Posted inଖେଳ

ଏକଦା ବିରାଟଙ୍କ ସହ କରାଯାଉଥିଲା ତୁଳନା: ସୁଯୋଗ ନ ମିଳିବାରୁ ରାଗରେ ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର, ଦେଲେ ଧମକ

ଇସଲାମାବାଦ,୧୫।୧୨: ପାକିସ୍ତାନ କ୍ରିକେଟ ଟିମ୍‌ରେ ନୂଆ ବିବାଦ ଦେଖାଦେଇଛି। ଏକ ସମୟରେ ଭାରତର ବିରାଟ କୋହଲିଙ୍କ ସହ ତୁଳନା କରାଯାଉଥିବା ଅହମ୍ମଦ ଶେହଜାଦଙ୍କୁ କୌଣସି କ୍ରେତା ନ ମିଳିବାରୁ ସେ ପାକିସ୍ତାନର ଟି-୨୦ ସୁପର ଲିଗ୍‌ରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ଲେଖି ପ୍ରଶଂସକଙ୍କୁ ଜଣାଇଛନ୍ତି।

ଅହମ୍ମଦଙ୍କ ମୁହଁ ବିରାଟ କୋହଲିଙ୍କ ସହ ମିଶୁଥିବାରୁ ଉଭୟଙ୍କ ତୁଳନା କରାଯାଇଥାଏ। ସେ ୨୦୧୯ରେ ପାକିସ୍ତାନ ପକ୍ଷରୁ ଅନ୍ତିମ ଟି୨୦ ଖେଳିଥିଲେ। ନିକଟରେ ଶେଷହୋଇଥିବା ନ୍ୟାଶନାଲ ଟି୨୦ କପ୍‌ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏସବୁ ସତ୍ତ୍ୱେ ତାଙ୍କୁ ପିଏସ୍‌ଏଲ୍‌ ଡ୍ରାଫ୍ଟରେ କେହି ବି କ୍ରେତା ମିଳି ନ ଥିଲେ।

ଶେଷରେ ନିରାଶ ହୋଇ ଅହମ୍ମଦ ପିଏସ୍‌ଏଲ୍‌ରୁ ସନ୍ନ୍ୟାସ ନେବା ନିଷ୍ପତ୍ତି ନେଇଛନ୍ତି। ଗତ କିଛି ବର୍ଷ ଧରି ଘରୋଇ କ୍ରିକେଟରେ ସେ ଲଗାତର ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ହେଲେ ଜାଣିଶୁଣି ତାଙ୍କୁ ସୁଯୋଗ ଦିଆଯାଉନାହିଁ। ତାଙ୍କଠାରୁ କମ୍‌ ପ୍ରଦର୍ଶନ କରୁଥିବା ଖେଳାଳି ସୁଯୋଗ ପାଉଛନ୍ତି। ଏଣୁ ତାଙ୍କର ଆଶା ରଖିବାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ ଘରୋଇ କ୍ରିକେଟରୁ ଖେଳାଳିଙ୍କୁ କିଭଳି ପିଏସ୍‌ଏଲ୍‌ ଅଣାଯାଉଛି ସେନେଇ ଖୁଲାସା କରିବେ ବୋଲି ଧମକ ଦେଇଛନ୍ତି। ଏପରିକି ତାଙ୍କୁ କାହିଁକି ସୁଯୋଗ ମିଳୁନାହିଁ ସେ ତାହା କହିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri