ଗୋଦାମଘରେ ପାଠପଢ଼ା

ମୋହନା,୧୪ା୧୨(ମନ୍ମଥ ମିଶ୍ର)ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ, ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ବାରଣ୍ଡାରେ ଚାଲୁଛି ଏକାଥରକେ ତିନି ତିନୋଟି ଶ୍ରେଣୀର ପିଲାଙ୍କ ପାଠପଢା। କେବଳ ସେତିକି ନୁହେଁ ଗୋଦାମ ଗୃହରେ ମଧ୍ୟ ପଢୁଛନ୍ତି ଛାତ୍ରୀଛାତ୍ରୀ। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ମୋହନା ବ୍ଲକର ୧୯୭୭ରେ ସ୍ଥାପିତ ହୋଇଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କିର୍ତ୍ତିଙ୍ଗଠାରେ। ଗ୍ରାମାଞ୍ଚଳରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ଯୋଗାଇଦେବା ପାଇଁ ସରକାର ପ୍ରତି ବିଦ୍ୟାଳୟର ଭିତ୍ତିଭୂମିର ବିକାଶକୁ ପ୍ରାଧାନ୍ୟ ଦେଉଥିବା ବେଳେ ଉକ୍ତ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୭୫ ପିଲା ପଢୁଛନ୍ତି। ବିଦ୍ୟାଳୟରେ ପୁରୁଣା କୋଠାକୁ ମିଶାଇ ସମ୍ପୂର୍ଣ୍ଣ ଦୁଇଟି କୋଠା ରହିଥିବା ବେଳେ ଗୋଟିଏ କକ୍ଷରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଏବଂ ଅନ୍ୟ ଏକ କକ୍ଷରେ ତୃତୀୟ, ଚତୁର୍ଥ, ପଞ୍ଚମ ଶ୍ରେଣୀର ବିଦ୍ୟାର୍ଥୀ ପାଠ ପଢୁଛନ୍ତି। ଅବଶିଷ୍ଟ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ର ବାରଣ୍ଡାରେ ପାଠ ପଢୁଛନ୍ତି। ଅସରାଏ ବର୍ଷା ହେଲେ ପାଠ ପଢା ପ୍ରଭାବିତ ହେଉଥିବା ବେଳେ ଗୋଟିଏ ସ୍ଥାନରେ ତିନି ତିନୋଟି ଶ୍ରେଣୀର ପାଠ ପଢିବା ବହୁତ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ଛାତ୍ରୀଛାତ୍ର। ରୋଷେଇ ଶାଳ ଛାତ ଖରାପ ଥିବା ଯୋଗୁଁ ମଧ୍ୟାହ୍ନ ଭୋଜନ ଓ ଅ୍ଯଯା୍ଯଯ ସାମଗ୍ରୀକୁ ଆଣି ବିଦ୍ୟାଳୟ କୋଠରୀରେ ରଖାଯାଇଛି। ଏଥିସହ ବିଦ୍ୟାଳୟରେ ପାଣି ଟ୍ୟାପ ଲାଗିଛି କିନ୍ତୁ ପାନୀୟ ଜଳର ସୁବ୍ୟବସ୍ଥା ନାହିଁ। ପାଚେରୀ ନଥିବା ହେତୁ ଅସାମାଜିକ ଲୋକଙ୍କ ଅବାଧ ପ୍ରବେଶ ସହ ବହୁ ସମସ୍ୟାହେଉଥିବା କହିଛନ୍ତି ଛାତ୍ରୀମାନେ। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ କାର୍ଯୀଙ୍କୁ ପଚାରିବାରେ ବିଦ୍ୟାଳୟର ସମସ୍ୟା ନେଇ ପିଣ୍ଡିକି ସରପଞ୍ଚ ରାଜ କିଶୋର ମଲ୍ଲିକଙ୍କ ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିବା କହିଛନ୍ତି। ସେପଟେ ପିଣ୍ଡିକି ସରପଞ୍ଚଙ୍କୁ ପଚାରିବାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ବିଦ୍ୟାଳୟ ପାଚେରୀ ଖୁବଶୀଘ୍ର ନିର୍ମାଣ କରାଯିବ। ଏହା ସହ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ବ୍ଳକର କନିଷ୍ଠ ଯନ୍ତ୍ରୀ ରାଜେଶ କୁମାର ପାଢ଼ୀ ଧ୍ୟାନ ଦେଉନଥିବା କହିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରେ ଶ୍ରେଣୀ ଗୃହ ପାଇଁ ଟେଣ୍ଡର ସରିଛି, ଶୀଘ୍ର ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ମୋହନା ବିଡିଓ ହଳଧର ଶବରଙ୍କୁ ଯୋଗାଯୋଗ କରାଯିବାରୁ ତଦନ୍ତ କରି ଅତିଶୀଘ୍ର ସ୍କୁଲର ସମସ୍ତ ସୁବିଧା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri