Posted inଖେଳ

ନମ୍ବର ୧ ମୁକୁଟ ହରାଇଲେ ସିରାଜ

ନୂଆଦିଲ୍ଲୀ,୨୨।୧୧: ଦିନିକିଆ ବିଶ୍ୱକପ ୨୦୨୩ ପରେ ଆଇସିସି ଦ୍ୱାରା ନୂତନ ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏଥିରେ ଅନେକ ଭାରତୀୟ ଖେଳାଳି ଉପକୃତ ହୋଇଛନ୍ତି। କିନ୍ତୁ ମହମ୍ମଦ ସିରାଜ ୧ ନମ୍ବର ମୁକୁଟ ହରାଇଛନ୍ତି। ତେବେ ଷ୍ଟାର ଇଣ୍ଡିଆନ ଓପନର୍‌ ଶୁବମନ ଗିଲ ଶୀର୍ଷ ସ୍ଥାନରେ ରହିଛନ୍ତି। ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ଟପ-୫ ଭିତରକୁ ଆସିଛନ୍ତି। ଦିନିକିଆ ର଼୍ୟାଙ୍କିଂରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦୃଶ୍ୟମାନ ହେଉଛି।
ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶୁଭମାନ ଗିଲ, ବିରାଟ କୋହଲି ଏବଂ ରୋହିତ ଶର୍ମା ଟପ-୫ରେ ଅଛନ୍ତି। ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ, ଜସପ୍ରୀତ ବୁମ୍‌ରା, କୁଲଦୀପ ଯାଦବ ଏବଂ ମହମ୍ମଦ ଶାମିଙ୍କ ସମେତ ୪ ଜଣ ଭାରତୀୟ ବୋଲର ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ସାମିଲ ଅଛନ୍ତି। ଦିନିକିଆ ର଼୍ୟାଙ୍କିଂର ପୂର୍ବତନ ନମ୍ବର ବୋଲର ମହମ୍ମଦ ସିରାଜ ୬୯୯ ରେଟିଂ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ୭୪୧ ରେଟିଂ ସହ ଏକ ନମ୍ବର ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ବୁମ୍‌ରା ୬୮୫ ରେଟିଂ ସହିତ ଚତୁର୍ଥ ସ୍ଥାନରେ, କୁଲଦୀପ ଯାଦବ ମିଳିତ ଭାବେ ୬୬୭ ରେଟିଂ ସହିତ ଷଷ୍ଠ ସ୍ଥାନରେ ଏବଂ ମହମ୍ମଦ ଶାମି ୬୪୮ ରେଟିଂ ସହିତ ଦଶମ ସ୍ଥାନରେ ଅଛନ୍ତି।
ଏହା ବ୍ୟତୀତ ଯଦି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭାରତର ଶୁଭମନ ଗିଲ ୮୨୬ ରେଟିଂ ସହ ପ୍ରଥମ ସ୍ଥାନରେ ଅଛନ୍ତି, ବିରାଟ କୋହଲି ୭୯୧ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ଏବଂ ଅଧିନାୟକ ରୋହିତ ଶର୍ମା ୭୬୯ ରେଟିଂ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମ ୮୨୪ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri