ସ୍ମାର୍ଟସିଟିବାସୀଙ୍କୁ ମଶାରି ଭରସା

ଭୁବନେଶ୍ୱର,୪।୧୨ (ବନ୍ଦନା ସେଠୀ): ଯଦି ଆପଣ ଭୁବନେଶ୍ୱରକୁ ବୁଲିବାକୁ କିମ୍ବା କାମରେ ଆସୁଛନ୍ତି, ତେବେ ଆଉ କିଛି ଆଣନ୍ତୁ କି ନ ଆଣନ୍ତୁ ସାଙ୍ଗରେ ଏୟାର ଫ୍ରେଶ୍‌ନର ଏବଂ ମଶାରି ନଚେତ୍‌ ମଶାବାଡ଼ି ନେଇକି ଆସିବାକୁ ପଡିବ। କାରଣ ସହରର ଅବସ୍ଥା ଏବେ ଏମିତି ବିଗିଡି ଯାଇଛି ଯେ, ଦୁର୍ଗନ୍ଧ ପାଇଁ ନାକରୁ ରୁମାଲ ବାହାର କରି ଯାଇ ହଉନି, କି ମଶାଙ୍କ ପ୍ରାଦୁର୍ଭାବ ଯୋଗୁ କୋଉଠି ଶାନ୍ତିରେ ବସିଉଠି ହଉନି। ସୈନିକ ସ୍କୁଲ ନିକଟରେ ଗଦା ହେଉଥିବା ଆବର୍ଜନାରୁ ଉତ୍କଟ ଦୁର୍ଗନ୍ଧ ହେଉଥିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଲେଣି। ଅପରପକ୍ଷେ ଲୋକମାନେ ମଶା ଦାଉରେ କଲବଲ ହେଉଛନ୍ତି। ଗାଁ ଗହଳି, ଉପାନ୍ତ ଅଞ୍ଚଳରେ ବି ମଶାଙ୍କର ଏତେ ପ୍ରାର୍ଦୁଭାବ ନ ଥିବ ଯେତିକି ରାଜଧାନୀରେ ରହିଛି। ମଶାଙ୍କର ପ୍ରଭାବ ଏତେ ବଢି ଯାଇଛି ଯେ, ମଶାଧୂପ କିମ୍ବା ବଜାରରେ ମିଳୁଥିବା ବିଭିନ୍ନ ସ୍ପ୍ରେ କିଛି ବି କାମ କରୁନି। ଘରଠୁ ବାହାରେ, ଅଫିସ୍‌ ଭିତରେ ବି ମଶା ବୁଲିବୁଲି କାମୁଡୁଛନ୍ତି। ମଶା ଧୂପ କି ତେଲ, କିଛି କାମ କରୁନି। ମଶାରି ଏକମାତ୍ର ସ୍ମାର୍ଟସିଟିବାସିନ୍ଦାଙ୍କ ପାଇଁ ସାହାରା ପାଲଟିଛି। ସହରସାରା ଏବେ ଅଳିଆ ଆବର୍ଜନା ଗଦା ହୋଇ ରହୁଥିବାରୁ ମଶା ବଂଶ ବୃଦ୍ଧିରେ ସହାୟକ ହେଉଥିବା କୁହାଯାଉଛି। ଦିନକୁ ଦିନ ମଶାଙ୍କ ସାନ୍ଦ୍ରତା ବଢି ଚାଲିଥିବାବେଳେ ବିଏମ୍‌ସି କିନ୍ତୁ ସବୁ କରୁଛି ବୋଲି ବାହାସ୍ପୋଟ ମାରି ଚୁପ୍‌ ବସିଛି। ନଭେମ୍ବର ୧୭ ବେଳକୁ ଭୁବନେଶ୍ୱରରେ ମଶା ସାନ୍ଦ୍ରତା ୬୦ ଥିଲା। ମାତ୍ର ଡିସେମ୍ବର ୧ ବେଳକୁ ଏହା ୬୭କୁ ବୃଦ୍ଧି ପାଇଛି। ସାଧାରଣତଃ ମଶାଙ୍କ ସାନ୍ଦ୍ରତା (ଟେନ୍‌ ମେନ୍‌ ଆଓ୍ବାର୍ସ ପର୍‌ ଡେ) ୫୦ରୁ ତଳକୁ ରହିଲେ ଏହାକୁ ସାଧାରଣ ବୋଲି ବିବେଚନା କରାଯାଏ। ମାତ୍ର ସରକାରୀ ତଥ୍ୟ ଅନୁଯାୟୀ ଏବେ ସାନ୍ଦ୍ରତା ୬୭କୁ ବୃଦ୍ଧି ପାଇଥିବାବେଳେ ବିଏମ୍‌ସି ପକ୍ଷରୁ କୌଣସି ନିରାକରଣ ବ୍ୟବସ୍ଥା କରାଯାଉ ନାହିଁ। ଏପରିକି ଡେଙ୍ଗୁ ସଂକ୍ରମଣ ସମୟରେ ମଶା ବଂଶ ଲୋପ ପାଇଁ ଯେତିକି ପ୍ରତିଷେଧକ ବ୍ୟବସ୍ଥା ନିଆଯାଉଥିଲା, ଏବେ ସେତକ ବି ହେଉନାହିଁ। ଓଲଟା ବିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଏହି ମଶା ଲୋକଙ୍କର କୌଣସି କ୍ଷତି କରିବ ନାହିଁ କିମ୍ବା ରୋଗ ସୃଷ୍ଟିର କାରଣ ହେବନାହିଁ ବୋଲି ଅଦ୍ଭୁତ ଯୁକ୍ତି ବାଢୁଛନ୍ତି।
ସୂଚନାଯୋଗ୍ୟ, ବିଏମ୍‌ସି ଅଞ୍ଚଳର ୬୭ଟି ଓ୍ବାର୍ଡ ପାଇଁ ପୂର୍ବରୁ ୮ଟି ଫଗିଂ ମେଶିନ୍‌ ଥିବାବେଳେ ୨୦ଟି ବ୍ୟାଟେରି ଚାଳିତ ଅଟୋ କିଣାଯାଇଛି। ତଥାପି ସହର ପାଇଁ ଯେତିକି ସଂଖ୍ୟକ ଗାଡ଼ି ଆବଶ୍ୟକ, ବିଏମ୍‌ସି ପାଖରେ ତାହା ନାହିଁ। କେବଳ ସେତିକି ନୁହେଁ, ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରିବା, ମଶାତେଲ ସିଞ୍ଚନ କରିବା ପାଇଁ ମଧ୍ୟ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଗୋଟିଏ ଓ୍ବାର୍ଡକୁ ସମ୍ପୂର୍ଣ୍ଣ ବୁଲି ମଶାଧୁଆଁ ଦେବା ସହ ମଶାତେଲ ସିଞ୍ଚନ କରିବାକୁ ଅତି କମ୍‌ରେ ସପ୍ତାହରୁ ଅଧିକ ସମୟ ଲାଗୁଛି। ତେଣୁ ୬୭ଟି ଓ୍ବାର୍ଡରେ ମଶା ଧୂଆଁ ଦେବା ବେଳକୁ ମଶା ସେମାନଙ୍କର ବଂଶ ବିସ୍ତାର କରିସାରିଥିବେ ନିଶ୍ଚୟ। ମାତ୍ର ବିଏମ୍‌ସି ନିଜର ଅପାରଗତାକୁ ସ୍ବୀକାର ନ କରି କାଗଜକଲମରେ ପ୍ରତିଦିନ ଫଗିଂ କରାଯାଉଥିବା ଓ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ନେଇ ଫୁଟାଣି ମାରିବାରେ ବ୍ୟସ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri