ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ସାବତ ବାପା

କେନ୍ଦୁଝର,୧୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୧୬ ବର୍ଷର ନାବାଳିକା ବଳାତ୍କାର ମାମଲାରେ ସାବତ ବାପା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ନାବାଳିକାଙ୍କ ମାନସିକ ଅବସ୍ଥା ଭଲ ନ ଥିବାରୁ ଶିଶୁକେନ୍ଦ୍ରରେ ରଖାଯାଇ କାଉନସେଲିଂ ଚାଲିଛି। ଗିରଫ ସାବତ ବାପାଙ୍କ ନାମ ଏମ୍‌ଡି ଆଲାମ (୩୨)। ଘଟଣାଟି ବଡ଼ବିଲ ଥାନା ଅଞ୍ଚଳରେ ଘଟିଛି।

ସୂଚନାନୁଯାୟୀ ନାବାଳିକାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା’ ଜଣେ ମୁସଲମାନ ବ୍ୟକ୍ତିଙ୍କୁ କିଛି ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ। ଦୁଇକୁନି ଝିଅକୁ ନେଇ ତାଙ୍କ ବିଧବା ମା’ ଆଲମଙ୍କୁ ବିବାହ କରି ତାଙ୍କ ଘରେ ରହି ଆସୁଥିଲେ। ନାବାଳିକା ଜଣଙ୍କ ନବମ ଶ୍ରେଣୀରେ ପଢୁଛନ୍ତି। ତେବେ ସବୁବେଳେ ତାଙ୍କ ସାବତ ବାପା ତାଙ୍କ ଉପରେ ଖରାପ ଦୃଷ୍ଟି ପକାଉଥିଲେ। ତାଙ୍କୁ କିଛି ମାସ ହେଲା ବିରୋଧ ସତ୍ତ୍ୱେ ବଳାତ୍କାର କରି ଆସୁଥିଲେ। ଏନେଇ ନାବାଳିକା ତାଙ୍କ ମା’ଙ୍କୁ ଜଣାଇବା ପରେ ସୁରକ୍ଷା ନ ମିଳିବାରୁ ୮ ତାରିଖ ଦିନ ଘରୁ ବାହାରି ପୋଲିସର ସହାୟତା ଲୋଡ଼ିଥିଲେ। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ କେନ୍ଦ୍ରରେ ରଖିଥିବା ବେଳେ ସାବତ ବାପାଙ୍କୁ ଗିରଫ କରି ୯ ତାରିଖ କୋର୍ଟ ଚାଲାଣ କରିଛି। ୮ ତାରିଖରେ ଅଭିଯୋଗ ମିଳିବା ପରେ ୯ ତାରିଖରେ କେସ୍‌ ନଂ ୩୪୧/୨୦୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଆର୍‌.କେ.ମୁଦୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ)): ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଥିବା ଯୋଗୁ ବରଗଡ ଜିଲା ସ୍କୁଲଗୁଡ଼ିକରେ ଖରାଛୁଟିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।...

କେନ୍ଦୁଝର ଉପଜିଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର,୧୭।୬: କେନ୍ଦୁଝର ଉପଜିଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି...

ମୁଖ୍ୟମନ୍ତ୍ରୀଙ୍କୁ ଫଟୋଚିତ୍ର ପ୍ରଦାନ କଲେ ଛାତ୍ର

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ପାଇକ ସାହିର ଭଗବାନ ସାହୁଙ୍କ ପୁଅ ତଥା ସୋରଡ଼ା ଶଶୀଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍‌...

ଜମିରେ କରୁଥିଲେ କାମ: ବଜ୍ରପାତରେ ଚାଲିଗଲା ଜୀବନ

କୋରାପୁଟ/ନାରାୟଣପାଟଣା,୧୭।୬(ଅମିତାଭ ବେହେରା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ସଲପଗୁଡ଼ା ଗ୍ରାମରେ ସୋମବାର ବର୍ଷା ପବନ ସହ ଘଡଘଡି ହୋଇ ବଜ୍ରପାତ ଘଟିଛି। ବଜ୍ରପାତରେ ଜଣେ ଚାଷୀଙ୍କ...

ଜାଣନ୍ତୁ କେଉଁ ଜିଲାରେ ଖୋଲିବ ସ୍କୁଲ, କେଉଁଠି ରହିବ ବନ୍ଦ

ଭୁବନେଶ୍ୱର,୧୭।୬: ପାଗ ବିଗୁଡୁଥିବାରୁ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କ ଉପରେ ଛଡା...

ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ଘଟଣାରେ ମୁଖ୍ୟମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୬(ଅସମାପିକା ସାହୁ): ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିକ୍ରିୟା ରଖିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲାପାଳଙ୍କ ସହ ଆଲୋଚନା କରି...

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ୍‌: ଚାଲିଗଲା ଚାଳକଙ୍କ ଜୀବନ

ଥୁଆମୁଳ ରାମପୁର:୧୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସ୍ଥିତ କର୍ଲାପାଟ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ...

ପ୍ରଥମଥର କଟକ ଗସ୍ତରେ ଯାଇ ଏମିତି ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

କଟକ, ୧୭।୬(ଶିଳ୍ପା ପ୍ରିୟଦର୍ଶିନୀ)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କଟକ ଗସ୍ତରେ ଆସି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri