। ଅନ୍ୟପକ୍ଷେ ଉକ୍ତ ରେଳ ସାଇଡିଂରେ ଥିବା ଲୁହାପଥରକୁ ପରିବହନ କରିବାକୁ ହେଲେ ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁରସ୍ଥିତ ଡିସିଏମ କାର୍ଯ୍ୟାଳୟ ପକ୍ଷରୁ ଗତ ୨ ତାରିଖରେ ନିଲାମ ନେଇଥିବା ବ୍ୟବସାୟୀ ସଂସ୍ଥା ଶୁଭମ ଟ୍ରେଡର୍ସକୁ ୱାର୍ଫେଜ ବାବଦକୁ ୬୯ କୋଟି ୭୯ ଲକ୍ଷ ୯୬ ହଜାର ୮ଶହ ଟଙ୍କା ଏବଂ ପ୍ରଫୁଲ୍ଲ ଏଣ୍ଟର୍‌ ପ୍ରାଇଜେସକୁ ୪୪ କୋଟି ୬୭ ଲକ୍ଷ ୨୯ ହଜାର ୪ଶହ ଟଙ୍କା ଜମା କରିବାକୁ ଚିଠି ଦ୍ୱାରା ଜଣାଇ ଦିଆଯାଇଥିବା ସୂଚନା ମିଳିଛି। ଏ ନେଇ ଚକ୍ରଧରପୁରସ୍ଥିତ ରେଲ ଡିଭିଜନର ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଅପାରଗତାରେ ଭାଜପା ଦେଶରେ ୧ ନମ୍ବର’

ଭୁବନେଶ୍ୱର, ୭।୧(ସୁନିତ୍‌ ମିଶ୍ର): ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦ୍‌ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ୫-ଟି...

GDPକୁ ବିଦା କରି NDP ଆଣିବେ ମୋଦି ସରକାର, କିନ୍ତୁ ଏହା କ’ଣ?

ନୂଆଦିଲ୍ଲୀ,୭।୧: ଭାରତର ଅର୍ଥନୀତିକୁ ମାପିବାର ମୁଖ୍ୟ ମାପକ ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ (GDP) ବଦଳରେ ନେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ (NDP) ଆସିପାରେ। ଦେଶର ଅର୍ଥନୀତିକୁ ଆକଳନ...

ଓଡ଼ିଶାର ‘କାଶ୍ମୀର’ରେ ସାଇକେଲ୍ ଧରି ବୁଲୁଛନ୍ତି ଜର୍ମାନ ଦମ୍ପତି, ବିଭୋର କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ଦାରିଙ୍ଗବାଡି,୭।୧: କନ୍ଧମାଳ ଜିଲାର ପାହାଡ଼ିଆ ଅଞ୍ଚଳ ଦାରିଙ୍ଗବାଡ଼ି, ଯାହାକୁ ‘ଓଡ଼ିଶାର କାଶ୍ମୀର’ କୁହାଯାଏ, ସେଠାରେ ଏବେ ଜର୍ମାନୀର ଏକ ପର୍ଯ୍ୟଟକ ଦମ୍ପତି ସାଇକେଲ ଯାତ୍ରାର ମଜା...

ଏକତରଫା ପ୍ରେମ: ବିବାହ ପରେ ବି ଯୁବତୀଙ୍କୁ ଜୋର କରି ଉଠାଇ ବନ୍ଦି କରି ରଖିଥିଲେ, ଯୁବକଙ୍କୁ…

ମୋହନା, ୭ା୧(ମନ୍ମଥ ମିଶ୍ର)- ପ୍ରେମ ସମ୍ପର୍କକୁ ନେଇ ଗଜପତି ଜିଲା ମୋହନାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୋହନା ପୋଲିସ ଜଣେ ଯୁବକଙ୍କୁ ଚନ୍ଦ୍ରଗିରିରୁ ଗିରଫ କରିଛି।...

୧୮୨ କେଜି ଭାଙ୍ଗ ଜବତ କଲା ଅବକାରୀ ବିଭାଗ; ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ବ୍ଳକର ପୃଥକ ସ୍ଥାନରେ...

Makar Sankranti ୨୦୨୬: ମକର ସଂକ୍ରାନ୍ତିରୁ ମହାଲକ୍ଷ୍ମୀ ରାଜଯୋଗ, ଏହି ୪ ରାଶିର ବ୍ୟକ୍ତି…

ମକର ସଂକ୍ରାନ୍ତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ମଧ୍ୟରୁ ଗୋଟିଏ, ଯାହା ପ୍ରକୃତି ଏବଂ ବ୍ରହ୍ମାଣ୍ଡର ପରିବର୍ତ୍ତନର ପ୍ରତୀକ। ଏହି ପର୍ବ ବିଶ୍ୱରେ ପ୍ରାକୃତିକ...

ପ୍ରଥମେ CBI, ପରେ ହାଇକୋର୍ଟ ଝଟକା; ଘୁଞ୍ଚିଲା ବିଜୟଙ୍କ ଶେଷ ଫିଲ୍ମ ରିଲିଜ୍

ଚେନ୍ନାଇ,୭।୧: ଥାଲପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜାନା ନାୟଗାନ୍’ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ (CBFC) ଠାରୁ ପ୍ରମାଣପତ୍ର...

ଚରମରେ ଆମେରିକା-ରୁଷିଆ ଉତ୍ତେଜନା, ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ସବୁ ଦେଶ

ଓ୍ୱାଶିଂଟନ୍/ମସ୍କୋ,୭।୧: ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭେନେଜୁଏଲା ସହ ଜଡ଼ିତ ଆମେରିକାର କଟକଣା ଉଲ୍ଲଂଘନ ଅଭିଯୋଗରେ ଆମେରିକା ସେନା ଉତ୍ତର ଆଟଲାଣ୍ଟିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri