Odisha Elections 2024

‘ସାହିତ୍ୟର ମୌଳିକତା ଫେସ୍‌ବୁକ୍‌ ନଷ୍ଟ ନ କରୁ’

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ କବି ଡିଲେଶ୍ୱର ରଣା ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲା ଧଅଁରାମାଲ ଗ୍ରାମରେ ଜନ୍ମିତ ଡିଲେଶ୍ୱର ସ୍ବରଚିତ ପୁସ୍ତକ ‘ସେଁର୍‌ରା’ ନିମନ୍ତେ ଏହି ପୁରସ୍କାର ପାଇବେ। ସମ୍ପ୍ରତି ସେ ଭବାନୀପାଟଣାସ୍ଥିତ କୁଟେନପଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ସେ ଗପ, କବିତା, ଫିଚର, ଓ ନାଟକ ରଚନା ସହ ମଞ୍ଚରେ ଅଭିନୟ ମଧ୍ୟ କରନ୍ତି। ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ହେଉଛି ‘ସେଁର୍‌ରା’। ଟାଇମପାସ୍‌ ପୁସ୍ତକ ପ୍ରକାଶନୀ ସଂସ୍ଥା ଦ୍ୱାରା ଏହା ୨୦୨୧ରେ ପ୍ରକାଶ ପାଇଥିଲା। ଏହାପରେ ୨୦୨୨ରେ ତାଙ୍କର ‘ମେଲିଭୂଇଁ’ ଉପନ୍ୟାସ ପ୍ରକାଶିତ ହୋଇଥିଲା। ଏନ୍‌ସିଇଆର୍‌ଟିର ଆଦିବାସୀ ଭାଷା ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟିରେ ସେ ଏକ୍ପପର୍ଟ ସଦସ୍ୟ ରହିଛନ୍ତି। ଜଣେ ଯୁବକବି ଭାବେ ନିଜର ପ୍ରଥମ ସଙ୍କଳନ ପାଇଁ ଯୁବ ପୁରସ୍କାର ହାତେଇଥିବା ଡିଲେଶ୍ୱରଙ୍କ ସହ ଏଥରର ଧରିତ୍ରୀ ଆଳାପ।

ଆପଣଙ୍କୁ ଶୁଭେଚ୍ଛା। ପୁରସ୍କାର ପାଇଁ ମନୋନୀତ ହେବା ନେଇ ଆପଣଙ୍କ ପ୍ରତିକ୍ରିୟା?
ଧନ୍ୟବାଦ। ନିଶ୍ଟିତ ଭାବେ ଖବରଟି ବହୁତ ଆନନ୍ଦ ଆଣିଦେଇଥିଲା। ମୋ ଲେଖାକୁ ସ୍ବୀକୃତି ମିଳିବା ସହ ମୋ ପାଠକଙ୍କୁ ସମ୍ମାନ ମିଳିଛି। ଯେତିକି ଉତ୍ସାହିତ ଅଛି, ଆଗକୁ ସେମିତି ଦାୟିତ୍ୱ ମଧ୍ୟ ବଢ଼ିଯାଇଛି ବୋଲି ମୁଁ ଭାବୁଛି।
ଗଳ୍ପ ସଙ୍କଳନ ‘ସେଁର୍‌ରା’ ସମ୍ପର୍କରେ କ’ଣ କହିବେ?
ସମୁଦାୟ ୧୦ଟି ଗଳ୍ପକୁ ନେଇ ଏହି ପୁସ୍ତକ ରଚିତ। କଳାହାଣ୍ଡି ଜିଲାର ସଂସ୍କୃତି ଓ ପରମ୍ପରା ସହିତ ବିଶେଷକରି ବିସ୍ଥାପନ ପ୍ରସଙ୍ଗ, ନିୟମଗିରି ଆଦିବାସୀ ଏବଂ ଯେଉଁମାନେ ସଂଘର୍ଷପୂର୍ଣ୍ଣ ଜୀବନ ଜିଉଛନ୍ତି, ସେମାନଙ୍କ କଥା ଏହି ଗଳ୍ପରେ ରହିଛି। ସେମାନଙ୍କ ଚଳଣି, ପରମ୍ପରା, ସଂସ୍କୃତି ଉକ୍ତ ଗଳ୍ପଗୁଡ଼ିକରେ ସ୍ଥାନ ପାଇଛି। ଓଡ଼ିଆ ଗଳ୍ପରେ ଯେଉଁ ଲୋକକଥା, ଲୋକଗାଥା, ଲୋକଗୀତ ସବୁ ସ୍ଥାନିତ ହୋଇପାରିନାହିଁ ସେଗୁଡ଼ିକୁ ମୁଁ ଗପ ମାଧ୍ୟମରେ ପ୍ରୟୋଗ କରିବାର ଚେଷ୍ଟା କରୁଛି।
ଲେଖାଲେଖି କେବେଠୁ ଆରମ୍ଭ କଲେ?
୨୦୧୨ରେ ସିଟି ଟ୍ରେନିଂ ସମୟରୁ ଲେଖାଲେଖି ଆରମ୍ଭ କଲି। ପ୍ରଥମେ କବିତା ଲେଖୁଥିଲି। ପରବର୍ତ୍ତୀ ସମୟରେ ଗଳ୍ପ, ଉପନ୍ୟାସ ଓ ନାଟକ ମଧ୍ୟ ଲେଖିଲି। ଜୀବନରେ ସାମ୍ନା କରୁଥିବା ସମସ୍ୟା ଓ ସଂଘର୍ଷକୁ ସେହି ସମୟରେ ସମାଧାନ କିମ୍ବା ମୁକାବିଲା ନ କରିପାରିଲେ ସେଗୁଡ଼ିକ ମୋ ଲେଖାରେ ଉତୁରି ଆସେ। ପରିସ୍ଥିତି ମୋତେ ଲେଖିବାକୁ ବାଧ୍ୟ କରିଥିଲା। ସମସାମୟିକ ଲେଖକମାନଙ୍କ ଲେଖା ଦେଖି ଭାବୁଥିଲି, ମୁଁ ବୋଧେ ସେମିତି ଲେଖିପାରିବନି। ମାତ୍ର ସମୟକ୍ରମେ ପାଠକମାନଙ୍କ ଭଲପାଇବା ଓ ବରିଷ୍ଠ ଲେଖକଙ୍କ ଲେଖା ଅଧ୍ୟୟନ ଦ୍ୱାରା ମୁଁ ଲେଖିବା ପାଇଁ ଅଭିପ୍ରେରିତ ହେଲି।
ପୁସ୍ତକ ପଠନ ପ୍ରତି ଆଗ୍ରହ
କମିଯାଉଛି କି?
ହଁ ଟିକେ କମିଯାଇଛି, ମାତ୍ର ବେଶି ନୁହେଁ। ସାହିତ୍ୟରେ ଆମେ ଯଦି ରୁଚିପୂର୍ଣ୍ଣ ସହ ସମୟ, ପ୍ରସଙ୍ଗ ଓ ବର୍ତ୍ତମାନର ଚଳଣିକୁ ସ୍ଥାନ ଦେବା ତା’ହେଲେ କେବଳ ଯୁବପିଢ଼ି ନୁହେଁ, ସମସ୍ତ ବର୍ଗର ପାଠକ ଏହାକୁ ପଢ଼ିବେ। ଆମେ ବର୍ତ୍ତମାନ ଯେଉଁ ସମୟ ଜିଉଛୁ ସେ ସବୁର ପ୍ରତିନିଧିତ୍ୱ ଯୁବପିଢି ସାହିତ୍ୟ ମାଧ୍ୟମରେ ହିଁ କରିପାରିବେ।
ଆପଣ ଲେଖିବା ପାଇଁ ଉପାଦାନ କେଉଁଠୁ ପାଆନ୍ତି?
ମୁଁ ଭ୍ରମଣପ୍ରିୟ। କୁଆଡ଼େ ବୁଲିଗଲେ ସେଠାକାର ତୃଣମୂଳ ସ୍ତରର ଲୋକଙ୍କ ସଂଘର୍ଷ, ଜୀବନଯାପନ, ଆତ୍ମୀୟପଣକୁ ମୁଁ ମୋ ଲେଖା ମାଧ୍ୟମରେ ଉପସ୍ଥାପନ କରିଥାଏ। ଯେତେବେଳ ପର୍ଯ୍ୟନ୍ତ ମୋ ସାମ୍ନାରେ ପରିସ୍ଥିତି ବା ଘଟଣା ଘଟି ନ ଥାଏ କିମ୍ବା ସଂସ୍ପର୍ଶରେ ଆସି ନ ଥାଏ, ସେତେବେଳ ପର୍ଯ୍ୟନ୍ତ ମୁଁ ଲେଖିପାରେନାହିଁ।
କିଛି ପାଠକୀୟ ଅନୁଭୂତି ବାଣ୍ଟିବାକୁ ଚାହିଁବେ?
ଶରତ ପାଢ଼ୀ ବୋଲି ଜଣେ ପାଠକ ମୋତେ ନିୟମିତ ଫୋନ କରନ୍ତି। ଲେଖା ଆରମ୍ଭରୁ ସେ ଆଜିପର୍ଯ୍ୟନ୍ତ ମୋର ସବୁ ଲେଖା ପଢ଼ି ଫୋନ୍‌ ମାଧ୍ୟମରେ ମତାମତ ଦିଅନ୍ତି। ତାଙ୍କ ଫୋନକଲ୍‌ ହିଁ ମୋତେ ଲେଖିବାକୁ ମନୋବଳ ଦେଇଥାଏ।
ସାମାଜିକ ଗଣମାଧ୍ୟମରେ ସାହିତ୍ୟ ସର୍ଜନା ପ୍ରକ୍ରିୟାକୁ କିଭଳି ଦେଖୁଛନ୍ତି?
ଫେସବୁକ୍‌ ପୃଥିବୀର ସର୍ବବୃହତ ରଫ୍‌ଖାତା, ଯିଏ ଚାହିଁବ ସେ ଲେଖିପାରିବ। ସେଥିରେ ଲେଖା ହେଉଥିବା ସବୁ ସାହିତ୍ୟ ଯେ ସାହିତ୍ୟ ପଦବାଚ୍ୟ, ତାହା ମୁଁ ଗ୍ରହଣ କରିପାରୁନାହିଁ। ମାତ୍ର ଫେସବୁକ୍‌ ଅନେକଙ୍କୁ ଲେଖିବାର ସୁଯୋଗ ଦେଇଛି। ଫେସ୍‌ବୁକ୍‌ରେ ଲେଖିବା ପୂର୍ବରୁ ତାହାକୁ ପରିମାର୍ଜିତ କରିବାର ଆବଶ୍ୟକତା ରହିଛି, ଯେପରି ତାହା ସାହିତ୍ୟର ମୌଳିକତାକୁ ନଷ୍ଟ ନ କରୁ।
ଯୁବଲେଖକ ଭାବେ କିଛି ବାର୍ତ୍ତା ଦେବାକୁ ଚାହିଁବେ?
ପାଠକଙ୍କ ରୁଚିକୁ ଦେଖିବା ସହ ନିଜ ଭାବନାକୁ ବିକୃତ ନ କରି ଲେଖିବା ଆବଶ୍ୟକ। ଅଧିକ ଲେଖିବା ମୋହରେ ନ ରହି କମ୍‌ ଓ ଭଲ ଲେଖିବାକୁ ଚେଷ୍ଟା କରିବା ଉଚିତ୍‌।

– ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri