CBSE Board Exam: ବର୍ଷରେ ୨ ଥର ହେବ ସିବିଏସଇ ବୋର୍ଡ ପରୀକ୍ଷା, କ’ଣ ରହିଛି ନିୟମ ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧ : ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବର୍ତ୍ତମାନ ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ବୋର୍ଡ ଏଥିପାଇଁ ନୂଆ ନିୟମ ଆଣିଛି। ୨୦୨୪-୨୫ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପାଇଁ ହାଜର ହେବାକୁ ପଡିବ । ଏହି ବର୍ଷଠାରୁ ସିବିଏସଇର ନୂତନ ନିୟମ କାର୍ଯ୍ୟକାରୀ ହେବ। କୁହାଯାଉଛି ଛାତ୍ରୀଛାତ୍ରଙ୍କ ଚାପ କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସାମ୍ପ୍ରତିକ ସମୟରେ, ପରୀକ୍ଷା ଟେନସନ ଯୋଗୁଁ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଆତ୍ମହତ୍ୟା କରୁଛନ୍ତି। ଛାତ୍ରୀଛାତ୍ରମାନେ ଏହି ବିକଳ୍ପ ଚୟନ ପାରିବେ। ଦୁଇଥର ପରୀକ୍ଷାର ଉନ୍ନତ ପ୍ରଦର୍ଶନର ସ୍କୋରକୁ ଚୂଡାନ୍ତ ଭାବେ ବିବେଚନା କରାଯିବ ।

ଏକ ସାକ୍ଷାତକାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦୨୪-୨୫ଶିକ୍ଷାବର୍ଷରୁ ବର୍ଷକୁ ଦୁଇଥର ବୋର୍ଡ ଫର୍ମାଟ ଆରମ୍ଭ ହେବ। ଏହାର ଅର୍ଥ ହେଉଛି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ୨୦୨୫ର ବୋର୍ଡ ପରୀକ୍ଷଣରୁ ଏହା ଗ୍ରହଣ କରାଯିବ। ଏହା ବର୍ତ୍ତମାନର ଶ୍ରେଣୀ ନବମ ଓ ଏକାଦଶ ଛାତ୍ରୀଛାତ୍ରମାନଙ୍କ ପାଇଁ ପ୍ରଭାବଶାଳୀ ହେବ। ଏହା ପୂର୍ବରୁ ଅକ୍ଟୋବର ୨୦୨୩ ରେ ସେ ମଧ୍ୟ ୨୦୨୪ ଠାରୁ ଦୁଇଥର ବୋର୍ଡ ପରୀକ୍ଷା କରିବା ବିଷୟରେ କହିଥିଲେ।

ତେବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷାର ନୂତନ ବ୍ୟବସ୍ଥା ବାଧ୍ୟତାମୂଳକ ହେବ ନାହିଁ। ଏହି ନୂତନ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଛାତ୍ରୀଛାତ୍ରଙ୍କ ଉପରେ ପରୀକ୍ଷା ଚାପ କମାଇବା। ବହୁ ଛାତ୍ରୀଛାତ୍ର ଭୟ କରନ୍ତି ସେମାନଙ୍କର ପରୀକ୍ଷାରେ କେବଳ ଗୋଟିଏ ସୁଯୋଗ ଅଛି ।ଯଦି ଜଣେ ଛାତ୍ରୀଛାତ୍ର ପ୍ରସ୍ତୁତ ହୋଇ ପରୀକ୍ଷାର ଗୋଟିଏ ସେଟତରେ ମିଳିଥିବା ମାର୍କ ଉପରେ ସନ୍ତୁଷ୍ଟ, ତେବେ ସେ ପରବର୍ତ୍ତୀ ପରୀକ୍ଷାରେ ନ ଦେବାକୁ ଚୟନ କରି ପାରିବେ।

ଶିକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ଉଦ୍ଧୃତ ହୋଇ କୁହାଯାଇଛି ୨୦୨୫ ବୋର୍ଡର ପ୍ରଥମ ପରୀକ୍ଷା ନଭେମ୍ବର-ଡିସେମ୍ବର ୨୦୨୪ ରେ ହେବାର ସମ୍ଭାବନା ରହିଛି। ଦ୍ୱିତୀୟ ପରୀକ୍ଷା ଫେବୃଆରୀ-ମାର୍ଚ୍ଚ ୨୦୨୫ରେ ହୋଇପାରେ। ଉଭୟ ପରୀକ୍ଷାର ଶ୍ରେଷ୍ଠ ସ୍କୋର ନେଇ ମେରିଟ ତାଲିକା ପ୍ରସ୍ତୁତ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri