ଧାର୍ଯ୍ୟ ସମୟରେ ସରିବା ନେଇ ଆଶଙ୍କା

କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲାର ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପ ଚଳିତବର୍ଷ ଡିସେମ୍ବର ସୁଦ୍ଧା ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଅଦ୍ୟାବଧି ୯୦ ପ୍ରତିଶତ କାମ ସରିଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଉଥିଲେ ହେଁ ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ କାରଣରୁ ବହୁ କାମ ବାକି ରହିଛି। ଅଦ୍ୟାବଧି ମୁଖ୍ୟ ଡ୍ୟାମ, ସ୍ପିଲ୍‌ ଓ୍ବେ ତଥା କେନାଲ କାମ ସରିନାହିଁ। ସେହିପରି ଜମି ଅଧିଗ୍ରହଣ, ଥଇଥାନ ତଥା କ୍ଷତିପୂରଣ ପ୍ରଦାନ ଆଦି କାମ ବାକି ରହିଛି। ଅନ୍ୟପକ୍ଷରେ ବ୍ୟୟ ଅଟକଳ ବୃଦ୍ଧି ପାଇ ୨୪୩୮ କୋଟି ଟଙ୍କା ରହିଥିବା ବେଳେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ବେଳକୁ ୩ ହଜାର କୋଟି ଟଙ୍କା ଟପିଯିବ ବୋଲି ମତପ୍ରକାଶ ପାଉଛି। ଫଳରେ ସରକାର କରିଥିବା ଘୋଷଣା ସମୟ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଜଳସମ୍ପଦ ବିଭାଗର ଅଧିକାରୀ ପ୍ରସନ୍ନ ପାଣିଙ୍କ ସୂଚନା ଅନୁଯାୟୀ, ଚମ୍ପୁଆ, ସଦର ଓ ପାଟଣା ରେଞ୍ଜ୍‌ର ବିଭିନ୍ନ ଜଙ୍ଗଲ ଅଞ୍ଚଳ ଦେଇ କେନାଲ ଯାଉଥିବାରୁ ଏଥିପାଇଁ ଜଙ୍ଗଲ ଅନୁମତି ଆବଶ୍ୟକ। ଡ୍ୟାମ୍‌, ସ୍ପିଲ୍‌ଓ୍ବେ କାମ ସରିଛି। ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ଯୋଗୁ ଅବଶିଷ୍ଟ କାମ ଆରମ୍ଭ ହୋଇପାରୁନାହିଁ। ଏ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଆବେଦନ ପରେ ଉକ୍ତ ରେଞ୍ଜର ୮୩୯ଟି ସ୍ଥାନରେ ୩୧୦.୧୧ ହେକ୍ଟର ପରିମିତ ଜଙ୍ଗଲ ଜମି ରହିଥିବା ଆକଳନ କରାଯାଇଥିଲା। ତେବେ ୨୦୧୬ରେ ଗଛ ଗଣତି ହୋଇ ପାଖାପାଖି ୬୦ ହଜାର ଗଛ ଚିହ୍ନଟ କରାଯାଇଥିଲା। ତେବେ ଜଳସମ୍ପଦ ବିଭାଗ ଦୀର୍ଘ ୮ ବର୍ଷ ହେଲା ଏହି ଜଙ୍ଗଲ କ୍ଷୟକ୍ଷତି ବାବଦକୁ ପାଖାପାଖି ୯୦ କୋଟି ଟଙ୍କା ବନ ବିଭାଗ ନିକଟରେ ଦାଖଲ କରିଥିଲା। ଅଦ୍ୟାବଧି ଅନୁମତି ମିଳୁ ନ ଥିବାରୁ କେନାଲ ଓ ଅନ୍ୟାନ୍ୟ କାମ ଆଗେଇପାରୁନାହିଁ। ସେ ସମୟରେ ଦାଖଲ ରିପୋର୍ଟ ଦୀର୍ଘ ୫ ବର୍ଷ ହେଲା ପଡ଼ିରହିଛି। ଫଳରେ ଏବେ ଗଛଗୁଡ଼ିକର ମୋଟେଇ ଓ ଉଚ୍ଚତା ବଢ଼ିଯାଇଛି। ଏବେ ଉକ୍ତ ଗଛ କାଟିବାକୁ ଅନୁମତି ଦେଲେ ସମସ୍ୟା ଉପୁଜିବ। ଏଣୁ ପୁଣି ଥରେ ଗଣନା ହେଉଛି। ଏଥିପାଇଁ ଅଧିକ ଟଙ୍କା ଜମା କରିବାକୁ ବନ ବିଭାଗ କହୁଥିବା ବେଳେ କେତେ ଟଙ୍କା ଜମା ହେବ କହୁନାହଁି। କେତେ ଟଙ୍କା ଜମା କରାଯିବ କହିଲେ, ଜମା କରିଦେବୁ ବୋଲି ସେ କହିଥିଲେ। ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିୟା କହିଛନ୍ତି, ସେ ସମୟରେ ଚିହ୍ନଟ ଗଛଗୁଡ଼ିକର ମୋଟେଇ ଓ ଉଚ୍ଚତା ଏବେ ବଢ଼ିଯାଇଛି। ଏଣୁ ଆଉଥରେ ଗଣନା କରାଯାଉଛି ା
ଅଧାରୁ ଅଧିକ ଗଣନା ସରିଯାଇଛି।
ସୂଚନାଯୋଗ୍ୟ, ଯୋଡ଼ା ବ୍ଲକ୍‌ ବାସୁଦେବପୁର ନିକଟରେ ବୈତରଣୀ ନଦୀ ଉପରେ କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣ ହେଉଛି। ପ୍ରାୟ ୪୦ ବର୍ଷ ହେବ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିବା ବେଳେ ୨୦୦୨ରେ ପ୍ଲାନିଂ କମିଟିର ଅନୁମୋଦନ ପରେ କାମ ଆରମ୍ଭ ହୋଇଥିଲା। ଏହା ଦ୍ୱାରା ଜିଲାର ଯୋଡ଼ା, ଚମ୍ପୁଆ, ଝୁମ୍ପୁରା, ସଦର ଓ ପାଟଣା ବ୍ଲକ୍‌ର ୨୨୪ ଗ୍ରାମର ୨୯ ହଜାର ହେକ୍ଟର ଜମିରେ ଜଲସେଚନ ହେବ ବୋଲି ଆଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri