ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ

ଇସଲାମବାଦ,୨୨।୧୨: ସରଗରମ ହେଲାଣି ପାକିସ୍ତାନ ରାଜନୀତି। ୨୪ରେ ହେବାକୁ ଯାଉଛି ନିର୍ବାଚନ। ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି। ଏହାରି ଭିତରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍‌ ଜେଲରେ ଥାଇ ମଧ୍ୟ ପ୍ରଚାର ପ୍ରସାର କରୁଛନ୍ତି। ଇମ୍ରାନଙ୍କ ଲିଖିତ ଭାଷଣକୁ ଏଆଇ ଟୁଲ ଦ୍ୱାରା ମୋଡିଫାଇ କରାଯାଇ ତାଙ୍କରି ସ୍ବରରେ ପ୍ରଚାର କରାଯାଉଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭାଷଣରେ କୁହାଯାଇଛି, ଫେବୃୟାରୀ ୮ରେ ପାକିସ୍ତାନ ବାସିନ୍ଦା ଘରୁ ବାହାରି ମତଦାନ କରନ୍ତୁ। ଏଥିସହ ଇମ୍ରାନ ବଲିଉଡ ଷ୍ଟାର ରାଜେଶ ଖାନ୍ନାଙ୍କ ଲୋକପ୍ରିୟ ଡାଇଲଗ ମଧ୍ୟ କହୁଛନ୍ତି।

ଏହି ଡାଇଲଗଟି ୧୯୭୧ରେ ରିଲିଜ ହୋଇଥିବା ଫିଲ୍ମ ଆନନ୍ଦର। ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଆନନ୍ଦ(ରାଜେଶ ଖାନ୍ନା)ଶେଷ ମୂହୁର୍ତ୍ତରେ କ୍ୟାନସରରେ ପୀଡିତ ହେଉଛନ୍ତି। ତାଙ୍କ ପାଖରେ ତାଙ୍କ ବନ୍ଧୁ ବିଗ୍‌ ବି ଅମିତାଭ ବଚ୍ଚନ ଅଛନ୍ତି, ଯିଏକି ଫିଲ୍ମରେ ତାଙ୍କ ବନ୍ଧୁ ହେବା ସହ ଡାକ୍ତର ଚରିତ୍ରରେ ଅଭିନୟ କରୁଛନ୍ତି। ବହୁଚେଷ୍ଟା କରି ମଧ୍ୟ ଆନନ୍ଦ ବଞ୍ଚି ପାରୁ ନାହାନ୍ତି। ଯେତେବେଳେ ଆନନ୍ଦଙ୍କ ମୃତ୍ୟୁ ହେଉଛି ସେହି ସମୟରେ ତାଙ୍କର ଏକ ରେକର୍ଡ ଭଏସ ହସ୍ପିଟାଲ ରୁମ୍‌ରେ ବାଜି ଉଠୁଛି। ତାହାହେଉଛି, ‘ବାବୁ ମୋଶାଏ, ଜିନ୍ଦେଗୀ ଔର ମୋତ ଉପରବାଲା କି ହାତ ମେଁ ହୋତା ହେ, ଜାହାଁପନା…ଉସେ ନା ଆପ ବଦଲ ସକତେ ହେ ନା ମେଁ’।

ଏହି ଫିଲ୍ମର ଏହି ଡାଇଲଗ ଦର୍ଶକଙ୍କ ମନ କିଣି ନେଇଥିଲା। ଏହି ଡାଇଲଗକୁ ଗୁଲଜାର ଲେଖିଥିଲେ। ତେବେ ଇମ୍ରାନ ତାଙ୍କ ୪ମିନିଟର ସମ୍ବୋଧନ ଅନ୍ତରେ ରାଜେଶଙ୍କ ଡାଇଲଗକୁ ଉର୍ଦ୍ଦୁରେ ଉପସ୍ଥାପନ କରୁଛନ୍ତି। ସେ କହିଛନ୍ତି, ‘ଜିନ୍ଦେଗୀ ଔର ମୋତ ଇଜ୍ଜତ ତଲା କେ ହାତ ମେଁ ହେ। ଇସିଲିଏ କିସି ସେ ନା ଡରେ ଔର ୮ଫେବୃୟାରୀ କୋ ଆକେ ଭୋଟ ଦେ’।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri