ନିୟମିତ ବସୁନି ପଞ୍ଚାୟତ ସମିତି ଅଧିବେଶନ: ୨ ମାସ ବଦଳରେ ବର୍ଷ ବର୍ଷ ବିତିଯାଉଛି

ନୟାଗଡ଼ ଅଫିସ,୧୧ା୮: ନୟାଗଡ଼ ଜିଲାରେ ଥିବା ୮ ପଞ୍ଚାୟତ ସମିତିରେ ଠିକ୍‌ ସମୟରେ ଅଧିବେଶନ ବସୁନାହିଁ। କେଉଁଠି ୬ ମାସ ତ ଆଉ କେଉଁଠି ବର୍ଷ ବର୍ଷ ବିତିଯାଉଛି। ରଣପୁର ପଞ୍ଚାୟତ ସମିତି ବୈଠକ ପାଖାପାଖି ବର୍ଷେ ହେଲା ବସିନାହିଁ। ଏହାକୁ ନେଇ କିଛିଦିନ ତଳେ ସିପିଆଇ (ଏମ୍‌) ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ନୂଆଗାଁ, ଓଡ଼ଗାଁ ଓ ନୟାଗଡ଼ ପଞ୍ଚାୟତ ସମିତିର ଶେଷ ବୈଠକ ଫେବୃୟାରୀ ମାସରେ ବସିଥିଲା। ଖଣ୍ଡପଡ଼ା ପଞ୍ଚାୟତ ସମିତିର ଶେଷ ବୈଠକ ଜୁଲାଇ ୨୪ରେ ଓ ଭାପୁର ପଞ୍ଚାୟତ ସମିତି ବୈଠକ ୨୧ ଜୁଲାଇରେ ବସିଥିଲା। ପଞ୍ଚାୟତ ସମିତି ବୈଠକ ଠିକ୍‌ ସମୟରେ ବସୁ ନ ଥିବାରୁ ଜନପ୍ରତିନିଧିମାନେ ନିଜ ପଞ୍ଚାୟତର କାର୍ଯ୍ୟକ୍ରମ ବିଷୟରେ ଜାଣିପାରୁ ନାହାନ୍ତି। ଏହା ଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ନିୟମ ଅନୁସାରେ ପ୍ରତି ୨ମାସରେ ଥରେ ପଞ୍ଚାୟତ ସମିତି ଅଧିବେଶନ ବସିବା କଥା। ହେଲେ ଏହାକୁ ଅଣଦେଖା କରାଯାଇ କେତେବେଳେ ୪ ମାସ ତ ଆଉ କେତେବେଳେ ୬ ମାସ ପରେ ବୈଠକ କରାଯାଉଛି। ଅନ୍ୟପଟେ ପଞ୍ଚାୟତ ସମିତି ଅଧିବେଶନରେ ମହିଳା ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି। ମହିଳା ସରପଞ୍ଚ, ସମିତିସଭ୍ୟାଙ୍କ ବଦଳରେ ସେମାନଙ୍କ ସ୍ବାମୀମାନେ ବୈଠକରେ ବସୁଥିବା ଦେଖିବାକୁ ମିଳୁଛି। ଏମାନେ ଆଲୋଚନାରେ ସାମିଲ ହୋଇ ମତାମତ ମଧ୍ୟ ଦେଉଛନ୍ତି, ଯାହା ନିୟମ ବିରୋଧ। ଜିଲାର ୮ ପଞ୍ଚାୟତ ସମିତି ଅଧୀନରେ ୧୯୪ ପଞ୍ଚାୟତ ଥିବାବେଳେ ଏଥିରୁ ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ମହିଳାମାନେ ଘରେ ରହୁଥିବା ବେଳେ ସେମାନଙ୍କ ସ୍ବାମୀ କିମ୍ବା ପ୍ରତିନିଧିମାନେ ଆସି ବୈଠକରେ ଆଲୋଚନାରେ ଭାଗ ନେଉଛନ୍ତି। ଫଳରେ ମହିଳା ସଂରକ୍ଷଣ ନୀତି ନାମକୁମାତ୍ର ବୋଲି ଆଲୋଚନା ହେଉଛି। ଗତ ମାର୍ଚ୍ଚ ମାସରେ ନୟାଗଡ଼ ବ୍ଲକ ସିନ୍ଦୂରିଆ ସମିତିସଭ୍ୟ ହୁସେନ ଖାଁ ନିଜର ଫେସ୍‌ବୁକ୍‌ ପୋଷ୍ଟରେ ପଞ୍ଚାୟତ ସମିତି ବୈଠକରେ ସମିତିସଭ୍ୟାଙ୍କ ସ୍ବାମୀମାନେ ଆଲୋଚନା କରୁଥିବା ଭିଡ଼ିଓ ଭାଇରାଲ କରିଥିଲେ। ଏ ନେଇ ବିଭିନ୍ନ ଗଣାମଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଏ ଦିଗରେ କିଛି ବି କାର୍ଯ୍ୟାନୁଷ୍ଠାନ ହେଲାନି। ପ୍ରଶାସନ ସବୁ ଜାଣୁଥିଲେ ମଧ୍ୟ ଏ ଦିଗରେ ନୀରବତା ଅବଲମ୍ବନ କରୁଛନ୍ତି। ଅନେକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷାଙ୍କ ସ୍ବାମୀମାନେ ଆସି ରାତି ପର୍ଯ୍ୟନ୍ତ ରହି କାର୍ଯ୍ୟ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। କିଛିମାସ ତଳେ ଓଡ଼ଗାଁ ବ୍ଲକ ହରିହରପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ସ୍ବାମୀ ରହି ବିଭିନ୍ନ କାର୍ଯ୍ୟ କରୁଥିବା ନେଇ ପଞ୍ଚାୟତର କିଛି ଲୋକ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ପରେ ଜିଲା ପଞ୍ଚାୟତ ଅଧିକାରୀ ଏହାର ତଦନ୍ତ କରିବା ପାଇଁ ଜିପିଇଓଙ୍କୁ କହିଥିଲେ। ଜିପିଇଓ ତଦନ୍ତ କଲା ସମୟରେ ସରପଞ୍ଚଙ୍କ ସ୍ବାମୀ ସରପଞ୍ଚଙ୍କ ଟେବୁଲ ଉପରେ ବସି ଆଲୋଚନା କରିଥିଲେ। ବିଭିନ୍ନ ପଞ୍ଚାୟତ ସମିତି ବୈଠକ ଠିକ୍‌ ସମୟରେ ହେଉ ନ ଥିବା ନେଇ ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ଡିଆରଡିଏ କାର୍ଯ୍ୟାଳୟ ଏ ବିଷୟରେ ବୁଝୁଛି। ସେହିଭଳି ହରିହରପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ସ୍ବାମୀ ଉପସ୍ଥିତ ରହିବା ଘଟଣାର ତଦନ୍ତ କରାଯାଉଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri