Odisha Elections 2024

ଚାଷୀ ସମସ୍ୟାକୁ ନେଇ ନୂଆପଡ଼ା ବନ୍ଦ

ନୂଆପଡ଼ା,୫।୧(ମକାରୁ ବେମାଲ): ରାଜ୍ୟ ସରକାରଙ୍କ କୃଷିମାରଣ ନୀତି, ଧାନର କଟନି ଛଟନି, କପାର ଅଭାବୀ ବିକ୍ରି, ଅହେତୁକ ବିଦ୍ୟୁତ୍‌ ଦର ବୃଦ୍ଧି, ଚାଷୀ ସମସ୍ୟା ତଥା ଧାନକିଣାରେ ହେଉଥିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ନୂଆପଡ଼ା ଭାଜପା ପକ୍ଷରୁ ଶୁକ୍ରବାର ବନ୍ଦ ଡାକରା ଦିଆଯାଇଛି। ଫଳରେ ଜିଲାର ୫ଟି ବ୍ଳକ ସମେତ ୩ଟି ଏନ୍‌ଏସି ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହାର ପ୍ରଭାବରେ ଜିଲାରେ ଯାନବାହନ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ, କଲେଜ, ସହ ଜିଲାର ସମସ୍ତ ମଣ୍ଡି ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବନ୍ଦ ଯୋଗୁ ଜନସାଧାରଣ ପ୍ରଭାବିତ ହୋଇଛନ୍ତି।

ନୂଆପଡ଼ା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢୀ, ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଶୀ, ବିଜୟ ଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି। ସେହିପରି କୋମନା ବ୍ଲକରେ ଭାଜପା ନେତା ଯଦୁମଣି ପାଣିଗ୍ରାହୀ ଏବଂ ସିନାପାଲିରେ ସୁବ୍ରତ ଠାକୁରଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଉଛି। ଏପରିକି କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ବନ୍ଦ ପାଳନକୁ ସମର୍ଥନ କରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ ଚାହୁଁଛି ଭାଜପା’

ମୋରଡ଼ା/ରାସଗୋବିନ୍ଦପୁର,୨୨ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକର ଅମର୍ଦ୍ଦା ପଡ଼ିଆରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିଛି। ଅପରାହ୍ନ ୫ଟାରେ...

ରାଜ୍ୟକୁ ରାମରାଜ୍ୟରେ ପରିଣତ କରିବାକୁ ହେଲେ ଭାଜପାକୁ ଭୋଟ୍‌ ଦିଅନ୍ତୁ: ଅରୁଣ ଗୋଭିଲ

କେନ୍ଦୁଝର,୨୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତା ତଥା ସିନେ ଷ୍ଟାର ଅରୁଣ ଗୋଭିଲ ବୁଧବାର କନ୍ଦୁଝର ଜିଲା ଗସ୍ତରେ ଆସି ଚମ୍ପୁଆ ଓ ତେଲକୋଇରେ ଭାଜପାର...

ସମ୍ବଲପୁରରେ ବଡ଼ ବୟାନ ଦେଲେ ଗିରିରାଜ ସିଂ, କହିଲେ- ”ନଜରବନ୍ଦୀ ଅଛନ୍ତି ନବୀନ”

ସମ୍ବଲପୁର,୨୨ା୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଵାକଯୁଦ୍ଧ ତୀବ୍ର ହୋଇଛି। ବୁଧବାର କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଗିରିରାଜ ସିଂଙ୍କ ସମ୍ବଲପୁରରେ...

AIକୁ ନେଇ ନବୀନ କହିଲେ…

ଭୁବନେଶ୍ୱର,୨୨ା୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। ବିଶେଷକରି ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପାର ତୁଙ୍ଗ ନେତାମାନେ ନିର୍ବାଚନ...

ଓଡ଼ିଶାରେ ସରକାର ବଦଳିବାର ସମୟ ଆସିଛି: ଅରୁଣ ଗୋଭିଲ

ଚମ୍ପୁଆ,୨୨ା୫: ରାମାୟଣ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚିତି ପାଇଥିବା ଅରୁଣ ଗୋଭିଲ ବୁଧବାର ଓଡ଼ିଶା ଆସିଛନ୍ତି। ଅରୁଣ ଓଡ଼ିଶା ଆସି...

ପୁଣି ଓଡ଼ିଶା ଆସିବେ ମୋଦି; ଯାଜପୁର, ଭଦ୍ରକ ଉପରେ ଅମିତ ଶାହାଙ୍କ ନଜର

ଭୁବନେଶ୍ୱର,୨୨ା୫: ପୁଣି ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାଜପା ଓଡ଼ିଶା ପ୍ରଭାରୀ ବିଜୟପାଲସିଂ ତୋମାର ଏହି ସୂଚନା ଦେଇଛନ୍ତି। ଆସନ୍ତା...

ଚକା ଖସି ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର

ନବରଙ୍ଗପୁର,୨୨ା୫(ସଦାଶିବ ପ୍ରହରାଜ): ବାଇକ୍‌ରେ ଯାଉଥିବା ଦମ୍ପତିଙ୍କ ଉପରେ ଏକ ଟ୍ରାକ୍ଟର ଚଢ଼ିଯିବାରୁ ସ୍ବାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ତେବେ ସ୍ବାମୀଙ୍କୁ ବିଶାଖାପାଟଣା...

ଯୋଡ଼ିଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ଭୋଟରଙ୍କୁ ନିବେଦନ କଲେ ପ୍ରାର୍ଥୀ

ହାଟଡିହୀ,୨୨ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବୁଧବାର ୩୬ନଂ ଜୋନ୍‌ ଅଧୀନ ୯ଟି ପଞ୍ଚାୟତରେ ଜୋନ୍‌ସ୍ତରୀୟ ଶେଷ ନିର୍ବାଚନୀ ପ୍ରଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri