Posted inଖେଳ

ବିଶ୍ୱ ଜୁନିୟର ବକ୍ସିଂରେ ଭାରତର ଉଲ୍ଲେଖନୀୟ ସଫଳତା: ୮ ବକ୍ସରଙ୍କ ପଦକ ପକ୍କା

ନୂଆଦିଲ୍ଲୀ,୩୦ା୧୧: ଆର୍ମେନିଆର ୟେରେଭାନ୍‌ଠାରେ ଚାଲିଥିବା ଆଇବିଏ ଜୁନିୟର ଓ୍ବାଲର୍‌ଡ ବକ୍ସିଂ ଚାମ୍ପିୟନଶିପ୍‌ ୨୦୨୩ର ୬ଷ୍ଠ ଦିବସରେ ଭାରତକୁ ଉଲ୍ଲେଖନୀୟ ସଫଳତା ମିଳିଛି। ୮ବକ୍ସର ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୮ଜୁନିୟର ବାଳିକାଙ୍କ ମଧ୍ୟରୁ ୬ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଏସିଆନ ଜୁନିୟର ବକ୍ସିଂ ଚାମ୍ପିୟନଶିପ୍‌ର ଦୁଇ ସ୍ବର୍ଣ୍ଣ ବିଜେତା ପରୀ (୫୦କେଜି) ଓ ନିଧି (୬୬କେଜି) ଯଥା କ୍ରମେ ରୋମାନିଆର ମୁଲର ମିକାଏଲା ଓ ଚାଇନିଜ ତାଇପେର କାଓ ଚିନ୍‌ ଆଇଙ୍କ ବିପକ୍ଷରେ  ୫-୦ରେ ସହଜ ବିଜୟ ହାସଲ କରିଛନ୍ତି।

ପାୟଲ (୪୮କେଜି) ୫-୦ରେ ଆୟର୍ଲାଣ୍ଡର ଡୋହର୍ଟି ଲରେନଙ୍କୁ ପରାସ୍ତ କରିଥିବା ବେଳେ ଆମିଶା (୫୪କେଜି)ରେ ଦକ୍ଷିଣ କୋରିଆର କିିମ୍‌ ଜିଆଇଙ୍କୁ ହରାଇ ଦେଇଛନ୍ତି। ଏସିଆନ ଜୁନିୟର ରୌପ୍ୟ ପଦକ ବିଜେତା ନେହା ଲୁଥିନୀ (୪୬କେଜି) ବେଲାରୁଷର ହିକୋସ୍କାୟା ଆନହେଲିନାଙ୍କୁ ୪-୧ ବିଭାଜିତ ନିଷ୍ପତ୍ତିରେ ହରାଇ ଦେଇଛନ୍ତି।

ପ୍ରାଚୀ (୫୪କେଜି) କାଜାଖସ୍ତାନର ସିଥାନକାଇଜିକ୍‌ ପାନାରଙ୍କ ବିପକ୍ଷରେ କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି। ପ୍ରଥମ ରାଉଣ୍ଡରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ଶେଷ ଦୁଇ ରାଉଣ୍ଡରେ ଦୃଢ ପ୍ରତ୍ୟାବର୍ତ୍ତନ ସହ ସେ ୩-୨ରେ ମୁକାବିଲା ଜିତି ନେଇଥିଲେ। ଭାରତର ଏକମାତ୍ର ମହିଳା ଜୟଶ୍ରୀ ଦେବୀ ଏକତରଫା ମୁକାବିଲାରେ ରୁଷିଆର ଲିଓନେଭା କିରାଙ୍କଠାରୁ ୧-୪ରେ ହାରିଯାଇଛନ୍ତି।

ବାଳକ ବିଭାଗରେ ୪ ଭାରତୀୟ ବକ୍ସର ପଦକ ରାଉଣ୍ଡକୁ ଉନ୍ନୀତ ହେବାରେ ସଫଳ ହୋଇଛନ୍ତି। ବାଳକ ବିଭାଗରେ ୪ ଭାରତୀୟ ବକ୍ସରଙ୍କ ମଧ୍ୟରୁ ୨ଜଣ ପଦକ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏସିଆନ ଜୁନିୟର ସ୍ବର୍ଣ୍ଣ ବିଜେତା ହାର୍ଦ୍ଦିକ ପନଓ୍ବାର (୮୦କେଜି) ଓ ଯତିନ (୫୪କେଜି) ଚମତ୍କାର ପ୍ରଦର୍ଶନ ସହ ଯଥାକ୍ରମେ ଦକ୍ଷିଣ କୋରିଆର ପାର୍କ ଡାମିୟନ ଏବଂ ଜର୍ଜିଆର ମୁସ୍କୁଡିଆନି ଡେଭିକ୍‌ଙ୍କୁ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବ୍ରିଜେଣ ଟାମଟା (୪୬କେଜି) ଓ ଡିଭାଶ କାଟାରେ (୫୦କେଜି) ଏହି ଦୁଇ ବକ୍ସର କ୍ୱାର୍ଟରଫାଇନାଲରେ ପରାଜିତ ହୋଇଛନ୍ତି। ସେମିଫାଇନାଲ ଡିସେମ୍ବର ୨ରେ ଏବଂ ଫାଇନାଲ ଡିସେମ୍ବର ୩, ୪ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri