Posted inRasifala

ରାଶିଫଳ: ଶନିବାର , ଜାନୁୟାରୀ ୬ ତାରିଖ – Daily Horoscope

ମେଷ
ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ଯୁଆଡେ ଯାଆନ୍ତୁ ଖାଲିହାତରେ ଫେରିବେ ନାହିଁ। ଗୁରୁଙ୍କ ଦୃଷ୍ଟିରୁ କାର୍ଯ୍ୟସିଦ୍ଧି, ସନ୍ତାନଙ୍କ ଉନ୍ନତି ଏବଂ ଫଳପ୍ରଦ ଆଲୋଚନା ମଧ୍ୟ କରିପାରନ୍ତି। କୌଣସି କାମ ସକାଶେ ସକାଳୁ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଲାଭ କରିବେ। କିନ୍ତୁ ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ।
ବୃଷ
ବୃଷ
ଚନ୍ଦ୍ରଙ୍କ କୋଣସ୍ଥାନରେ ଶନି ଥିବାରୁ ସନ୍ତାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବହାର କିମ୍ବା ଚାଲିଚଳଣରେ ବ୍ୟତିକ୍ରମ ଚିନ୍ତାଜନକ ହୋଇପାରେ। ବନ୍ଧୁ ଆବଶ୍ୟକତା ସମୟରେ ଦୂରେଇ ରହିବେ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। ପରିବାରର ବ୍ୟୟବହୁଳତା ଦୁଶ୍ଚିନ୍ତାର କାରଣ ହୋଇପାରେ।
ମିଥୁନ
ମିଥୁନ
ଧନାଧିପ ଚନ୍ଦ୍ର ସପ୍ତମାଧିପତିଙ୍କ ଦୃଷ୍ଟି ପ୍ରଭାବରେ ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ସହ ଅର୍ଥଲାଭ ନିଶ୍ଚିତ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବେ। ଅସାବଧାନତା କିମ୍ବା ଅନ୍ୟମନସ୍କତା ପରିହାର କରି ଯାନବାହନରେ ସତର୍କତା ବିଧେୟ।
କର୍କଟ
କର୍କଟ
ଆଜି କଲ୍ୟାଣ ଚନ୍ଦ୍ର ହେତୁ ଲୋକସମ୍ପର୍କ ବୃଦ୍ଧି, କାର୍ଯ୍ୟ ସିଦ୍ଧି ଓ ମାନସିକ ଶାନ୍ତି ଅନୁଭବ କରିବେ। ପଡ଼ୋଶୀଙ୍କ ସହ ସମ୍ପର୍କରେ ଶିଥିଳତା ପରିଲକ୍ଷିତ ହେବାରୁ ବିରସମନା ରହିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବା ଯୋଗୁ ନୈରାଶ୍ୟତା ଦୂରହେବ।
ସି˚ହ
ସି˚ହ
ତୃତୀୟଚନ୍ଦ୍ର ଓ ବୃହସ୍ପତିଙ୍କ ପ୍ରଭାବରୁ ମନ ବୁଝିଲାଭଳି କଥା କହି ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ଯୋଡ଼ି ପାରିବେ। କିନ୍ତୁ ପରିବାରରେ ସାଧାରଣ କଥାକୁ କେନ୍ଦ୍ର୍ରକରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଘଟିପାରେ। ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
କନ୍ୟା
ବୃହସ୍ପତିଙ୍କ ବ୍ୟତୀତ ରାହୁ ଓ କେତୁଙ୍କ ମଧ୍ୟସ୍ଥ ସମସ୍ତ ଗ୍ରହଙ୍କ କୁପ୍ରଭାବରୁ କାର୍ଯ୍ୟ ଶୃଙ୍ଖଳିତ ହେବନାହିଁ , ଫଳରେ ମନ ବିଚଳିତ ହେବ। କଠୋର କଥା କହି ବନ୍ଧୁଙ୍କ ରୋଷର ଶିକାର ହୋଇପାରନ୍ତି। ଘରର ବରାଦାନୁଯାୟୀ ଜିନିଷ କ୍ରୟ କରି ଖର୍ଚ୍ଚାନ୍ତ ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ।
ତୁଳା
ତୁଳା
ଅନୁକୂଳଗ୍ରହସ୍ଥିତି ହେତୁ ଅଭିଳାଷ ପୂରଣ ହେବ ଏବଂ ମାନସିକ ଅସ୍ଥିରତା ଦୂର ହୋଇଯିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସହକର୍ମୀଙ୍କ ସହ ପାଇବାକୁ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବା ସାଙ୍ଗକୁ ଦୁଶ୍ଚିନ୍ତା ବୃଦ୍ଧିପାଇବ।
ବିଛା
ବିଛା
ଆଜି ମନ ଚାହୁଁଥିଲେ ମଧ୍ୟ ନିରୁତ୍ସାହିତଜନିତ କାମଟି ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ। ସାମାଜିକ ସ୍ତରରେ ସମ୍ପର୍କୀୟଙ୍କ ସହ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପରିବାରରେ ସନ୍ଦେହଜନିତ କେତେକ ବିଶୃଙ୍ଖଳା ଦେଖାଯିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ।
ଧନୁ
ଧନୁ
ଗ୍ରହମାନଙ୍କ ଅନୁକୂଳ ଅବସ୍ଥିତିରୁ ସୁଯୋଗର ସଦ୍‌ବ୍ୟବହାର କରିପାରିବେ। ମୂଳା ନକ୍ଷତ୍ର ସକାଶେ ନିକଟସ୍ଥ ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ରହିବ। ଆର୍ଥିକ ପରିସ୍ଥିତି, ବ୍ୟବସାୟିକ ସ୍ଥିତି ଏବଂ ପାରିବାରିକ ସମ୍ପର୍କରେ ମଉଳି ଯାଇଥିବା ଆଶା କଅଁଳି ଉଠିବ। ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ।
ମକର
ମକର
କେନ୍ଦ୍ରସ୍ଥ ଗୁରୁ ଓ ଚନ୍ଦ୍ରଙ୍କ ଲାଗି ଅସଜଡ଼ା ପରିସ୍ଥିତିକୁ ଉପସ୍ଥିତ ବୁଦ୍ଧି ଯୋଗୁ ସଜାଡ଼ିନେବେ। ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିମାନେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିଚାଲିବେ। ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି।
କୁମ୍ଭ
କୁମ୍ଭ
ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ସ୍ଥିତି କାମକୁ ବିବାଦୀୟ କରିବା ସହ ଅସମ୍ପୂର୍ଣ୍ଣ ରଖିଦେଇପାରେ। ବନ୍ଧୁମାନଙ୍କ ପରାମର୍ଶକ୍ରମେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କିନ୍ତୁ ସାମୟିକ ଆର୍ଥକ ଅନଟନ ଋଣ ପରିଶୋଧକୁ ବିଳମ୍ବିତ କରିପାରେ। ପରୋକ୍ଷ ଶତ୍ରୁତା, କାର୍ଯ୍ୟହାନି, ବନ୍ଧୁରେ କଳହ ମାନସିକ ଦୁଶ୍ଚିନ୍ତାର କାରଣ ହେବ।
ମୀନମୀନ

ଚନ୍ଦ୍ର ଏବଂ ରାହୁ ଷଡ଼ାଷ୍ଟକ ସ୍ଥିିତିରେ ରହିଥିବାରୁ ମନରେ ଏବଂ ଶରୀରରେ ଅସୁସ୍ଥତା ଅନୁଭବ କରିପାରନ୍ତି। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଅବଶ୍ୟ ସ୍ଥଗିତ କାମକୁ ପୂରା କରିବେ ଓ ବ୍ୟବସାୟିକ ଦିଗଟି ସନ୍ତୋଷଜନକ ରହିବ। ପରକଥାରେ ପଡ଼ି ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨ ତାରିଖ – Daily Horoscope

ମେଷ ମୁଖଭାବରେ ଚନ୍ଦ୍ର ଯୋଗୁ ହସିଲେ କଥା କହିବେ। ବନ୍ଧୁ ଅର୍ଥସାହାଯ୍ୟ କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, ସ୍ଥଗିତ କାମରେ ଅଗ୍ରଗତିର ସମ୍ଭାବନା, ପାରିବାରିକ ସମସ୍ୟାର...

ରାଶିଫଳ: ଗୁରୁବାର, ଜାନୁଆରୀ ୧ ତାରିଖ – Daily Horoscope

ମେଷ ନୂଆ ବର୍ଷରେ ଭାଗ୍ୟସ୍ଥାନରେ ରାଜଯୋଗ। କର୍ମକ୍ଷେତ୍ରରେ ଆଦରଣୀୟ ହେବେ। ଉଚ୍ଚାରୋହୀ ମଙ୍ଗଳ ଯୋଗୁ ଦେହ ଭଲ ରହିବ। ଧନସ୍ଥାନରେ ଚନ୍ଦ୍ର ସୁସ୍ବାଦୁ ଭୋଜନ ପରଷିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri