Posted inଖେଳ

କ୍ରିକେଟରେ ବାପ-ପୁଅ ଯୋଡି: କିଏ ସଫଳ ଥିଲେ ତ ଆଉ କିଏ ବିଫଳ

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ କ୍ରିକେଟରେ ପସିଦ୍ଧି ଅର୍ଜନ କରିଛନ୍ତି। କେବଳ ସେ ନୁହେଁ ତାଙ୍କ ପୁଅ ମଧ୍ୟ କ୍ରିକେଟରେ ସଫଳତା ଅର୍ଜନ କରିଛନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ..

ଲାଲା ଅମରନାଥ-ମହେନ୍ଦ୍ର ଅମରନାଥ
ଲାଲା ଅମରନାଥ ଜଣେ ପ୍ରସିଦ୍ଧ ଅଲରାଉଣ୍ଡର ଭାବେ ପରିଚିତ ଥିଲେ। ସେ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ଶତକ ହାସଲ କରିଥିଲେ। ତାଙ୍କ ପୁଅ ମହେନ୍ଦ୍ର ଅମରନାଥ ମଧ୍ୟ ଜଣେ ଭଲ ଅଲରାଣ୍ଡର ଥିଲେ।

ସୁନୀଲ ଗାଭାସ୍କର-ରୋହନ ଗାଭାସ୍କର
ସୁନୀଲ ଗାଭାସ୍କର ଭାରତର ସଫଳ ଟେଷ୍ଟ ଖେଳାଳି ଭାବେ ପରିଚିତ। ସେ ଟେଷ୍ଟରେ ୩୪ଟି ଶତକ ଓ ୧୦ ହଜାରରୁ ଅଧିକ ରନ କରିଛନ୍ତି। ତାଙ୍କ ପୁଅ ରୋହନ ଭାରତ ପାଇଁ ମାତ୍ର ୧୧ଟି ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି।

ଅଶୋକ ମଙ୍କଡ ଓ ବିନୁ ମଙ୍କଡ
ବିନୁ ମଙ୍କଡ ଭାରତର ଜଣେ ସଫଳ ଲେଗ ସ୍ପିନର୍‌ ଅଟନ୍ତି। ସେ ଭାରତ ପକ୍ଷରୁ ୪୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୬୨ ଟି ଉଇକେଟ ନେଇଛନ୍ତି। ସେମିତି ତାଙ୍କ ପୁଅ ଅଶୋକ ମଙ୍ଗଡ ଭାରତ ପକ୍ଷରୁ ୨୨ଟି ଟେଷ୍ଟ ଖେଳି ୯୯୧ ରନ୍‌ ସ୍କୋର କରିଛନ୍ତି।

ରିକି ପଣ୍ଟିଂ ଓ ଗ୍ରୀମ ପଣ୍ଟିଂ
ରିକି ପଣ୍ଟିଂ ବିଶ୍ୱର ସବୁଠାରୁ ସଫଳ ଅଧିନାୟକ। ସେ ୨୦୦୩ ରୁ ୨୦୦୭ ମଧ୍ୟରେ ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ଦଳର ନେତୃତ୍ୟ କରିସାରିଛନ୍ତି। ପଣ୍ଟିଂଙ୍କ ବାପା ଗ୍ରୀମ ପଣ୍ଟିଂ ମଧ୍ୟ କ୍ରିକେଟ ଜଗତରେ ନାଁ କମାଇସାରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନ ଥିଲେ ମଧ୍ୟ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ।

ଷ୍ଟୁଆର୍ଟ ବ୍ରଡ ଓ କ୍ରିସ ବ୍ରଡ
ଷ୍ଟୁଆର୍ଟ ବ୍ରଡ ଇଂଲଣ୍ଡର ଜଣେ ଆଗଧାଡର କ୍ରିକେଟର ଭାବେ ଜଣାଶୁଣା। ସେ ଅନ୍ତର୍ଜାତୀୟ ମ୍ୟାଚରେ ୪ ହଜାରରୁ ଅଧିକ ରନ କରିବା ସହ ୫୦୦ରୁ ଅଧିକ ଉଇକେଟ ନେଇସାରିଲେଣି। ସେମିତି ତାଙ୍କ ବାପା କ୍ରିସ ବ୍ରଡ ସେତେ ସଫଳ ହୋଇପାରି ନ ଥିଲେ। ସେ ଇଂଲଣ୍ଡ ପାଇଁ ୨୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି।

ଯୁବରାଜ ସିଂ ଓ ଯୋଗରାଜ ସିଂ
ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ତର୍‌ ଯୁବରାଜ ସିଂ ପ୍ରାୟ ୧୬ବର୍ଷ ପର୍ଯ୍ୟନ୍ତ ଟିମ ଇଣ୍ତିଆ ପାଇଁଁ ଖେଳିଛନ୍ତି। ତାଙ୍କ ବାପା ଯୋଗରାଜ ସିଂ ୧୯୮୧ରେ ଭାରତ ପାଇଁ କେବଳ ଗୋଟିଏ ଟେଷ୍ଟ ଓ ୬ ଟି ଏକଦିବସୀୟ ଖେଳିଥିଲେ।

ଜନି ବେୟରଷ୍ଟୋ ଓ ଡେଭିଡ ବେୟରଷ୍ଟୋ
ଇଂଲଣ୍ତର ଓପନର୍‌ ବ୍ୟାଟ୍ସମ୍ୟାନ ଜନି ବେୟରଷ୍ଟୋ ୬୩ଟି ଟେଷ୍ଟ ଓ ୫୯ଟି ଏକଦିବସୀୟ ଖେଳିସାରିଲେଣି। ତାଙ୍କ ବାପା ଡେଭିଡ ବେୟରଷ୍ଟୋ ଇଂଲଣ୍ଡ ପାଇଁ ୫ଟି ଟେଷ୍ଟ ମ୍ୟାଚ ଖେଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri