ଏମ୍‌ଭି ପଡ଼ିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ୪ ଗିରଫ

କଟକ ଅଫିସ,୧୨ା୮: ବାଦାମବାଡ଼ି ଥାନା ଅନ୍ତର୍ଗତ ଖାନ୍‌ନଗର ଏମ୍‌ଭି ପଡିଆରେ ଗତ ଜୁଲାଇ ୧ରେ ଘଟିଥିବା ଶୁଭ୍ରାଂଶୁ ଶତପଥୀ ହତ୍ୟାକାଣ୍ଡର ରବିବାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଖାନ୍‌ନଗର ଗୁରୁସାହି ଅଞ୍ଚଳର ନିରାକାର ଗୁରୁ(୨୫), ନୟାଗଡ଼ ଜିଲା ପାଟଣା ଅଞ୍ଚଳର ଗଣେଶ ନାୟକ(୨୧), କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର କିଷାନ ନାୟକ ଓରଫ ବାବୁନା(୨୧) ଓ ଢେଙ୍କାନାଳ ଜିଲା ବଡ଼ଝର ଅଞ୍ଚଳର ଶିବପ୍ରସାଦ ସାହୁ ଓରଫ ଶିବୁ (୨୬)। ମୁଖ୍ୟତଃ ମଦ ଓ ଟଙ୍କାକୁ କେନ୍ଦ୍ରକରି ୪ଜଣ ଅଭିଯୁକ୍ତ ଶୁଭ୍ରାଂଶୁଙ୍କ ମୁଣ୍ଡ ଓ ମୁହଁକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ଡିସିପିଙ୍କ କାର୍ଯ୍ୟାଳୟରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।
ଡିସିପି ସୂଚନା ଅନୁଯାୟୀ, ଶୁଭ୍ରାଂଶୁଙ୍କ ଘର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ସେ ନିଜ ମା’ଙ୍କ ଚିକିତ୍ସା ପାଇଁ ଗତ ଜୁନ୍‌ ୩୦ରେ କଟକ ଆସିଥିଲେ। ମା’ଙ୍କୁ ଡାକ୍ତର ଦେଖାଇ ସାରିବା ପରେ ମୈତ୍ରୀଲେନ୍‌ରେ ରହୁଥିବା ତାଙ୍କ ଭିଣୋଇଙ୍କ ଘରେ ନେଇ ଛାଡ଼ିଥିଲେ। ପରେ ବ୍ୟକ୍ତିଗତ କାର୍ଯ୍ୟରେ ସିଡିଏ ଅଞ୍ଚଳକୁ ଆସିଥିଲେ। ସତୀଚଉରା ପାଖରେ ରାତି ପ୍ରାୟ ୯ଟାରେ ଘରକୁ ଫେରିବା ପାଇଁ ଶୁଭ୍ରାଂଶୁ ଏକ ଅଟୋକୁ ଅଟକାଇଥିଲେ। ଅଟୋରେ ଅଭିଯୁକ୍ତ ତଥା ଅଟୋ ମାଲିକ କିଷାନ ଓ ଡ୍ରାଇଭର ଗଣେଶ ଥିଲେ। ଶୁଭ୍ରାଂଶୁ ବାଦାମବାଡ଼ି ଯିବା ପାଇଁ ସେମାନଙ୍କୁ କହିଥିଲେ। ଅଟୋ ବାଦାମବାଡ଼ିରେ ପହଞ୍ଚତ୍ବା ପରେ ଶୁଭ୍ରାଂଶୁ ଡ୍ରାଇଭରଙ୍କୁ ଅରୁଣୋଦୟ ମାର୍କେଟ ଯିବା ପାଇଁ କହିଥିଲେ। ଅରୁଣୋଦୟ ମାର୍କେଟରେ ପହଞ୍ଚତ୍ବା ପରେ ଅଟୋ ଭଡ଼ା ଦେବା ଲାଗି ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ଶୁଭ୍ରାଂଶୁ କହିଥିଲେ। ଏହାକୁ ନେଇ ଶୁଭ୍ରାଂଶୁ ଏବଂ ଅଟୋରେ ଥିବା କିଷାନ ଓ ଗଣେଶଙ୍କ ମଧ୍ୟରେ ବଚସା ହୋଇଥିଲା। ଶୁଭ୍ରାଂଶୁଙ୍କ ମୋବାଇଲ୍‌ ଫୋନ୍‌ ସୁଇଚ ଅଫ ଥିବାରୁ ଟଙ୍କା ଆଣିବା ପାଇଁ ସେ ଗଣେଶଙ୍କୁ ମୋବାଇଲ ଫୋନ୍‌ ମାଗିଥିଲେ। ପରେ ଉକ୍ତ ମୋବାଇଲରୁ ଭିଣୋଇଙ୍କ ପାଖରେ ରହୁଥିବା ବଡଭାଇ ଭାସ୍କର ଚନ୍ଦ୍ର ଶତପଥୀଙ୍କୁ ଫୋନ୍‌ କରି ମା’ଙ୍କ ଔଷଧ ବାବଦକୁ ୫ହଜାର ଟଙ୍କା ମାଗିଥିଲେ। ଭାସ୍କର କିଛି ସମୟ ମଧ୍ୟରେ ତାଙ୍କୁ ୫ହଜାର ଟଙ୍କା ଆଣି ଦେଇଥିଲେ। ପରେ ଶୁଭ୍ରାଂଶୁ ଅଟୋରେ ଥିବା କିଷାନ ଓ ଗଣେଶଙ୍କୁ ଅଟୋ ଭଡ଼ା ବାବଦ ଟଙ୍କା ନ ଦେଇ ସେମାନଙ୍କୁ ମଦ ପିଇବାକୁ ଡାକିଥିଲେ। ସେମାନେ ଦୋକାନରୁ ମଦ ଓ ମାଂସ କିଣିଥିଲେ। ଏହାପରେ ମୁଢିଭାଟି ଗଳି ନିକଟରେ ଅଟୋରେ ବସି ସେମାନେ ମଦ ପିଇଥିଲେ। ନିଶାସକ୍ତ ଅବସ୍ଥାରେ ଶୁଭ୍ରାଂଶୁଙ୍କ ସହିତ କୌଣସି କାରଣକୁ ନେଇ କିଷାନ ଓ ଗଣେଶଙ୍କ ଯୁକ୍ତିତର୍କ ହୋଇଥିଲା। ଅଟୋରୁ ଓହ୍ଲାଇ ଯିବାକୁ ଶୁଭ୍ରାଂଶୁଙ୍କୁ ଉଭୟ କହିଥିଲେ। ହେଲେ ଶୁଭ୍ରାଂଶୁ ଅଟୋରୁ ଓହ୍ଲାଇବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ପରେ ଘଟଣା ଉଗ୍ରରୂପ ନେଇଥିଲା। କିଷାନ ଓ ଗଣେଶ ଫୋନ୍‌ରେ ନିଜ ସାଙ୍ଗ ନିରାକାର ଓ ଶିବଙ୍କୁ ଡାକିଥିଲେ। ଫଳରେ ସେମାନେ ସେଠାରେ ପହଞ୍ଚିଥିଲେ। ପରେ ୪ ଜଣ ମିଶି ଶୁଭ୍ରାଂଶୁଙ୍କୁ ନିକଟସ୍ଥ ଏମ୍‌ଭି ପଡ଼ିଆକୁ ନେଇଯାଇଥିଲେ। ସେଠାରେ ତାଙ୍କ ମୁହଁ ଓ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଶୁଭ୍ରାଂଶୁ ସେଠାରେ ଟଳି ପଡ଼ିବା ପରେ ସେମାନେ ତାଙ୍କ ପକେଟରୁ ଟଙ୍କା ଲୁଟି ନେବା ସହ ମୋବାଇଲ ଫୋନକୁ ପାଖରେ ଥିବା ନାଳକୁ ଫିଙ୍ଗି ଦେଇଥିଲେ। ଶୁଭ୍ରାଂଶୁ ଅଚେତ ହୋଇ ପଡ଼ିଯିବା ଦେଖି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଜୁଲାଇ ୧ ତାରିଖ ସକାଳେ ଶୁଭ୍ରାଂଶୁଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲ ପଠାଇବା ସହ ଦଫା ୩୦୨ ଅନୁଯାୟୀ ଏକ ମାମଲା(ନଂ.୧୪୧/୧୯) ରୁଜୁ କରିଥିଲା। ତଦନ୍ତ ବେଳେ ପୋଲିସ ଏମ୍‌ଭି ପଡ଼ିଆ ନିକଟରୁ କୌଣସି ସୁରାକ ପାଇ ନ ଥିଲା। ହେଲେ ପଡ଼ିଆ ନିକଟରେ ଜଣେ ଦୋକାନୀ ୪ଜଣ ଯୁବକଙ୍କ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଏହି ସୂଚନାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା। ଉକ୍ତ ଘଟଣାରେ ଶିବୁଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ବସ୍‌ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ଶିବୁଙ୍କୁ ପୋଲିସ ବଲାଙ୍ଗୀରରୁ ଉଠାଇ ଆଣି ପଚରାଉଚରା କରିଥିଲା। ସେ ଏହି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ନିକଟରେ ସ୍ବୀକାର କରିବା ସହ ଅନ୍ୟ ଅଭିଯୁକ୍ତମାନଙ୍କ ନାମ କହିଥିଲେ। ପରେ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ କଟକର ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri