ଶୀତଳଭଣ୍ଡାରରେ ଗୁଡ୍‌ ସମରିଟାନ ପଲିସି

ନୟାଗଡ଼ ଅଫିସ,୨୫।୧୨(ଲୋକନାଥ ମିଶ୍ର): ଆଖି ଆଗରେ ଦୁର୍ଘଟଣା ଘଟୁଥିବାବେଳେ ଥାନା ଓ କୋର୍ଟର ଭୟ ଥିବାରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାକୁ ଆଗ୍ରହ ଥିଲେ ବି ସହଯୋଗ ମିଳୁନି। ପୁଣି ଗୁଡ୍‌ ସମରିଟାନ ପଲିସିର ସଚେତନତା ନ ଥିବାରୁ ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ସହଯୋଗ କରିବାକୁ ଆନ୍ତରିକତା ଆସୁନି । ଏ ପରିପ୍ରେକ୍ଷୀରେ ନୟାଗଡ଼ ଜିଲାରେ ୫ ବର୍ଷରେ ମାତ୍ର ୩୯ଜଣ ଏହି ସହାୟତା ରାଶି ପାଇଛନ୍ତି।
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହଯୋଗ କରିବାକୁ ଦୃଷ୍ଟିରେ ରଖି ୨୦୧୪ରେ ଦେଶରେ ଗୁଡ୍‌ ସମରିଟାନ ପଲିସି ଲାଗୁ କରାଯାଇଛି। ଏହି ପଲିସି ୨୦୧୮ ଫେବୃୟାରୀରୁ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି । ଗୁଡ୍‌ ସମରିଟାନ ପଲିସି ଅନୁଯାୟୀ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଇଲେ ସହଯୋଗକାରୀ ଗୁଡ୍‌ ସମରିଟାନଙ୍କୁ ୨ ହଜାର ଟଙ୍କା ସହ ପୁରସ୍କୃତ କରାଯିବ। ଭଡ଼ାଗାଡ଼ିରେ ଯଦି ଆହତ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବେ ତାହା ହେଲେ ଗାଡ଼ି ଭଡ଼ା ମଧ୍ୟ ପ୍ରଦାନ କରାଯିବ। ଏଥିପାଇଁ ଗୁଡ୍‌ ସମରିଟାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଥାନାରୁ ପ୍ରମାଣପତ୍ର ଆଣି ଆରଟିଓ କାର୍ଯ୍ୟାଳୟରେ ଦାଖଲ କରିବେ। ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ, କଚେରୀର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ହେଲେ ପ୍ରଚାର ପ୍ରସାର ଅଭାବରୁ ଏ ଦିଗରେ ଆଗଭର ହେଉ ନ ଥିବା ଦେଖିବାକୁ ମିଳିଛି। ଯାହା ନଜିର ନୟାଗଡ଼ ଜିଲାରେ ଦେଖିବାକୁ ମିଳିଛି। ୨୦୨୦ରେ ମାତ୍ର ୭ଜଣ, ୨୦୨୨ରେ ୮ଜଣ, ୨୦୨୩ ଏପ୍ରିଲ ମାସ ସୁଧା୨୪ ଗୁଡ୍‌ ସମରିଟାନ ପୁରସ୍କୃତ ହୋଇଛନ୍ତି। ଅନ୍ୟପକ୍ଷେ ଦୁର୍ଘଟଣାର ପରବର୍ତ୍ତୀ ୧ ଘଣ୍ଟା ସମୟ ଆହତ ବ୍ୟକ୍ତିମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଯଦି ଦୁର୍ଘଟଣାଗସ୍ତ ବ୍ୟକ୍ତି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିପାରନ୍ତି ତା’ହେଲେ ତାଙ୍କ ଜୀବନ ବଞ୍ଚି ଯାଇପାରେ। ଏଣୁ ଗୁଡ୍‌ ସମରିଟାନ ପଲିସି ଉପରେ ଅଧିକ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।
ଅପରପକ୍ଷେ ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି। ଏହା ସାଙ୍ଗକୁ ମୃତକ ଓ ଗୁରୁତରମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଜିଲାରେ ୨୦୧୮ରେ ୧୧୯, ୨୦୧୯ରେ ୧୦୦,୨୦୨୦ରେ ୮୬, ୨୦୨୧ରେ ୭୪, ୨୦୨୨ରେ ୯୫ ଓ ୨୦୨୩ ନଭେମ୍ବର ମାସ ସୁଦ୍ଧା ୮୯ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେବେ ୨୦୨୦ରେ କରୋନା କଟକଣା ସମୟରେ ଶରଣକୁଳରେ ୬ଜଣଙ୍କ ମୃତ୍ୟୁ ସମେତ ୮୬ ଜଣଙ୍କ ମୃତ୍ୟୁ ଜିଲାରେ ଦୁର୍ଘଟଣାର ସ୍ଥିତିକୁ ଦୋହଲାଇ ଦେଇଥିଲା । ଏ ସଂକ୍ରାନ୍ତରେ ଆରଟିଓ ପ୍ରଶାନ୍ତ ପରିଡ଼ା କୁହନ୍ତି, ଗୁଡ୍‌ ସମରିଟାନ ପଲିସି ସରକାରଙ୍କ ଏକ ଭଲ ବ୍ୟବସ୍ଥା । ଦୁର୍ଘଟଣାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସାଳୟରେ ପହଞ୍ଚାଇବା ପାଇଁ ଆଉ ଭୟ ନାହିଁ । ପ୍ରଶାସନ ପକ୍ଷରୁ ଗତ ଏପ୍ରିଲ ଓ ଡିସେମ୍ବର ମାସରେ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରାଯାଇ ସଚେତନତା କରାଯାଇଛି । ୨୦୨୩ ଏପ୍ରିଲ ମାସ ସୁଧା ୨୪ ଗୁଡ୍‌ ସମରିଟାନ ପୁରସ୍କୃତ ହୋଇଛନ୍ତି। ସିଡିଏମ୍‌ଓ ଓ ଏସ୍‌ପିଙ୍କ ରିପୋର୍ଟ ମିଳିଲେ ଯେଉଁମାନେ ସମରିଟାନ ଭାବେ ନାଁ ଆସିବ ସେମାନଙ୍କୁ ପୁଣି ପୁରସ୍କୃତ କରାଯିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri